ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ନୂଆଖାଇ ପର୍ବ

ଚୌଦ୍ୱାର(ଏନ୍.ଏମ୍.): ଚଳିତ ବର୍ଷର ନୂଆ ଅମଳ ଫସଲ ପୂଜାକରି ଖାଇବାର ଅନ୍ୟନାମ ନୂଆଖାଇ ପର୍ବ। ଏହି ନୂଆଖାଇ ପ୍ରଶ୍ଚିମ ଓଡ଼ିଶାର ଏକ ଆନନ୍ଦ ଉଲ୍ଲାସର ପର୍ବ ହୋଇଥିଲେ ମଧ୍ୟ ଏବେ ସାରା ରାଜ୍ୟରେ ପାଳନ କରାଯାଉଛି। ଏହି ପରିପେକ୍ଷରୀରେ ସ୍ଥାନୀୟ ଚୌଦ୍ୱାର ହିଙ୍ଗୁଲାଇ ରୋଡ ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ଓଡିଶାର ଅନ୍ୟଏକ ଗଣପର୍ବ ନୂଆଖାଇ ବେଶ ଆନନ୍ଦ ଉଲ୍ଲାସରର ସହ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମାଜ ସେବୀ ଜଗବନ୍ଧୁ ସାହୁ ମୂଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେ, ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା ସମଲେଶ୍ୱରୀଙ୍କ ପୀଠରେ ଧୁମ୍ ଧାମରେ ପାଳନ କରାଯାଇଥାଏ। ନୂଆଖାଇ ପର୍ବରେ ଚାଷୀ ନୂଆ କରି ଅମଳ କରିଥିବା ଶସ୍ୟ ପ୍ରଥମେ ମା’ଙ୍କ ନିକଟରେ ସମର୍ପିତ କରାଯାଇ ଖିଆଯାଇଥାଏ। ନୂଆଖାଇ ଖାଲି ପର୍ବ ନୁହେଁ, କୃଷକର ପରିଶ୍ରମର ଫଳ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ମାନସ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶୁଭଲକ୍ଷ୍ମୀ ସାହୁ, ପ୍ରଭାତୀ ସାହୁ, ସ୍ମିତା ରାଣୀ ସ୍ୱାଇଁ,ଏନ୍ ରାଜୁ ରାଓ ସହଯୋଗ କରିଥିଲେ। ଶିକ୍ଷା କେନ୍ଦ୍ରର ପରିଚାଳକ ରାଜେଶ କୁମାର ଓଝା ଧନ୍ୟବାଦ ଦେଇଥିଲେ।

