ସିଏମସିରେ ବଢ଼ୁଛି ଦୁର୍ନୀତିର ତାଲିକା: ତେଲ ପିଇ ଯାଉଛନ୍ତି ପମ୍ପ ଅଧିକାରୀ ଓ କର୍ମଚାରୀ !

ସିଏମସିରେ ବଢ଼ୁଛି ଦୁର୍ନୀତିର ତାଲିକା: ତେଲ ପିଇ ଯାଉଛନ୍ତି ପମ୍ପ ଅଧିକାରୀ ଓ କର୍ମଚାରୀ !

ସିଏମସିରେ ବଢ଼ୁଛି ଦୁର୍ନୀତିର ତାଲିକା: ତେଲ ପିଇ ଯାଉଛନ୍ତି ପମ୍ପ ଅଧିକାରୀ ଓ କର୍ମଚାରୀ !


#କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମରେ ବଢ଼ୁଛି ଦୁର୍ନୀତିର ତାଲିକା । ଏପରିକି ସିଏମସିର ବିଭାଗୀୟ ଯନ୍ତ୍ରୀଙ୍କ ସହାୟତାରେ କର୍ମଚାରୀମାନେ ତେଲ ପିଇ ଯାଉଥିବା ଭଳି ସଂଗୀନ ଅଭିଯୋଗ ଉଠିଛି । ଏ ନେଇ ସିଏମସି କମିଶନରଙ୍କୁ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ସିଏମସି ରାଜକୋଷରୁ ଲୁଟ ହେଉଥିବା ଅର୍ଥକୁ ସୁରକ୍ଷା ଦେବାକୁ ଦାବି କରାଯାଇଛି ।
କଟକ ସହରରେ ଅସରାଏ ବର୍ଷା ହେଲେ ଜଳ ନିଷ୍କାସନ ସମସ୍ୟା ରହିଥିବାରୁ ଅଧିକାଂଶ ଅଞ୍ଚଳରେ କୃତ୍ରିମ ବନ୍ୟା ଦେଖାଯାଏ । ଏପରିକି ଲୋକଙ୍କ ରୋଷେଇ ଘରେ ତଥା ଶୋଇବା ଘରେ ମଧ୍ୟ ଆଣ୍ଠୁଏ ଉଚ୍ଚର ନର୍ଦ୍ଦମା ପାଣି ପ୍ରବାହିତ ହୋଇଥାଏ । ତେବେ ଏହାକୁ ମୁକାବିଲା କରିବା ପାଇଁ ସିଏମସି ପକ୍ଷରୁ ଶତାଧିକ ପମ୍ପ ଲଗାଯାଇ ଜଳନିଷ୍କାସନ ହୋଇଥାଏ । ଏହି ପମ୍ପ ଗୁଡ଼ିକ ମଧ୍ୟରେ ସିଏମସିର କିଛି ପମ୍ପ ଥିବାବେଳେ ଆବଶ୍ୟକସ୍ଥଳେ ଅଗ୍ନିଶମ ବିଭାଗ ଓ ଜାଇକା ବିଭାଗର ପମ୍ପ ମଧ୍ୟ ବ୍ୟବହାର ହୋଇଥାଏ । ଏଥି ପାଇଁ ଆବଶ୍ୟକ ଇନ୍ଧନ ସିଏମସି ଯୋଗାଇଥାଏ । ହେଲେ ଏବେ ୧୦ଦିନ ଧରି ସହରରେ ବର୍ଷା ହୋଇନଥିଲେ ମଧ୍ୟ ପ୍ରତିଦିନ ଜଳନିଷ୍କାସନ ଆଳରେ ପମ୍ପଚଳାଇବା ପାଇଁ ଡବଲ କୁପନ ଇସ୍ୟୁ କରାଯିବା ଦୁର୍ଭାଗ୍ୟ ଜନକ ବୋଲି ପରିଷଦ ସଭାପତି ତଥା ସାମାଜିକ କର୍ମୀ ସୁକାନ୍ତ ସେଠୀ ଅଭିଯୋଗ କରିଛନ୍ତି । ଏବେ ସହରରେ ବର୍ଷା ନଥିବାବେଳେ କେଉଁଠୁ ଜଳନିଷ୍କାସନ କରାଯାଉଛି ତାହା ମଧ୍ୟ ତଦନ୍ତ ସାପେକ୍ଷ ବୋଲି ପରିଷଦ ପକ୍ଷରୁ ଦାବି କରାଯାଇଛି । ତେଣୁ ଏବେ ସିଏମସିର ୫୯ଟି ୱାର୍ଡ଼ରେ କେଉଁ ଅଞ୍ଚଳରେ କେତେ ପମ୍ପ ଲାଗିଛି, କେତେଘଣ୍ଟା ଚାଲୁଛି ତାହାର ସ୍ପଷ୍ଟ ବିବରଣୀ ସାର୍ବଜନୀନ କରାଯିବାକୁ ମଧ୍ୟ ଦାବି କରାଯାଇଛି । ପୁନଶ୍ଚ ସିଏମସି ୫୭ ନମ୍ବର ୱାର୍ଡର ମୁଖ୍ୟରାସ୍ତାରେ ନର୍ଦମା ପାଣି ପ୍ରବାହିତ ହେଉଥିବାରୁ ଗୋପାଳପୁର ମାଷ୍ଟର କଲୋନୀବାସୀ ହଇରାଣ ହେଉଛନ୍ତି; ସେହିଭଳି ୫୬ନମ୍ବର ୱାର୍ଡ଼ ପାଇକ ସାହି ଅଣ୍ଡରପାସ, ୫୮ନମ୍ବର ଅଣ୍ଡର ପାସ ଆଦ ଅଞ୍ଚଳରେ କାହିଁକି ପମ୍ପ ଲଗାଯାଇ ନାହିଁ ତାହା ମଧ୍ୟ ତଦନ୍ତ ସାପେକ୍ଷ ବୋଲି ସିଏମସି କମିଶନରଙ୍କୁ ପ୍ରଦତ୍ତ ସ୍ମାରକପତ୍ରରେ ଉଲ୍ଲେଖ ରହିଛି । ଏହାଦ୍ୱାରା ପମ୍ପ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀ ତେଲ କୁପନ ନେଇ କଳାବଜାର କରୁଥିବାବେଳେ ଯେଉଁଠି ପମ୍ପ ଚଳାଇବାର ଆବଶ୍ୟକତା ରହିଛି ସେଠାରେ ପମ୍ପ ନଲାଗିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଶ୍ରୀ ସେଠୀ ଅଭିଯୋଗ କରିଛନ୍ତି । ତେଣୁ ସିଏମସି କମିଶନର ଏ ନେଇ ନିରପେକ୍ଷ ତଦନ୍ତ କରିବା ସହ ତେଲ ପିଇ ଯାଉଥିବା କର୍ମଚାରୀ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ତେବେ ଏ ନେଇ ସିଏମସିର ତେଲ କୁପନ ଇସ୍ୟୁ ଦାୟିତ୍ୱରେ ଥିବା ଯନ୍ତ୍ରୀ ସ୍ୱାଗତିକା ମହାନ୍ତିଙ୍କ ଯୋଗାଯୋଗ କରିବାରେ ଯେଉଁ ୱାର୍ଡ଼ରେ ପମ୍ପ ଚାଲିବା ଆବଶ୍ୟକ ରହିଛି, ସମ୍ପୃକ୍ତ ୱାର୍ଡ଼ ଦାୟିତ୍ୱରେ ଥିବା ଜେଇ ଲେଖିକି ଦେବା ପରେ ତେଲ କୁପନ ପ୍ରଦାନ କରାଯାଉଛି । ତେଣୁ ପମ୍ପ ଚାଲୁଛି କି ନାହିଁ ସେଠାରେ ପମ୍ପ ଚାଲିବା ଆବଶ୍ୟକ କି ନାହିଁ ତାହା ତଦାରଖ କରିବା ସମ୍ପୃକ୍ତ ୱାର୍ଡ଼ ଜେଇଙ୍କର; ତେଣୁ ଏହାର ଅଧିକ ସୂଚନା ସେମାନେ ହିଁ ଦେଇପାରିବେ ବୋଲି କହିଥିଲେ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ