ଲକ୍ଷ୍ମୀପୂଜାରେ ଆସୁଛି “ପ୍ରେମରେ ରିସ୍କ ହେଲା ମତେ ଇସ୍କ’

ଲକ୍ଷ୍ମୀପୂଜାରେ ଆସୁଛି “ପ୍ରେମରେ ରିସ୍କ ହେଲା ମତେ ଇସ୍କ’

ଲକ୍ଷ୍ମୀପୂଜାରେ ଆସୁଛି “ପ୍ରେମରେ ରିସ୍କ ହେଲା ମତେ ଇସ୍କ

News by Amruta Nanda (BBSR)

ଭୁବନେଶ୍ୱର(ଏନ୍‌.ଏମ୍‌.): ଲକ୍ଷ୍ମୀପୂଜାରେ ଆସୁଛି ନୂଆ ଓଡ଼ିଆ ସିନେମା । ୟୁଏସ ମୋସନ ପିକ୍‌ଚର୍ସ ଓ କେ.ମୁରଲୀ କ୍ରିଷ୍ଣା ଫିଲ୍ମସ ମିଳିତ ସହଯୋଗରେ ମୁକ୍ତିଲାଭ କରିବାକୁ ଯାଉଛି “ପ୍ରେମରେ ରିସ୍କ ହେଲା ମତେ ଇସ୍କ’ । ନିକଟରେ ଏହି ସିନେମାର ଅଡିଓ ରିଲିଜ ହୋଇସାରିଥିବା ବେଳେ ଲକ୍ଷ୍ମୀ ପୂଜାରେ ସିନେମାଟି ମୁକ୍ତିଲାଭ କରିବ । ଏନେଇ ପ୍ରଡକ୍ସନ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ୟୁ.ଏସ. ମୋସନ ପିକ୍‌ଚର୍ସ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଦାଇତ୍ୱରେ ରହିଛନ୍ତି ସଞ୍ଜୟ ପାତ୍ର ଓ ଉମେଶ ସାହୁ । ସିନେମାର ନିର୍ଦ୍ଦେଶନା ଦେଇଛନ୍ତି କେ. ମୁରଲୀ କ୍ରିଷ୍ଣା । ଡକ୍ଟର ରଜନୀ ରଞ୍ଜନ ସିନେମାର ସଂଳାପ ଲେଖିଥିବା ବେଳେ ସଞ୍ଜୟ ଓ ସିତୁ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ହ୍ୟୁମାନ ସାଗର, ଅସୀମା ପଣ୍ଡା, କୁଳଦୀପ, ଅର୍ପିତା, ସତ୍ୟଜିତ, ନାଭ୍ୟା, ଲିପ୍ସା, ସୁଶାନ୍ତ ପ୍ରମୁଖ କଣ୍ଠଦାନ କରିଛନ୍ତି । ସତ୍ୟାନନ୍ଦ ନାୟକ, ଉମେଶ ସାହୁ, ଏମ ଜେବି ବଣ୍ଟି, ପିଣ୍ଟୁ ଗୀତ ରଚନା କରିଥିବା ବେଳେ ସୁରୟନ ରଥ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ଶୈଳେନ୍ଦ୍ର ଓ ଦିବ୍ୟା ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଟୁଲୁ, ଶୁଭ୍ରାଂଶୁ, ଚିନ୍ତାମଣୀ, ଅଞ୍ଜନା, ରବି ମିଶ୍ର, ରତନ ମେହେର, କାଳିଆ ଷଣ୍ଢ ପ୍ରମୁଖ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଆଗାମୀ ଲକ୍ଷ୍ମୀପୂଜାରେ ସିନେମା ମୁକ୍ତିଲାଭ କରିବ ବୋଲି କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ