ହାଇଦରର ଖେଳ ଖତମ: ଏନକାଉଟର ଯୋଗୁଁ ମୃତ୍ୟୁ


ବାଲେଶ୍ୱର/ କଟକ(ଏନ୍‌.ଏମ୍‌.): ଏନ୍ କାଉଣ୍ଟର ଯୋଗୁଁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ହୋଇଛି । ଆଜି ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଖସି ଯାଉଥିବା ବେଳେ ତାକୁ ଏନକାଉଣ୍ଟର କରାଯାଇଥିଲା । ତେବେ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ରକ୍ତଜୁଡ଼ୁବୁଡ଼ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରଯାଇ ଥିଲା । ହାଇଦର ଷ୍ଟ୍ରେଚରରେ ପଡ଼ିରହିଥିବାବେଳେ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରାୟ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ପୂରା ସହରକୁ ପୁଲିସ ଛାଉଣି କରାଯାଇଛି । ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିବାବେଳେ ବାଟରେ ଏନକାଉଣ୍ଟର କରିଛି ପୁଲିସ । ହାଇଦର ବାଲେଶ୍ୱର ସିମୁଳିଆ ନିକଟରେ ପରିସ୍ରା କରିବା ବାହାନାରେ ଦୌଡ଼ି ପଳାଉଥିଲା ବୋଲି ପୁଲିସ ସୂଚନା ଦେଇଛି । କିନ୍ତୁ ପୁଲିସ ସେହି ସମୟରେ ଉପାୟ ନପାଇ ବାଧ୍ୟହୋଇ ହାଇଦରକୁ ଗୁଳି କରିଥିଲା ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ