କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ଅଭିଯୋଗ ଶୁଣାଣି
କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ଅଭିଯୋଗ ଶୁଣାଣି ଆଠଗଡ଼(ଏନ୍.ଏମ୍.): ଶିକ୍ଷକ-ଶିକ୍ଷୟତ୍ରୀମାନେ ରାଷ୍ଟ୍ର ଗଠନରେ ସଦା ସର୍ବଦା ଗଠନମୂଳକ ଭୂମିକା ନିର୍ବାହ କରିଆସିଛନ୍ତି । ଶିକ୍ଷାୟତନର ସାମଗ୍ରିକ ପ୍ରଗତିରେ ଶିକ୍ଷକମାନଙ୍କର ଯୋଗଦାନ ଅନନ୍ୟ । ଶିକ୍ଷାଦାନ ପ୍ରକ୍ରିୟାକୁ ବୋଧଗମ୍ୟ କରିବା ଭଳି ମାନସିକତାର ଆବଶ୍ୟକତାକୁ ଏକ ଚିନ୍ତାମୁକ୍ତ ମନ ଅପରିହାର୍ଯ୍ୟ । ଶିକ୍ଷକ ସାମାଜର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଏ ଦିଗରେ ଏକ ଫଳପ୍ରଦ ପ୍ରୟାସ ବୋଲି ବିବେଚନା କରାଯାଉଛି ବୋଲି କଟକ ଜିଲ୍ଲା ଆଠଗଡ ବିଶ୍ୱନାଥ…
