କ୍ରୀଡା ସଙ୍ଗଠକ ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ବିୟୋଗ

କ୍ରୀଡା ସଙ୍ଗଠକ ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ବିୟୋଗ

କ୍ରୀଡା ସଙ୍ଗଠକ ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ବିୟୋଗ


କଟକ(ଏନ୍‌.ଏମ୍‌.):ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ)ର ସଦସ୍ୟ ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । କଳାହାଣ୍ଡି ସ୍ଥିତ ଭବାନୀପାଟଣରେ ବାସଗୃହରେ ମଙ୍ଗଳବାର ସକାଳେ ହୃଦଘାତରେ ତାଙ୍କର ବିୟୋଗ ଘଟିଥିଲା । ସେ ଜଣେ ଦକ୍ଷ କ୍ରୀଡା ସଙ୍ଗଠକ ସହ କ୍ରୀଡା ପ୍ରେମୀ ମଧ୍ୟ ଥିଲେ । ଫୁଟବଲ ଖେଳରେ ଜଣେ ଦକ୍ଷ ପ୍ରଶାସକ ଭାବେ ଦାୟିତ୍ୱ ତୁଲାଇଥିବାରୁ ତାଙ୍କ କାର୍ଯ୍ୟଶୈଳୀକୁ ଫାଓ ସବୁବେଳେ ମନେ ରଖିବ । ସେ ଭବାନୀପାଟଣା ବ୍ରଜ ମୋହନ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ଅବସର ଗ୍ରହଣ କରିଥିଲେ । କଳାହାଣ୍ଡି କ୍ରୀଡା ସଙ୍ଗଠନରେ ଉପ ସଭାପତି ଭାବେ କାର୍ଯ୍ୟ ତୁଲାଇଥିଲେ । ତାଙ୍କର ସ୍ତ୍ରୀଙ୍କ ସହ ତିନି ଝିଅ ଓ ଗୋଟିଏ ଅଛନ୍ତି । ତାଙ୍କ ବିୟୋଗରେ କ୍ରୀଡା ଜଗତଲାଗି ଅପୂରଣୀୟ କ୍ଷତି ରହିବ । ଅମର ଆତ୍ମାର ସଦଗତି ନିମନ୍ତେ ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ଏକ ଶୋକ ବାର୍ତ୍ତାର ଜଣାଇଛନ୍ତି । ସେହିପରି ଓଡ଼ିଶା ଅଲମ୍ପିକ ଆସୋସିଏସନ (ଓଓଏ) ପକ୍ଷରୁ ମଧ୍ୟ ଶୋକ ବ୍ୟକ୍ତ କରାଯାଇଛି । ଓଓଏର ଫାଇନାନ୍ସ କମିଟିର ସଦସ୍ୟ ରହିଥିଲେ । କଳାହାଣ୍ଡି କ୍ରୀଡା ସଙ୍ଗଠନରେ ଉପ ସଭାପତି ଭାବେ କାର୍ଯ୍ୟତୁଲାଉଥିଲେ । ତାଙ୍କ ବିୟୋଗରେ ଓଓଏର ସଭାପତି ଜଗମୋହନ ପଟ୍ଟନାୟକ, ସମ୍ପାଦକ ଆଶୀର୍ବାଦ ବେହେରା, ସାଧାରଣ ସମ୍ପାଦକ ଅଭିଜିତ ପାଲ, କୋଷାଧ୍ୟକ୍ଷ ଅଧିପ ଦାସ ଶୋକ ବ୍ୟକ୍ତ କରିଛନ୍ତି । ଓସିଏ ପକ୍ଷରୁ ମଧ୍ୟ ଶୋକ ପ୍ରକାଶ କରାଯାଇଛି । ସେ କ୍ରିକେଟ ସହିତ ଜଡିତ ଥିଲେ । ତାଙ୍କ ତତ୍ତ୍ୱାବଧାନରେ ଅନେକ ନୂତନ ପ୍ରତିଭା ଉଭା ହୋଇଥିଲେ । ତାଙ୍କ ବିୟୋଗ କ୍ରୀଡା ଜଗତ ଲାଗି ଏକ ବଡ କ୍ଷତି ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ଶୋକବାର୍ତ୍ତାରେ କହିଛନ୍ତି ।

Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ