ଗଜପତିଙ୍କ ଶ୍ରୀନଅରରେ ସୁନିଆଁ ଉତ୍ସବ
ଗଜପତିଙ୍କ ଶ୍ରୀନଅରରେ ସୁନିଆଁ ଉତ୍ସବ ପୁରୀ(ଏନ୍.ଏମ୍.): ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହୋଇଯାଇଛି ସୁନିଆଁ ଉତ୍ସବ । ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀନରରେ ଆଜି ନୀତି ଓ ପରମ୍ପରା ଅନୁସାରେ ପାଳତି ହୋଇଛି ଏହି ଉତ୍ସବ । ଏଥିପାଇଁ ସନ୍ଧ୍ୟାରେ ଶ୍ରୀନଅର ପ୍ରାଙ୍ଗଣରେ ଥିବା କନକ ଦୁର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । କନକଦୂର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ, ନୃସିଂହ ଆଦି ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ ଗଜପତି ମହାରାଜ । ଗଜପତି ମହାରାଜା…
