ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

News by Smruti Ranjan Tripathy (BBSR)

ଭୁବନେଶ୍ୱର(ଏନ୍‌.ଏମ୍‌.): ଭାରତ ନିର୍ବାଚନ ଆୟୋଗ ଆଜି ରାଜ୍ୟର ଖାଲି ପଡ଼ିଥିବା ୪୬-ଧାମନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଅକାଳ ବିୟୋଗ ଯୋଗୁଁ ୪୬-ଧାମନଗର ବିଧାନସଭା ଆସନଟି ଖାଲି ରହିଛି । ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ଧାମନଗର ଆସନ ପାଇଁ ନିମ୍ନ ମତେ ନିର୍ବାଚନ ସୂଚୀ ଘୋଷଣା କରାଯାଇଛି । ୨୦୨୨ ଅକ୍ଟୋବର ୭ ତାରିଖ (ଶୁକ୍ରବାର) ଗେଜେଟ୍ ନୋଟିଫିକେସନ୍‌, ୨୦୨୨ ଅକ୍ଟୋବର ୧୪ ତାରିଖ (ଶୁକ୍ରବାର) ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ, ୨୦୨୨ ଅକ୍ଟୋବର ୧୫ ତାରିଖ (ଶନିବାର) ନାମାଙ୍କନ ପତ୍ର ଯାଞ୍ଚ, ୨୦୨୨ ଅକ୍ଟୋବର ୧୭ ତାରିଖ (ସୋମବାର) ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ, ୨୦୨୨ ନଭେମ୍ବର ୩ ତାରିଖ (ଗୁରୁବାର) ଭୋଟ ଗ୍ରହଣ, ୨୦୨୨ ନଭେମ୍ବର ୬ ତାରିଖ (ରବିବାର) ଭୋଟଗଣତି ଓ ୨୦୨୨ ନଭେମ୍ବର ୮ ତାରିଖ (ମଙ୍ଗଳବାର) ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି । ନିର୍ବାଚନ ତାରିଖ ଘୋଷଣା ଦିନଠାରୁ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି । ଆଦର୍ଶ ଆଚରଣ ବିଧି ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଥିବା ସମସ୍ତ ପ୍ରାର୍ଥୀ, ସମସ୍ତ ରାଜନୈତିକ ଦଳମାନଙ୍କ କ୍ଷେତ୍ରରେ ଓ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯାଇଛି । ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ଥିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟମାନଙ୍କ କ୍ଷେତ୍ରରେ ମଧ୍ୟ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି ବୋଲି ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *