ଗୀତିକାରଙ୍କ ପିତୃ ବିୟୋଗ
କଟକ(ଏନ୍.ଏମ୍.): ଗତକାଲି ବିଳମ୍ବିତ ରାତିରେ ଗୀତିକାର ଜୟନ୍ତ ଦାସଙ୍କ ପିତା ସଦାନନ୍ଦ ଦାସଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡିତ ହୋଇ କଟକରେ ଚିକିତ୍ସା ହେଉଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ନିର୍ମଳା ଦାସ, ତାଙ୍କ ସାନ ଭାଇ ରବୀନ୍ଦ୍ର ଦାସ, ଭାଇବୋହୁ ବିଦ୍ୟୁତ ପ୍ରଭା ଦାସ, ମନ୍ଦାକିନୀ ଦାସ, ଶୁଭସ୍ମିତା ଦାସ, ସୁବ୍ରତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ପୂର୍ବାହ୍ନରେ ତାଙ୍କ କେନ୍ଦୁଝର ଜିଲ୍ଲା ହାବଳେଶ୍ୱର ସ୍ଥିତ ବାସଭବନକୁ ନିଆ ଯିବା ପରେ ଗ୍ରାମବାସୀ ଶେଷ ଦର୍ଶନ କରିଥିଲେ । ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହୋଇଥିଲା । ତାଙ୍କର ଏକମାତ୍ର ପୁତ୍ର ଗୀତିକାର ଜୟନ୍ତ ଦାସ ମୁଖାଗ୍ନି ଦେଇଥିଲେ । ଶ୍ରୀ ଦାସ ତାଙ୍କ ଅଞ୍ଚଳରେ ଜଣେ ପାଲା ଗାୟକ ଭାବେ ପରିଚିତ ପାଇବା ସହିତ କଲିକତାର ଏକ ଘରୋଇ କମ୍ପନୀରେ କାମ କରି ଅବସର ନେଇଥିଲେ । ସେ ଜଣେ ପରୋପକାରୀ ଆଉ ନମ୍ର ଏବଂ ଭଦ୍ର ବ୍ୟକ୍ତି ଭାବରେ ବେଶ ପରିଚିତ ଥିଲେ ।