ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ୱାମୀଙ୍କୁ ଆକ୍ରମଣ ଘଟଣାରେ ୩ଗିରଫ

ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ୱାମୀଙ୍କୁ ଆକ୍ରମଣ ଘଟଣାରେ ୩ଗିରଫ

ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ୱାମୀଙ୍କୁ ଆକ୍ରମଣ ଘଟଣାରେ ୩ଗିରଫ

News by Smruti Ranjan Tripathy (Choudwar)

#ଚୌଦ୍ୱାର(ଏନ୍‍.ଏମ୍‍.): ଟାଙ୍ଗୀ-ଚୌଦ୍ୱାର ବ୍ଲକର ଉପାଧକ୍ଷାଙ୍କ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଚୌଦ୍ୱାର ଥାନା ପୁଲିସ ୩ଜଣଙ୍କୁ ଗିରଫ କରିଛି । ଏଥି ସହିତ ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ତଦନ୍ତ ପରିସରକୁ ଆଣି ମୋବାଇଲ ଟ୍ରାକିଂ କରୁଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଉପାଧ୍ୟକ୍ଷା ସୁପ୍ରିୟା ଜେଠୀଙ୍କ ସ୍ୱାମୀ ଧନେଶ୍ୱର ଜେଠୀ ଗତ ଜୁଲାଇ ୨୧ତାରିଖ ରାତିରେ ଟ୍ୟୁସନ ସାରି ଫେରୁଥିବାବେଳେ ଶାଳଗାଁ ରେଲୱେ ଷ୍ଟେସନ ନିକଟରେ ତାଙ୍କୁ କିଛି ଦୁବୃର୍ତ୍ତ ଅଚାନକ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣ କରାଯାଇଥିବା ଶୁଣି ସ୍ଥାନୀୟ ଲୋକ ଆସିବାରୁ ଦୁବୃର୍ତ୍ତମାନେ ଘଟଣା ସ୍ଥଳ ଛାଡି ଦୌଡ଼ି ପଳାଇ ଥିଲେ । ଏ ନେଇ ତାଙ୍କ ପତ୍ନୀ ତଥା ବ୍ଲକ୍ ଉପାଧ୍ୟକ୍ଷା ଶ୍ରୀମତୀ ଜେଠୀ ଚୌଦ୍ୱାର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା । ତେବେ ଚୌଦ୍ୱାର ପୁଲିସ ବହୁ ଖୋଜା ଖୋଜି କରିବା ପରେ ଅଭିଯୁକ୍ତ ମାନଙ୍କ ବିଷୟରେ ଖବର ପାଇଥିଲା । ଅଭିଯୁକ୍ତ ମାନେ ଯାଜପୁର ଜିଲ୍ଲାର କୋରାଇ ଥାନାର ଦୁଲଖପାଟଣା ଗ୍ରାମରେ ଆତ୍ମଗୋପନ କରିଥିବା ଜାଣିବା ପରେ ଚୌଦ୍ୱାର ପୁଲିସ ଯାଜପୁର ଜିଲ୍ଲା କୋରଇ ପୁଲିସ ସହାୟତରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ଜଣାପଡ଼ିଛି । ତେବେ ଅଭିଯୁକ୍ତମାନେ ଚୌଦ୍ୱାରଥାନା ଅନ୍ତର୍ଗତ ନଖରା ଗ୍ରାମର ମୁନା ଓରଫ ବେଣୁଧର ରାଉତ(୨୯), ଲକ୍ଷ୍ମଣ ପଣ୍ଡା(୨୯), ପ୍ରଶାନ୍ତ ଓରଫ ଜିତୁ ଭଞ୍ଜ (୩୦)ବୋଲି ପୁଲିସ ସୂଚନା ଦେଇଛନ୍ତି । ମୁନା ଏବଂ ଲକ୍ଷ୍ମଣଙ୍କ ନାମରେ ଚୌଦ୍ୱାର ଥାନାରେ ଏକାଧିକ ମାମଲା ଥିବାବେଳେ ପ୍ରଶାନ୍ତ ନାମରେ ଏହା ପ୍ରଥମ ମାମଲା ବୋଲି ଜଣାପଡ଼ିଛି । ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲଣ କରାଯାଇଛି । ତେବେ ଏହା ରାଜନୈତିକ ବିବାଦରୁ ଆକ୍ରମଣ କରାଯାଇଥିବା ଏବଂ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଶ୍ରୀମତୀ ଜେଠୀ ଅଭିଯୋଗ କରିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ