ଶୋଇଥିବାବେଳେ ବାପପୁଅଙ୍କୁ ଦଳିଦେଲା ଦନ୍ତା: ବାପ ଗୁରୁତର ପୁଅ ମୃତ

ଶୋଇଥିବାବେଳେ ବାପପୁଅଙ୍କୁ ଦଳିଦେଲା ଦନ୍ତା: ବାପ ଗୁରୁତର ପୁଅ ମୃତ

ଶୋଇଥିବାବେଳେ ବାପପୁଅଙ୍କୁ ଦଳିଦେଲା ଦନ୍ତା: ବାପ ଗୁରୁତର ପୁଅ ମୃତ

ଫଟୋ- ପଦ୍ମଲୋଚନ ମିଶ୍ର

କାମାକ୍ଷାନଗର(ଏନ.ଏମ୍‌.): ଦିନକୁ ଦିନ ହାତୀମାନେ ଗ୍ରାମାଭିମୁଖୀ ହେବା ସହ ବହୁ ଧନଜୀବନ କ୍ଷତି କରୁଛନ୍ତି । ଏପରିକି ଅନ୍ଧାର ରାତିରେ ତାଣ୍ଡବ ସୃଷ୍ଟି କରିବା ଯୋଗୁଁ ଜନସାଧାରଣ ଅତିଷ୍ଠ ହୋଇପଡ଼ିଲେଣି । ଏପରିକି କାମାକ୍ଷାନଗର ଅଞ୍ଚଳରେ ବାପପୁଆ ହାତୀ ଆକ୍ରମଣର ଶିକାର ହୋଇ ପୁଅର ମୃତ୍ୟୁ ହୋଇଥିବାବେଳେ ବାପ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛି । ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମହୁଲଡଗର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ରିଶି ଜେରେଇ(୫ବର୍ଷ) । ତାଙ୍କ ବାପା ରସାନନ୍ଦ ଜେରେଇ ଏବେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ରସାନନ୍ଦଙ୍କ ପରିବାର ଲୋକେ ଘରେ ଶୋଇଥିବାବେଳେ ସେ ନିଜ ୫ ବର୍ଷର ପୁଅ ସହ ଘର ବାରଣ୍ଡାରେ ଶୋଇଥିଲେ । ବିଳମ୍ବିତ ରାତିରେ ଏକ ହାତୀ ତାଙ୍କ ଘର ଆଡ଼କୁ ମାଡ଼ି ଆସିଥିଲା । ହାତୀଟି ପ୍ରଥମେ ରସାନନ୍ଦଙ୍କୁ ଶୁଣ୍ଢରେ ଧରି କଚାଡ଼ି ଦେଇଥିଲା । ପରେ ତାଙ୍କର ୫ ବର୍ଷର ଶିଶୁପୁତ୍ରର ମୁଣ୍ଡକୁ ଦଳି ଦେଇଥିବା ଗ୍ରାମବାସୀ କହିଛନ୍ତି । ରସାନନ୍ଦଙ୍କୁ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଘଟଣା ଘଟିବା ପରେ ଅଞ୍ଚଳରେ ଜନସାଧାରଣ ଆତଙ୍କିତ ହୋଇପଡ଼ିଥିବାବେଳେ ଜନବସତିକୁ ହାତୀ ପ୍ରବେଶ ଉପରେ କିଭଳି ରୋକ ଲଗାଯାଇ ପାରିବ ବନବିଭାଗ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ