ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟ ପିଏସ୍‌ଙ୍କ ଘରେ ରେଡ୍‌: ବିପୁଳ ପରିମାଣର ଟଙ୍କା ଜବତ

ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟ ପିଏସ୍‌ଙ୍କ ଘରେ ରେଡ୍‌: ବିପୁଳ ପରିମାଣର ଟଙ୍କା ଜବତ

ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟ ପିଏସ୍‌ଙ୍କ ଘରେ ରେଡ୍‌: ବିପୁଳ ପରିମାଣର ଟଙ୍କା ଜବତ


ଭୁବନେଶ୍ୱର (ଏନ୍‌.ଏମ୍‌.): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ୍ ବିରଞ୍ଚି ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । କଟକ ଓ ଭୁବନେଶ୍ୱରରେ ମୋଟ ୬ଟି ସ୍ଥାନରେ ଏକକାଳୀନ ଏହି ରେଡ୍ କରାଯାଇଥିବା ବେଳେ ବିପୁଳ ପରିମାଣର ସମ୍ପତି ଜବତ ହୋଇଛି । ଟଙ୍କା ଦେଖି ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ ବି ତାଜୁବ୍ ହୋଇ ଯାଇଛନ୍ତି । ବିରଞ୍ଚି ସାହୁଙ୍କ ଘରୁ ବିଡ଼ା ବିଡ଼ା ଟଙ୍କା ସହିତ ବିପୁଳ ପରିମାଣରେ ସୁନା ବି ମିଳିଛି । ତାଙ୍କର ଦୁଇଟି ଦୁଇ ମହଲା କୋଠା ଓ ୯ଟି ଜାଗା ଠାବ କରାଯାଇଛି । ସେ ୨ ଥର ବିଦେଶ ଗସ୍ତ କରିଥିବାର ଡକ୍ୟୁମେଣ୍ଟ ସହିତ ଘରୁ ବିଦେଶୀ ନୋଟ୍ ବିଡ଼ା ମଧ୍ୟ ଠାବ କରାଯାଇଛି । ସେହିପରି ତାଙ୍କ ଶାଳକଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ମିଳିଛି । ଭିଜିଲାନ୍ସ ଏସପି ଆର. ପ୍ରକାଶ କହିଛନ୍ତି ଯେ, କଟକ ଓ ଭୁବନେଶ୍ୱରରେ ମୋଟ ୬ ସ୍ଥାନରେ ରେଡ୍ କରାଯାଇଛି । ବିପୁଳ ପରିମାଣରେ ସୁନା ଓ ଟଙ୍କା ମିଳିଛି । ଏତେ ଟଙ୍କା ଓ ସଂପତ୍ତି କେଉଁଠୁ ଆସିଲା, ସେନେଇ ତଦନ୍ତ ଜାରି ରହିଛି । ଚାକିରି ପାଇଁ କୌଣସି ପ୍ରାର୍ଥୀଙ୍କ ଠାରୁ ସେ ଟଙ୍କା ନେଇଛନ୍ତି କି ନାହିଁ, ତା’ର ବି ତଦନ୍ତ ହେବ । ତାଙ୍କର ଦରମା ଏତେ ନୁହେଁ, ତେଣୁ ନିଶ୍ଚିତ ଅସାଧୁ ଉପାୟରେ ଅର୍ଜନ କରିଛନ୍ତି । ଏସବୁର ଅନୁସନ୍ଧାନ ଚାଲିଛି ବୋଲି ଏସପି କହିଛନ୍ତି । ଏହି ରେଡରେ ଭିଜିଲାନ୍ସ ଏସପି ଆର. ପ୍ରକାଶଙ୍କ ସମେତ ୪ ଜଣ ଡିଏସପି ୧୩ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଥିବା ଜଣାପଡ଼ିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ