ଶ୍ରୀଗୁଣ୍ଡିଚାରୁ ଆଜି ପର୍ଯ୍ୟନ୍ତ ରେକି ମିଶନ ପକ୍ଷରୁ ଭକ୍ତମାନଙ୍କୁ ଖାଦ୍ୟ ବଣ୍ଟନ ସହ, ନରେନ୍ଦ୍ର ପୋଖରୀ ଓ ଆଖପାଖ ଅଞ୍ଚଳ ସଫେଇ

ଶ୍ରୀଗୁଣ୍ଡିଚାରୁ ଆଜି ପର୍ଯ୍ୟନ୍ତ ରେକି ମିଶନ ପକ୍ଷରୁ ଭକ୍ତମାନଙ୍କୁ ଖାଦ୍ୟ ବଣ୍ଟନ ସହ, ନରେନ୍ଦ୍ର ପୋଖରୀ ଓ ଆଖପାଖ ଅଞ୍ଚଳ ସଫେଇ


#ପୁରୀ(ଏନ.ଏମ୍‌.): ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାର ଶ୍ରୀଗୁଣ୍ଡିଚାରୁ ଆଜି ପଯ୍ୟନ୍ତ ରେକୀ ମିଶନ ଓଡ଼ିଶା ପକ୍ଷରୁ ଭକ୍ତମାନଙ୍କ ପାଇଁ ଯୋଗାଇ ଦେଉଛନ୍ତି ଅନନ୍ୟ ସେବା, ସକାଳ ୬ଟା ରୁ ୮ଟା ଶତାଧିକ କକ୍ତିସେନା ଓ ଗୁରୁସେନା ମାନେ ନରେନ୍ଦ୍ର ପୋଖରୀ ଓ ଏହାର ଆଖପାଖ ଅଞ୍ଚଳ ସଫେଇ କରିଛନ୍ତି । ପରେ ପରେ ୯ଟା ରୁ ୧୧ଟା ମଧ୍ୟରେ ପୁରୀ ଆସିଥିବା ଭକ୍ତମାନଙ୍କୁ ହାଲୁଆ ଓ ଚା’ ଯୋଗାଇ ଦିଆଯାଇଥିଲା । ସେହିଭଳି ମଧ୍ୟାହ୍ନ ୧୨ ଟା ରୁ ରାତି ୧୦ ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଖେଚୁଡ଼ି, ବୁଟ ଆଳୁ କଖାରୁ ତରକାରୀ ଓ ଖଟା ଯୋଗାଇ ଦିଆଯାଉଛି । ପ୍ରତିଦିନ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଅନ୍ନ ସେବା ଯୋଗାଇ ଦିଆଯାଇଥିବାବେଳେ ରାତି ୧୨ ଟା ରୁ ଭୋର୍ ୪ଟା ପର୍ଯନ୍ତ ରେକି ମିଶନ ପକ୍ଷରୁ ଗୁରୁଜୀଙ୍କ ସହ ଗୁରୁସେନା ମାନେ ଶରଧାବାଲିରେ ଅହୋରାତ୍ର ଉପସ୍ଥିତ ରହି ଭଜନ କୀର୍ତ୍ତନ କରୁଥିବା ସାଧୁସନ୍ଥ ମାନଙ୍କୁ ଚା’ ବିସ୍କୁଟ ବିତରଣ କରିଥିଲେ । ରଥଯାତ୍ରା ରୁ ଆରମ୍ଭ ହୋଇଥିବା ରେକି ମିଶନ ଅନୁଷ୍ଠାନ ପକ୍ଷରୁ ଏହି ମହାନ୍ ଭକ୍ତ ସେବା ଆସନ୍ତା ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଚାଲିବ ବୋଲି ରେକି ମିଶନ ଭକ୍ତ ସେବାର ସଂଯୋଜକ ବାପି ବରାଳ ଓ ଜନସମ୍ପର୍କ ପ୍ରତିନିଧି ଭାରତଭୂଷଣ ରାୟ ସୂଚନା ଦେଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *