ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

News by Basanta Ratha (Cuttack)

#କଟକ ସଦର(ଏନ୍‍.ଏମ୍‍.): ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟ, ଇଶାଣୀବ୍ରହ୍ମପୁରରେ, ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ସେଠୀଙ୍କ ସଭାପତିତ୍ୱରେ, ଅବସରପ୍ରାପ୍ତ ଶିକ୍ଷକ ଗଦାଧର ସେନାପତି ଙ୍କ ନିମନ୍ତେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍ତମ ଚରଣ ପ୍ରଧାନ ଓ ମୁଖ୍ୟବକ୍ତା ଭାବେ ପ୍ରାକ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ଆଚାର୍ଯ୍ୟ ଯୋଗଦେଇ ଶ୍ରୀ ସେନାପତିଙ୍କ କର୍ମମୟ ଜୀବନ ମଧ୍ୟରେ କିଭଳି ଉତ୍ତମ ମଣିଷଟିଏ ଗଢ଼ିବେ ସେ ନେଇ ସର୍ବଦା ବ୍ୟସ୍ତ ରହୁଥିବା କହିଥିଲେ । ସମ୍ମାନିତ ଅତିଥି ଭାବେ ଇଶାଣୀବ୍ରହ୍ମପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ତଥା ମୋ’ ସ୍କୁଲ ଅଭିଯାନର ସଭାପତି ସୁଶାନ୍ତ ସେଠୀ, ସିଆରସିସି ସୁନାକର ଭୋଇ, କଲରାବାଙ୍କ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜାକିର ହୁସେନ ଏବଂ ପରିଚାଳନା କମିଟି ସଭାପତି ନବ କୁମାର ହୋତା ପ୍ରମୁଖ ଯୋଗ ଦେଇଥିଲେ । ବିଜ୍ଞାନ ଶିକ୍ଷୟିତ୍ରୀ ସରିତା ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଉପସ୍ଥିତ ଅତିଥିମାନେ ପିଲାମାନଙ୍କୁ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେବା ସହିତ ବିଦାୟୀ ଶିକ୍ଷକଙ୍କ ଗୁଣଗାନ କରିଥିଲେ । ବିଦାୟୀ ଶିକ୍ଷକ ଶ୍ରୀ ସେନାପତି ପ୍ରତ୍ୟେକ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିବା ପିଲାଙ୍କ ପାଇଁ ତାଙ୍କ ପିତା ସ୍ୱର୍ଗତ ଦିବାକର ସେନାପତିଙ୍କ ସ୍ମୃତିରେ ୨ହଜାର ଟଙ୍କାର ନଗଦ ଅର୍ଥ ପୁରସ୍କାର ପ୍ରଦାନ କରିବା ନିମନ୍ତେ ଘୋଷଣା କରିବା ସହ ଚଳିତ ବର୍ଷ ସର୍ବାଧିକ ନମ୍ବର ରଖିଥିବା ଓମ୍‌ପ୍ରଭା ସାହୁଙ୍କୁ ଉକ୍ତ ପୁରସ୍କାର ପ୍ରଦାନ କରିଥିଲେ । ଶିକ୍ଷକ ଧରଣୀଧର ସେଠୀ ଏବଂ ସୂର୍ଯ୍ୟକାନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ଶିକ୍ଷକ ନୟନ କିଶୋର ଦାଶ, ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳୀ ସେନାପତି ଓ ତିଳୋତ୍ତମା ସାହୁ, ରାମଚନ୍ଦ୍ର ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶିକ୍ଷୟିତ୍ରୀ ସୁନୀତା ମହାପାତ୍ର ମାନପତ୍ର ପଠନ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *