କଳାହାଣ୍ଡି କପ: ମ୍ୟାଚ ଅଧାରୁ ବାତିଲ, ଡିଏଲଏସରେ ବିଜୟୀ

କଳାହାଣ୍ଡି କପ: ମ୍ୟାଚ ଅଧାରୁ ବାତିଲ, ଡିଏଲଏସରେ ବିଜୟୀ

କଳାହାଣ୍ଡି କପ: ମ୍ୟାଚ ଅଧାରୁ ବାତିଲ, ଡିଏଲଏସରେ ବିଜୟୀ


କଟକ (ଏନ୍‌.ଏମ୍‌.): ଓସିଏ ପକ୍ଷରୁ ଭୁବନେଶ୍ୱର ଓ କଟକର ବିଭିନ୍ନ ଖେଳ ପଡିଆରେ ଚାଲିଥିବା କଳାହାଣ୍ଡି କପର ଦ୍ୱିତୀୟ ଦିନରେ ବର୍ଷା ବାଧକ ସାଜିଥିଲା । ଅନେକ ମ୍ୟାଚ ବର୍ଷା ଲାଗି ଡିଏଲଏସ ପଦ୍ଧତିରେ ବିଜୟ ଘୋଷଣା କରାଯାଇଥିବା ବେଳେ ଅନ୍ୟ ମ୍ୟାଚ ଗୁଡିକ ବାତିଲ କରାଯାଇଥିଲା । ବର୍ଷା ପୂର୍ବରୁ ଖେଳାଯାଇଥିବା ମ୍ୟାଚ ଗୁଡିକରେ ଫଳ ବାହାରିଥିଲା । ପୂର୍ବତଟ ରେଳୱେରେ ଅନୁଷ୍ଠିତ ମ୍ୟାଚରେ ଇକୋର୍ସ ୬ ୱିକେଟରେ ଗଞ୍ଜାମ ଦଳକୁ ପରାସ୍ତ କରିଛି । ଗଞ୍ଜାମ ଦଳ ଟସ ଜିତି ପ୍ରଥମ ବ୍ୟାଟିଂ କରି ୨୭ ଓଭରରେ ୬ ୱିକେଟରେ ୭୭ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଇକୋର୍ସ ୧୨.୨ ଓଭରରେ ଆବଶ୍ୟକୟ ରନ ସଂଗ୍ରହ କରିନେଇଥିଲା ।
କଳାହାଣ୍ଡି ଓ କେନ୍ଦ୍ରାପଡା ମଧ୍ୟରେ ନିମପୁରଠାରେ ଖେଳା ଯାଇଥିବା ମ୍ୟାଚରେ ଡ୍ର’ରେ ଶେଷ ହୋଇଥିଲା । କଳାହାଣ୍ଡି ଟସ ଜିତି ୩୧.୩ ଓଭରରେ ସମସ୍ତ ୱିକେଟ ହରାଇ ୧୩୫ ରନ କରିଥିଲେ । ୧୩୬ରନ ବିଜୟ ଲକ୍ଷ୍ୟ ନେଇ ଖେଲିଥିବା କେନ୍ଦ୍ରାପଡା ଦଳ ୨୬.୪ ଓଭରରେ ସମସ୍ତ ୱିକେଟ ହରାଇ ୧୩୫ ରନ କରି ମ୍ୟାଚକୁ ଡ୍ର ରଖିଥିଲା । ରେଭେନ୍ସା କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚରେ ଅନୁଗୁଳ ଦଳ ୭ ୱିକେଟରେ ବୌଦ୍ଧକୁ ହରାଇଛି । ବୌଦ୍ଧ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୩୭.୧ ଓଭରରେ ସମସ୍ତ ୱିକେଟ ହରାଇ ୧୨୩ ରନ କରିଥିଲା । ଏହାର ଜବାବରେ ଅନୁଗୁଳ ଦଳ ୨୫.୩ ଓଭରରେ ୩ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା । ରେଭେନ୍ସା ଗ୍ରାଉଣ୍ଡରେ-୨ ମ୍ୟାଚରେ କଟକ ବି ଦଳ ୫ ୱିକେଟରେ ଭଦ୍ରକ ଟିମକୁ ହରାଇଛି । ଭଦ୍ରକ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୩୮.୪ ଓଭରରେ ସମସ୍ତ ୱିକେଟ ହରାଇ ୧୨୯ ରନ ସଂଗ୍ରହ କରିଥିଲା । ୧୩୦ ରନର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା କଟକ-ବି ଦଳ ୩୫.୫ ଓଭରରେ ୫ଟି ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଦଳ ପକ୍ଷରୁ ଅବିନାଶ ନାୟକ ଅପରାଜିତ ୫୮ ରନ ପାଳି ଖେଳିଥିଲେ । ବିଡାନାସୀ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ ଡିଏଲଏସ ନିୟମରେ ସୁନ୍ଦରଗଡ ୯ ୱିକେଟରେ ନବରଙ୍ଗପୁରକୁ ହରାଇଥିଲା । ନବରଙ୍ଗପୁର ଟସ ଜିତି ପ୍ରଥମ ବ୍ୟାଟିଂ କରି ୩୧.୫ ଓଭରରେ ୯୨ ରନ ସଂଗ୍ରହ କରିଥିଲା । ସୁନ୍ଦରଗଡ ଦଳର ଆଶିଶ ତିୱାରୀ ୫ ୱିକେଟ ହାସଲ କରିଥିଲେ । ସୁନ୍ଦରଗଡ ଦଳ ୧୯.୨ ଓଭରରେ ଗୋଟିଏ ୱିକେଟ ହରାଇ ଆବ୍ରାକ ରନ ସଂଗ୍ରହ କରିନେଇଥିଲା । ସନସାଇନ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ ଢେଙ୍କନାଳ ଦଳ ଡିଏଲଏସ ନିମୟରେ ୧୮୧ ରନରେ ବିଜୟ ହାସଲ କରିଥିଲା । ଢେଙ୍କାନାଳ ଟସ ଜିତି ୪୭.୪ ଓଭରରେ ୨୪୬ ରନ ସଂଗ୍ରହ କରିଥିଲା । ଢେଙ୍କାନାଳ ପକ୍ଷରୁ କୁନାଲ ମଲ୍ଲିକ ୬୮ ଓ ମୁସ୍ତାକ ବାଗ ୬୪ ରନ କରିଥିଲେ । ମାଲକାନଗିରି ୧୯.୨ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୪୧ ରନ କରିବାକୁ ସକ୍ଷମ ହୋଇଥିଲା । ଢେଙ୍କାନାଳ ପକ୍ଷରୁ ସୌମେନ୍ଦ୍ର ଦାସ ୫ ୱିକେଟ ହାସଲ କରିଥିଲେ । ଏସସିବି ମେଡିକାଲ ଗ୍ରାଉଣ୍ଡରେ ଖୋର୍ଦ୍ଧା ଦଳ ୬ୱିକେଟରେ ଭୁବନେଶ୍ୱର-ଏ ଦଳକୁ ହରାଇଛି । ଖେର୍ଦ୍ଧା ଟସ ଜିତି ବୋଲିଂ କରିଥିଲା । ଭୁବନେଶ୍ୱର ଦଳ ୪୯.୩ ଓଭରରେ ସମସ୍ତ ୱିକେଟ ହରାଇ ୧୭୩ ରନ କରିଥିଲା । ଏହି ବିଜୟକୁ ଖୋର୍ଦ୍ଧା ଦଳ ୩୪.୪ ଓଭରରେ ୪ ୱିକେଟ ହରାଇ ବିଜୟ ହାସଲ କରିନେଇଥିଲା । ଦଳ ପକ୍ଷରୁ ଆର୍ଯ୍ୟଶ୍ରୀ ଡି ଭଟ୍ଟ ଅପରାଜିତ ୬୫ ରନ କରିଥିଲେ । କିଟ ଗ୍ରାଉଣ୍ଡରେ ବାଲେଶ୍ୱର ଓ ନୟାଗଡ ମଧ୍ୟରେ ଖେଲାଯିବାକୁ ଥିବା ମ୍ୟାଚକୁ ବର୍ଷା ଲାଗି ବାତିଲ କରାଯାଇଥିଲା । ସେହିପରି ଡ୍ରିମ୍ସ ପଡିଆରେ ନୂଆପଡା ଓ ଦେଓଗଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚକୁ ବର୍ଷା ଯୋଗୁଁ ଅଧାରୁ ବାତିଲ କରାଯାଇଥିଲା । ମ୍ୟାଚର କୌଣସି ଫଳ ବାହାରିନଥବଲା । ଦେଓଗଡ ଟସ ଜିତି ବ୍ୟାଟିଂ ଆରମ୍ଭ କରିଥିବା ବେଳେ ୧୫.୨ ଓଭରରେ ୨ ୱିକେଟ ହରାଇ ୪୨ ରନ କରିଥିଲା । ବର୍ଷା ଆରମ୍ଭ ହେବାରୁ ମ୍ୟାଚ ରେଫରୀ ଅଧାରୁ ମ୍ୟାଚ ବାତିଲ କରିଦେଇଥିଲେ ।

Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ