ପାଲା ଗାୟକ ବୀରବର ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ପାଲା ଗାୟକ ବୀରବର ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ପାଲା ଗାୟକ ବୀରବର ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି


#ଚୌଦ୍ୱାର (ଏନ୍‌.ଏମ୍‌.): ପାଲା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଜୀବନବ୍ୟାପୀ ସାଧନା କରୁଥିବା ବିଶିଷ୍ଟ ପାଲା ଗାୟକ ବୀରବର ପାତ୍ର ଆଉ ନାହାନ୍ତି। ନିରବୀ ଯାଇଛି ତାଙ୍କର ସୁଲଳିତ କଣ୍ଠର ବିଭିନ୍ନ ପୁରାଣ ଶାସ୍ତ୍ରର ଉପମା ଆଉ ଅଳଙ୍କାର। ସେ ପାଲଟି ଯାଇଛନ୍ତି ଅଫେରା ପଥର ପଥିକ। ତେବେ ସ୍ୱର୍ଗତ ପାତ୍ର ପାଲା ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ନିରନ୍ତର କାର୍ଯ୍ୟକରି ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ ହେବା ସହ ଏହି ମାଟିର ସମ୍ମାନ ମଧ୍ୟ ବଢ଼ାଇ ପାରିଥିଲେ। ସେ କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳର ଡ଼ାଲିଯୋଡା ବ୍ରହ୍ମପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବାବେଳେ ସାରା ରାଜ୍ୟରେ ପାଲା ପାରିବେଷଣ ପାଇଁ ସ୍ୱତନ୍ତ୍ର ପରିଚୟ ପାଇଥିଲେ। ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ପୁତ୍ର ଶିକ୍ଷାବିତ୍ ଅଜୟ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ପିପୂଲ୍ସ ୱେଲ ଫେୟାର ସୋସାଇଟିର ସଭାପତି ପ୍ରଦ୍ୟୁମ୍ନ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ପାତ୍ରଙ୍କ କାର୍ଯ୍ୟ ଯୁବ ପୀଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ। ସେହିଭଳି ବିଶିଷ୍ଟ ଅତିଥି ଭାବେ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ମାନସ କୁମାର ସାହୁ ଯୋଗଦେଇ ସ୍ୱର୍ଗତ ପାତ୍ରଙ୍କ ମୃତ୍ୟୁ ଓଡ଼ିଶା ପାଲା ଜଗତ ପାଇଁ ଏକ ଦିପ୍ତିମନ୍ତ ଧ୍ରୁବତାରାଙ୍କୁ ହରାଇଲା ବୋଲି କହିଥିଲେ। ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ସଭା ପ୍ରାରମ୍ଭରୁ ନିରବ ପ୍ରାର୍ଥନା କରାଯାଇଥିଲା। ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ କରାଯାଇ ଭକ୍ତି ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ