ବିଏମଏସ ପକ୍ଷରୁ କଟକ ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
#କଟକ(ଏନ୍.ଏମ୍.): କଟକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପ୍ରଭାଗୀୟ ଶ୍ରମଆୟୁକ୍ତ ବନମାଳୀ ମହାପାତ୍ରଙ୍କୁ ଭାରତୀୟ ମଜଦୂର ସଂଘ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଛି । ଏହି ଅବସରରେ ଶ୍ରମ କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଏଣ୍ଟ ଲେବର କମିଶନର ନୀଳାମ୍ବର ମିଶାଲ୍ ଉପସ୍ଥିତଥିଲେ । ଭାରତୀୟ ମଜଦୂର ସଂଘ ରାଜ୍ୟ କମିଟି ସଦସ୍ୟ ବସନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ସମ୍ପାଦକ ଭାଗିରଥି ବେହେରା, ଉପସଭାପତି ବୈକୁଣ୍ଠ ବିହାରୀ ନାୟକ କୋଷାଧ୍ୟକ୍ଷ ସନ୍ତୋଷ କୁମାର ଭୂୟାଁ, ଲକ୍ଷ୍ମୀଧର ବେହେରା, ରଘୁନାଥ ବେହେରାଙ୍କ ସମେତ ସହକାରୀ ଶ୍ରମ ଅଧିକାରୀ ପ୍ରୀତିବନ୍ଧନ ଘଡେଇ, ତପନ କୁମାର ସୁତାର, ଲିରିକା ରାୟ, ଗ୍ରାମୀଣ ଶ୍ରମ ନିରୀକ୍ଷକ ସୁଶ୍ରୀ ସଂଗୀତା ସ୍ୱାଇଁ, ମୋନାଲିସା ପାଢ଼ୀ, ସୁବାଶିନୀ ବିଶ୍ୱାଳ, ସୁନନ୍ଦା ବିଶ୍ୱାଳ, ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଚନ୍ଦନ କୁମାର ସିଂହ, ସୁଶିଲ କୁମାର ପ୍ରଧାନ, ପୁସ୍ପିତା ଷଡ଼ଙ୍ଗୀ, ଦମୟନ୍ତୀ ରାଉତ, ସୋନାଲିକା ରାୟ, ଅବସରପ୍ରାପ୍ତ ସହକାରୀ ଶ୍ରମ କମିଶନର ଦୁର୍ଗାଚରଣ ଓଝା ପ୍ରମୁଖ ଯୋଗ ଦେଇଥିଲେ । ବନମାଳୀ ମହାପାତ୍ର ପ୍ରଭାଗୀୟ ଶ୍ରମ ଆୟୁକ୍ତ ତାଙ୍କ ଚାକିରୀ କାଳ ସମୟରୁ ଆଜି ପର୍ଯ୍ୟନ୍ତ ଜଣେ ଦକ୍ଷ ପ୍ରଶାସକ ସେବା ମନୋଭାବ ଶ୍ରମଜୀବୀ ମାନଙ୍କର ନ୍ୟାୟ ପାଇବା ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରନ୍ତି ବୋଲି ଭାରତୀୟ ମଜଦୂର ସଂଘର ବରିଷ୍ଠ କର୍ମକର୍ତ୍ତା ତଥା ବିଶିଷ୍ଟ ଶ୍ରମିକ ନେତା ବସନ୍ତ କୁମାର ସାହୁ ସମ୍ବର୍ଦ୍ଧନା ଦେବା ସମୟରେ କହିଥିଲେ ।