ଜଗତପୁର ଗୋଲେଇଛକରେ ଦୁଇ ଗୋରୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ : କାର ଜବତ, ୨ ଗିରଫ

ଜଗତପୁର ଗୋଲେଇଛକରେ ଦୁଇ ଗୋରୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ : କାର ଜବତ, ୨ ଗିରଫ କଟକ(ଏନ୍‌.ଏମ୍‌.): କମିଶନରେଟ ଥାନା ଅଞ୍ଚଳରେ ଏବେ ବାରମ୍ବାର ଗୋରୁ ଚୋରି ଏକ ସାଧାରଣ ଘଟଣା ହୋଇଗଲାଣି । ଚୌଦ୍ୱାର, ଜଗତପୁର ଅଞ୍ଚଳରେ ଘନଘନ ଗାଈ ଚୋରି ହେବା ଘଟଣା ପୁଲିସ ପାଇଁ ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି । ବିଶେଷ କରି ଜଗତପୁର ଅଞ୍ଚଳରେ ଏକାଧିକବାର ଗାଈ ଚୋରି ହୋଇଛି । ତେବେ ଗତ କାଲି ବିଳମ୍ବିତ ରାତିରେ…

Read More

ଆସନ୍ତା ୧୦ରୁ ଓଟିଇଟି ଫର୍ମପୂରଣ ପ୍ରକ୍ରିୟା

ଆସନ୍ତା ୧୦ରୁ ଓଟିଇଟି ଫର୍ମପୂରଣ ପ୍ରକ୍ରିୟା କଟକ(ଏନ୍‌.ଏମ୍‌.): ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)-୨୦୨୨ର ଦ୍ୱିତୀୟ ପରୀକ୍ଷା ହେବ । ଏଥିଲାଗି ଆସନ୍ତା ୧୦ ତାରିଖ ଠାରୁ ଫର୍ମପୂରଣ ପ୍ରକ୍ରିୟା ଆରମ୍ଭ ହେବା ସହ ଉକ୍ତ ଫର୍ମପୂରଣ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ଦୁଇଟି ପେପରରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ । ପେପର-୧ ଲାଗି ୧୫୦ ମାର୍କ ରହିଥିବାବେଳେ…

Read More

ବରିଷ୍ଠ କଂଗ୍ରେସ ନେତ୍ରୀ ଜୟନ୍ତୀ ପଟ୍ଟନାୟକଙ୍କ ସ୍ମୃତିସଭା

ବରିଷ୍ଠ କଂଗ୍ରେସ ନେତ୍ରୀ ଜୟନ୍ତୀ ପଟ୍ଟନାୟକଙ୍କ ସ୍ମୃତିସଭା ଆଠଗଡ଼ (ଏନ୍‌.ଏମ୍‌.): ବରିଷ୍ଠ କଂଗ୍ରେସ ନେତ୍ରୀ, ପୂର୍ବତନ ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଧର୍ମପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ଏକାଦଶାହ ଅବସରରେ ଆଠଗଡ କଂଗ୍ରେସ କାର୍ଯ୍ୟାଳୟରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଧାୟକ ତଥା ଆଠଗଡ କଂଗ୍ରେସର ବିଶିଷ୍ଟ ନେତା ଉମାବଲ୍ଲଭ ରଥଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ସ୍ଥାନୀୟ ଭାଗିରଥି ସାଗରରେ ତିଳ ତର୍ପଣ କରାଯାଇଥିଲା । ଦଳୀୟ…

Read More

ଅବକାରୀ ବିଭାଗର ଚଢ଼ାଉ:ଆଠଗଡ଼ ଅଞ୍ଚଳରୁ ବିପୁଳ ବେଆଇନ ମଦ ଜବତ, ମାଫିଆ ଫେରାର

ଅବକାରୀ ବିଭାଗର ଚଢ଼ାଉ:ଆଠଗଡ଼ ଅଞ୍ଚଳରୁ ବିପୁଳ ବେଆଇନ ମଦ ଜବତ, ମାଫିଆ ଫେରାର ଆଠଗଡ଼(ଏନ୍‌.ଏମ୍‌.): ପ୍ରଶାସନ ପକ୍ଷରୁ ଚୋରା ଦେଶୀ ମଦ କାରବାରକୁ ସମ୍ପୂର୍ଣ୍ଣ ରୋକିବା ନିମନ୍ତେ ଯେତେ ପଦକ୍ଷେପ ନେଲେ ମଧ୍ୟ ଚୋରା ମଦ ମାଫିଆଙ୍କ ପାଖରେ ସବୁ ବିଫଳ ହୋଇଛି । ଫଳରେ ବିଭାଗୀୟ କର୍ତ୍ତୃପକ୍ଷ ଡାଳେ ଡାଳେ ଗଲେ ମଦ ମାଫିଆ ପତ୍ରେ ପତ୍ରେ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ଅତୀତରେ ଚୋରା ଦେଶୀ ମଦ ଯୋଗୁଁ ଶହ ଶହ ଜନସାଧାରଣ…

Read More

ବେକରେ ଓନି ଦେଇ ଯୁବତୀଙ୍କ ଆତ୍ମହତ୍ୟା

ବେକରେ ଓନି ଦେଇ ଯୁବତୀଙ୍କ ଆତ୍ମହତ୍ୟା ଜଗତପୁର (ଏନ୍‌.ଏମ୍‌.): ଆଜି ଜଣେ ଯୁବତୀ ହଠାତ୍ ବେକରେ ଓନି ଲଗାଇ ଝୁଲି ପଡ଼ି ଆତ୍ମହତ୍ୟା କରିବା ଘଟଣା ଜଗତପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଜଗତପୁର ଥାନା ଅନ୍ତର୍ଗତ ଭୂବନପୁର ପାଞ୍ଚଘରିଆ ସାହିରେ ଭଡାରେ ରହୁଥିବା ସ୍ୱୟଂପ୍ରଭା ବେହେରା (୨୨) ନାମକ ଜଣେ ଯୁବତୀ ବେକରେ ଓନି ଲଗାଇ ଆତ୍ମହତ୍ୟା କରିଛନ୍ତିି । ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ôଚ ଯୁବତୀଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ…

Read More

ଓଡ଼ିଶା ସିଭିଲ ସର୍ଭିସ ୨୦୨୦ ପରୀକ୍ଷା ଫଳ ପ୍ରକାଶିତ: ୬୦ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୯୨ଜଣ ଉତ୍ତୀର୍ଣ୍ଣ

ଓଡ଼ିଶା ସିଭିଲ ସର୍ଭିସ ୨୦୨୦ ପରୀକ୍ଷା ଫଳ ପ୍ରକାଶିତ: ୬୦ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୯୨ଜଣ ଉତ୍ତୀର୍ଣ୍ଣ କଟକ(ଏନ୍‌.ଏମ୍‌.): ଓଡ଼ିଶା ସିଭିଲ୍ ସର୍ଭିସ୍‌-୨୦୨୦ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ମୋଟ ୩୯୨ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪୪ଜଣ ପୁରୁଷ ଥିବାବେଳେ ୧୪୮ଜଣ ମହିଳା ଅଛନ୍ତି । ସେମାନଙ୍କ ମଧ୍ୟରୁ ତେଜସ୍ୱିନୀ ବେହେରା ଓଏଏସ ଟପର ହୋଇଛନ୍ତି । ତେବେ ଏଥିରେ ପ୍ରଥମ ୩ଟି ସ୍ଥାନ ଅଧିକାର କରିଛନ୍ତି ଛାତ୍ରୀ । ତେଜସ୍ୱିନୀ…

Read More

ମେଲାଣି ନେଉଛନ୍ତି ଜଗତଜନନୀ, ଦେବୀଗଡ଼ାରେ ମେଢ଼ ବିସର୍ଜନ

ମେଲାଣି ନେଉଛନ୍ତି ଜଗତଜନନୀ, ଦେବୀଗଡ଼ାରେ ମେଢ଼ ବିସର୍ଜନ କଟକ(ଏନ୍‌.ଏମ୍‌.): ଆଜି ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ଜଗତଜନନୀ ମା’ ଦୁର୍ଗା । ଲଗାଣ ବର୍ଷା ସତ୍ତ୍ୱେ ଟୁଇନ୍ ସିଟିରେ ଭସାଣ ଉତ୍ସବ ବେଶ ଜମିବାରେ ଲାଗିଛି । ସତେ ଯେମିତି ବର୍ଷାକୁ ସହରବାସୀଙ୍କ ଖାତିର ନାହିଁ । ଐତିହାସିକ କଟକ ଦଶହରାରେ ପୂଜାପାଇଥିବା ମୂର୍ତ୍ତିମାନଙ୍କ ବିସର୍ଜନ ନିମନ୍ତେ ଅସ୍ଥାୟୀ ଜଳାଶୟ ହେବା ସହ ଭିଡ଼ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ସହରରେ ୫୫ ପ୍ଲାଟୁନ୍ ପୁଲିସ…

Read More

ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ଲୋକାର୍ପଣ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ଲୋକାର୍ପଣ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ(ଏନ୍‌.ଏମ୍‌.): ପୁରୀସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀସଦାଶିବ କ୍ୟାମ୍ପସ ପରିସରରେ ଦେଶର ଦ୍ୱିତୀୟ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ଓ ହିନ୍ଦୁ ଅଧ୍ୟୟନ କେନ୍ଦ୍ରକୁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଲୋକାର୍ପଣ କରିଛନ୍ତି ।ଆୟୋଜିତ ସଭାରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ୨୦୨୨-୨୩ ଶିକ୍ଷା ବର୍ଷରେ ଶ୍ରୀ ସଦାଶିବ କ୍ୟାମ୍ପସ ପରିସରରେ ଆରମ୍ଭ ହେବାକୁ ଯାଉ…

Read More

ଦେବଗଡ଼ରେ ଗ୍ରାମାଭିମୁଖୀ ହେଉଛନ୍ତି ହାତୀ: ଆକ୍ରମଣରେ ଜଣେ ଯୁବକ ଗୁରୁତର

ଦେବଗଡ଼ରେ ଗ୍ରାମାଭିମୁଖୀ ହେଉଛନ୍ତି ହାତୀ: ଆକ୍ରମଣରେ ଜଣେ ଯୁବକ ଗୁରୁତର ଦେବଗଡ଼ (ଏନ୍‌.ଏମ୍‌.) : କଟକ ପରେ ଏବେ ଦେବଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ଗତକାଲି ରାତ୍ରୀ ପ୍ରାୟ ୮ଟା ସମୟରେ ରିଆମାଳ ବନଖଣ୍ଡ ପଳସମା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କଣ୍ଟାବାହାଳ ଗ୍ରାମରେ ହାତୀ ତାଣ୍ଡବ ସୃଷ୍ଟି କରିଛି । ଉକ୍ତ ଗ୍ରାମର ଜଣେ ଯୁବଙ୍କୁ ହାତୀ ଅତର୍କିତ ଆକ୍ରମଣ କରିବା ଫଳରେ ସେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପ୍ରାପ୍ତ…

Read More

ଲକ୍ଷ୍ମୀପୂଜାରେ ଆସୁଛି “ପ୍ରେମରେ ରିସ୍କ ହେଲା ମତେ ଇସ୍କ’

ଲକ୍ଷ୍ମୀପୂଜାରେ ଆସୁଛି “ପ୍ରେମରେ ରିସ୍କ ହେଲା ମତେ ଇସ୍କ’ ଭୁବନେଶ୍ୱର(ଏନ୍‌.ଏମ୍‌.): ଲକ୍ଷ୍ମୀପୂଜାରେ ଆସୁଛି ନୂଆ ଓଡ଼ିଆ ସିନେମା । ୟୁଏସ ମୋସନ ପିକ୍‌ଚର୍ସ ଓ କେ.ମୁରଲୀ କ୍ରିଷ୍ଣା ଫିଲ୍ମସ ମିଳିତ ସହଯୋଗରେ ମୁକ୍ତିଲାଭ କରିବାକୁ ଯାଉଛି “ପ୍ରେମରେ ରିସ୍କ ହେଲା ମତେ ଇସ୍କ’ । ନିକଟରେ ଏହି ସିନେମାର ଅଡିଓ ରିଲିଜ ହୋଇସାରିଥିବା ବେଳେ ଲକ୍ଷ୍ମୀ ପୂଜାରେ ସିନେମାଟି ମୁକ୍ତିଲାଭ କରିବ । ଏନେଇ ପ୍ରଡକ୍ସନ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ୟୁ.ଏସ. ମୋସନ ପିକ୍‌ଚର୍ସ…

Read More

ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ଭୁବନେଶ୍ୱର(ଏନ୍‌.ଏମ୍‌.): ଭାରତ ନିର୍ବାଚନ ଆୟୋଗ ଆଜି ରାଜ୍ୟର ଖାଲି ପଡ଼ିଥିବା ୪୬-ଧାମନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଅକାଳ ବିୟୋଗ ଯୋଗୁଁ ୪୬-ଧାମନଗର ବିଧାନସଭା ଆସନଟି ଖାଲି ରହିଛି । ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ଧାମନଗର ଆସନ ପାଇଁ ନିମ୍ନ ମତେ ନିର୍ବାଚନ ସୂଚୀ ଘୋଷଣା କରାଯାଇଛି । ୨୦୨୨…

Read More

ବ୍ରଏଲର କୁକୁଡ଼ା ଚାଷର ବିକାଶ ନିମନ୍ତେ ଚାଷୀ ଏବଂ ଇଣ୍ଟିଗ୍ରେଟରଙ୍କ ମଧ୍ୟରେ ଉତ୍ତମ ବାତାବରଣ ବଜାୟ ରହିବା ଆବଶ୍ୟକ: ମନ୍ତ୍ରୀ

ବ୍ରଏଲର କୁକୁଡ଼ା ଚାଷର ବିକାଶ ନିମନ୍ତେ ଚାଷୀ ଏବଂ ଇଣ୍ଟିଗ୍ରେଟରଙ୍କ ମଧ୍ୟରେ ଉତ୍ତମ ବାତାବରଣ ବଜାୟ ରହିବା ଆବଶ୍ୟକ: ମନ୍ତ୍ରୀ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ବ୍ରଏଲର କୁକୁଡ଼ା ଚାଷର ବିକାଶ ନିମନ୍ତେ କୁକୁଡ଼ା ଚାଷୀ ଏବଂ ଇଣ୍ଟିଗ୍ରେଟରମାନଙ୍କ ମଧ୍ୟରେ ଉତ୍ତମ ବାତାବରଣ ବଜାୟ ରଖିବା ଆବଶ୍ୟକ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଆଜି ଏହି ପରିପ୍ରେକ୍ଷୀରେ କୃଷି ଭବନଠାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ…

Read More