କଟକ ସହରରେ ବଢ଼ୁଛି ଦୁର୍ନୀତି: ସରକାରଙ୍କ ଜନକଲ୍ୟାଣ ଯୋଜନା ଦିଗହରା

କଟକ ସହରରେ ବଢ଼ୁଛି ଦୁର୍ନୀତି: ସରକାରଙ୍କ ଜନକଲ୍ୟାଣ ଯୋଜନା ଦିଗହରା

କଟକ ସହରରେ ବଢ଼ୁଛି ଦୁର୍ନୀତି: ସରକାରଙ୍କ ଜନକଲ୍ୟାଣ ଯୋଜନା ଦିଗହରା


#କଟକ(ଏନ୍‌.ଏମ୍‌.): କଟକ ସହରରେ ସରକାରଙ୍କ ଜନକଲ୍ୟାଣ ଯୋଜନା ଦିଗହରା ହେବାରେ ଲାଗିଛି । ବିଶେଷ କରି କଟକ ମହାନଗର ନିଗମରେ କାର୍ଯ୍ୟରତ ଅସାଧୁ କର୍ମଚାରୀଙ୍କ ଯୋଗୁଁ ସରକାରୀ ସୁବିଧା ସୁଯୋଗରୁ ପ୍ରକୃତ ହିତାଧିକାରୀ ବଞ୍ôଚତ ରହୁଥିବା ଆମ୍ବେଦକର ସ୍ମୃତିପରିଷଦ ପକ୍ଷରୁ ଅଭିଯୋଗ ହୋଇଛି । ସିଏମସି ଅନ୍ତର୍ଗତ ବିଭିନ୍ନ ୱାର୍ଡ଼ରେ ଗରିବ ଲୋକଙ୍କୁ ସ୍ଥାୟୀ ବାସ ବ୍ୟବସ୍ଥା ଯୋଗାଇଦେବା କ୍ଷେତ୍ରରେ ସରକାର ଆବାସ ଯୋଜନା ପ୍ରଚଳନ କରିଥିବାବେଳେ ଏଥିରେ ପ୍ରକୃତ ହିତାଧିକାରୀଙ୍କୁ ବଞ୍ôଚତ କରାଯାଉଛି । ଏପରିକି ଜୀବିତ ହିତାଧିକାରୀଙ୍କୁ ମଧ୍ୟ ମୃତ ଦର୍ଶାଯାଇଥିବା ଭଳି ସଂଗୀନ ଅଭିଯୋଗ ହୋଇଛି । ଏ ନେଇ ସିଏମସି ପରିଷଦ ପକ୍ଷରୁ ସିଏମସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରାଯିବା ସହ ସୂଚନା ଅଧିକାର ଆଇନରେ ତଥ୍ୟ ମଗାଯାଇଥିଲେ ମଧ୍ୟ ସିଏମସିରେ ଦୁର୍ନୀତିର ଚେର ଲମ୍ବିବାରେ ଲାଗିଛି । ପୁନଶ୍ଚ ଏଠାରେ ଚାକିରୀ କରିଥିବା କିଛି ଅଧିକାରୀ ଓ କର୍ମଚାରୀ ବର୍ଷ ବର୍ଷ ଧରି ଅବସ୍ଥାନ କରିବା ଯୋଗୁଁ ଦୁର୍ନୀତି ବୃଦ୍ଧି ପାଉଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ତେଣୁ ଏହାର ପ୍ରତିବାଦରେ ଆଜି ପରିଷଦ ପକ୍ଷରୁ ଏକ ଶୋଭାଯାତ୍ରା ସହ ସିଏମସି ବିକାଶ ଭବନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦାଶନ କରାଯାଇଥିଲା । ବିକ୍ଷୋଭକାରୀମାନେ ଦୁର୍ନୀତିମୁକ୍ତ କଟକ ମହାନଗର ପାଇଁ ଦାବି କରିବା ସହ ଏ ନେଇ ସିଏମସି କର୍ତ୍ତୃପକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଅଭିଯୋଗ ଅନୁଯାୟୀ କଟକ ମହାନଗର ନିଗମ ଅନ୍ତର୍ଗତ ୫୬ନମ୍ବର ୱାର୍ଡ଼ରେ ବ୍ୟାପକ ଦୁର୍ନୀତି ହୋଇଥିବା ଘଟଣାକୁ ପଦାକୁ ଆସିବା ପରେ ଅନ୍ୟ ୫୮ଟି ୱାର୍ଡ଼ରେ କିଭଳି ସ୍ୱଚ୍ଛତା ରହିଛି ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ପରିଷଦ ପକ୍ଷରୁ କୁହାଯାଇଛି । ଏପରିକି ସିଏମସି ଅଧିନରେ ଥିବା ବିଭିନ୍ନ ୱାର୍ଡରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କ ବଦଳରେ ଧନି ସାମିଲ ହେବା, ଯୋଗ୍ୟ ହିତାଧିକାରୀ ବଞ୍ôଚତ ହେବା, କାର୍ଯ୍ୟାଳୟରେ ଚାକିରି ଆରମ୍ଭରୁ ଅବସର ପର୍ଯ୍ୟନ୍ତ ବହୁ କିରାଣୀ ଗାଦି ମାଡି ବସିରହିବା ଅତି ଦୁର୍ଭାଗ୍ୟଜନକ ଅଟେ । ୪ ବର୍ଷରେ ଚାରି ଜଣ ବସ୍ତି ଉନ୍ନୟନ ଅଧିକାରୀଙ୍କ ବଦଳି ହୋଇଥିବାବେଳେ ଜଣେ ହେଲେ କିରାଣୀଙ୍କ ବଦଳି ନହେବା, କେବଳ ଆବାସ ଯୋଜନା ନୁହେଁ ଭତ୍ତା ପ୍ରଦାନରେ ଟାଳଟୁଳ ନୀତି, ଋଣ ପ୍ରଦାନରେ, ରାସନ କାର୍ଡ ତାଲିକାରେ ବହୁ ଯୋଗ୍ୟ ହିତାଧିକାରୀ ବାଦ୍ ପଡିବାର ମୁଖ୍ୟ କାରଣ ଦଲାଲ ଓ କିଛି ଅସାଧୁ କିରାଣୀଙ୍କ ମଧୁଚନ୍ଦ୍ରିକା ଯୋଗ୍‌ୁ ସିଏମସିରେ ଦୁର୍ନୀତି ବଢିବାରେ ଲାଗିଛି ବୋଲି ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି । ପୁନଶ୍ଚ କାଜିପାଟଣା ଗ୍ରାମର ମଥୁରୀ ସାମଲ ଜୀବିତ ଥିବା ସତ୍ତ୍ୱେ ତାଙ୍କୁ ମୃତ ଦର୍ଶାଇ ତାଙ୍କ ଜମିରେ ବେଆଇନ ଭାବେ ଅନ୍ୟ ଜଣଙ୍କୁ ଆବାସ ପାଇଁ ଅନୁମତି ଦେବା ସିଏମସିର ସ୍ୱଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ଅଭିଯୋଗ ହୋଇଛି । ପରିଷଦ ସଭାପତି ତଥା ସାମାଜିକ କର୍ମୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭରେ ଚୈତନ୍ୟ ସାମଲ, ପଞ୍ଚାନନ ସ୍ୱାଇଁ, ଜୀବିତ ଥାଇ ମୃତ ଦର୍ଶାଯାଇଥିବା ମଥୁରୀ ସାମଲଙ୍କ ସମେତ ବଳରାମ ସ୍ୱାଇଁ, ବାସୁଦେବ ସାମଲ, ଅମର ସାମଲ, ଟିକିଲି ଦେହୁରୀ, ଗିତାଞ୍ଜଳୀ ସ୍ୱାଇଁ, ରବି ସାମଲ, କବିତା ମେହେର, ବିଜୟ ଲକ୍ଷ୍ମୀ ସାହୁ, ଅଶୋକ ସାମଲ, ବଳରାମ ଦେହୁରୀ, ଉର୍ମିଳା ବେହେରା, ସୁବାସ ଦେହୁରୀ, ସାବିତ୍ରୀ ସାହୁ, ପିଙ୍କି ସାମଲ, ସୁବାସ ବେହେରା, ରଞ୍ଜନ ସାମଲ, ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ବହୁ ହିତାଧିକାରୀ ଉପସ୍ଥିତ ଥିଲେ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ