ସାହାରା ଜମାକାରୀଙ୍କ ପକ୍ଷରୁ ଥାନାରେ ଏତଲା

ସାହାରା ଜମାକାରୀଙ୍କ ପକ୍ଷରୁ ଥାନାରେ ଏତଲା

ସାହାରା ଜମାକାରୀଙ୍କ ପକ୍ଷରୁ ଥାନାରେ ଏତଲା

News by Maheswar Behera (Athagarh)

ଆଠଗଡ଼(ଏନ୍‌.ଏମ୍‌.): ଖୁଣ୍ଟୁଣୀ ଅଞ୍ଚଳର ସାହାରା ଜମାକାରୀମାନେ ସେମାନଙ୍କ ଜମା ଅର୍ଥ ନପାଇବାରୁ ସାହାରା ଇଣ୍ଡିଆ ବିରୋଧରେ ଖୁଣ୍ଟୁଣୀ ଥାନାରେ ଏତଲା ଦେଇଛନ୍ତି । କ୍ଷତିଗ୍ରସ୍ତ ଜମାକାରୀମାନେ ସେମାନଙ୍କ ଏତଲାରେ ସାହାରା ଇଣ୍ଡିଆର ଖୁଣ୍ଟୁଣୀ ଶାଖାରେ ଏଜେଣ୍ଟମାନଙ୍କ ଜରିଆରେ କୋଟି କୋଟି ଟଙ୍କା ଜମା କରିଛନ୍ତି । ସେମାନଙ୍କ ଜମା ଅର୍ଥର ମିଆଦ ପୁରିଯାଇଥିଲେ ମଧ୍ୟ ବିଗତ ଦୁଇ ତିନି ବର୍ଷ ହେଲା ସଂସ୍ଥାର କର୍ମକର୍ତ୍ତା ଆଜିକାଲି କହି ସମୟ ଗଡାଇ ଚାଲିଛନ୍ତି । ଏଜେଣ୍ଟମାନେ ଚଞ୍ଚକତା କରି ସେମାନଙ୍କ ଠାରୁ ବଣ୍ଡ ପେପରକୁ ମାଗି ନେଇଛନ୍ତି । ଏଜେଣ୍ଟମାନେ ସେମାନଙ୍କ ମନରେ ଗ୍ରାମର ଲୋକ ବୋଲି ବିଶ୍ୱାସ ଜନ୍ମାଇ ଜମା କିସ୍ତି ଆଦାୟ କରି ଚାଲିଛନ୍ତି । ଏପରିକି ଆଦାୟ ଅର୍ଥ ନେଇ ରସିଦ ମଧ୍ୟ ଦେଇନାହାନ୍ତି ବୋଲି ଜମାକାରୀମାନେ ଏତଲାରେ ଦର୍ଶାଇଛନ୍ତି । ଆଗାମୀ ସାତ ଦିନ ମଧ୍ୟରେ ସାହାରା ଇଣ୍ଡିଆ କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଅର୍ଥ ନଫେରାଇଲେ ଜମାକାରୀ ମାନେ ଖୁଣ୍ଟୁଣୀ ଓ ଇଚ୍ଛାପୁର ଠାରେ ଥିବା କାର୍ଯ୍ୟାଳୟକୁ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ