ଚୌଦ୍ୱାର ଦୌଲତାବାଦରେ ଇମ୍ଫା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

ଚୌଦ୍ୱାର ଦୌଲତାବାଦରେ ଇମ୍ଫା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

ଚୌଦ୍ୱାର ଦୌଲତାବାଦରେ ଇମ୍ଫା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର


#ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଅଞ୍ଚଳରେ କୌଣସି ଗରିବ ବ୍ୟକ୍ତି ଯେଭଳି ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ନରହେ ସେନେଇ ଇମ୍ଫାର ସାମାଜିକ ଦ୍ୱାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଆନୁକୂଲ୍ୟରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଚୌଦ୍ୱାର ଦୌଲତାବାଦର ସାରଦାନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ମାଗଣା ସ୍ୱାସ୍ଥ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟିକୁ ଇମ୍ଫା ଚୌଦ୍ୱାରର ପାୱାର ପ୍ଲାଣ୍ଟ ପରିଚାଳନା ବିଭାଗର ମୁଖ୍ୟ ଲଲାଟ କିଶୋର ମହାପାତ୍ର ଓ ଚୌଦ୍ୱାର ୧୬ ନମ୍ବର ୱାର୍ଡ ପାରିଷଦ ଅଜୟ କୁମାର ବେହେରା ଉଦଘାଟନ କରିବା ସମୟରେ ୧୫ ନମ୍ୱର ୱାର୍ଡ ପାରିଷଦ ଦିଲ୍ଲୀପ ଭୂୟାଁ, ବିଦ୍ୟାଳୟର ସମ୍ପାଦକ ନଗେନ୍ଦ୍ର ପ୍ରସାଦ ସାହୁ, ପ୍ରଧାନଚାର୍ଯ୍ୟ ପ୍ରତାପ ଚନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସ୍ୱାସ୍ଥ୍ୟ ଶିବିରରେ ଅଭିଜ୍ଞ ୫ ଜଣ ଡାକ୍ତର ଯଥା ଅସ୍ଥିଶଲ୍ୟ, ଭେଷଜ, ଶିଶୁ ରୋଗ, ସ୍ତ୍ରୀ ଓ ପ୍ରସୂତୀ ବିଭାଗର ସାହାଯ୍ୟରେ ଚୌଦାରର ୱାର୍ଡ – ୧୩, ୧୪, ୧୫, ୧୬, ଇନ୍ଦ୍ରାଣୀପାଟଣା ଗ୍ରାମପଞ୍ଚାୟତ ଓ ଚଷାପଡା ଅଞ୍ଚଳରୁ ୩୮୦ରୁ ଉର୍ଦ୍ଧ ରୋଗୀଙ୍କୁ ମାଗଣା ସ୍ୱାସ୍ଥ ପରୀକ୍ଷା କରିବା ସହ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା। ଇମ୍ଫାର ଅଧିକାରୀ ମାନଙ୍କ ମଧ୍ୟରେ ବବିତ ନନ୍ଦ, ନିରଞ୍ଜନ ସାହୁ, ରଜତ ସ୍ୱାଇଁ, ଅଭିଷେକ ଘୋଷ, ଅଶାନ୍ତ ବେହେରା ଆଦି ଉପସ୍ଥିତ ଥିଲେ। ଇମ୍ଫାର ଏହିଭଳି ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ସ୍ଥାନୀୟ ଲୋକେ ଓ ଖୁବ ପ୍ରଶଂସା କରିଥିଲେ ଓ କାର୍ଯ୍ୟକ୍ରମକୁ ବଜାୟ ରଖିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଇମ୍ଫାର ଅଧିକାରୀ ମାନସ ରଞ୍ଜନ ପ୍ରଧାନଙ୍କ ସହ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଅନନ୍ୟା ମହାନ୍ତି ଏବଂ ଇମ୍ଫାରୁ ସ୍ୱେଚ୍ଛାକୃତ ଭାବେ ୧୦ ଜଣ ସ୍ୱେଚ୍ଛାସେବୀ ପରିଚାଳନା କରିବା ବେଳେ ଲୋକସମ୍ପର୍କ ଅଧିକାରୀ ମାନସ ବସନ୍ତିଆ ସଂଯୋଜନା କରିଥିଲେ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ