ଫୁଲୁଛି ମହାନଦୀ, ହୀରାକୁଦରୁ ୨୮ଟି ଗେଟ ଦେଇ ନିଷ୍କାସନ ହେଉଛି ଉଦ୍‌ବୁଦ୍ଦ ଜଳ

ଫୁଲୁଛି ମହାନଦୀ, ହୀରାକୁଦରୁ ୨୮ଟି ଗେଟ ଦେଇ ନିଷ୍କାସନ ହେଉଛି ଉଦ୍‌ବୁଦ୍ଦ ଜଳ

ଫୁଲୁଛି ମହାନଦୀ, ହୀରାକୁଦରୁ ୨୮ଟି ଗେଟ ଦେଇ ନିଷ୍କାସନ ହେଉଛି ଉଦ୍‌ବୁଦ୍ଦ ଜଳ


ଭୁବନେଶ୍ୱର/କଟକ/ସମ୍ବଲପୁର(ଏନ୍‌.ଏମ୍‌.): ଛତିଶଗଡ଼ରେ ଲଗାଣ ବର୍ଷା ହେତୁ ଫୁଲୁଛି ମହାନଦୀ । ଗତକାଲି ସୁଦ୍ଧା ହୀରାକୁଦ ଜଳଭଣ୍ଡାରରୁ ମୋଟ ୨୮ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ । ତେବେ ଏହି ଉଦ୍‌ବୁଦ୍ଦ ଜଳ କଟକ ମଣ୍ଡଳିରେ ପହଞ୍ଚିବାବେଳକୁ ୧୮ତାରିଖ ପୂର୍ବାହ୍ନ ହୋଇ ପରେ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ।
ସୂଚନା ଅନୁଯାୟୀ ଗୁରୁବାର ସକାଳ ୭ଟାରେ ହୀରାକୁଦ ଜଳସ୍ତର ୬୨୮.୪୧ ଫୁଟ ଥିଲା । ଏହାପରେ ଜଳସ୍ତର ବଢ଼ି ୮ଟା ସୁଦ୍ଧା ତାହା ୬୨୮.୪୫ ଫୁଟ ଓ ୯ଟାରେ ୬୨୮.୫୦ ଫୁଟରେ ପହଞ୍ଚିଥିଲା । ଏହାପରେ ୧୦ଟାରେ ଜଳସ୍ତର ୬୨୮.୫୬ ଫୁଟ୍‌, ୧୧ଟାରେ ୬୨୮.୬୨ ଫୁଟ ଓ ମଧ୍ୟାହ୍ନ ୧୨ଘଟିକା ସମୟରେ ୬୨୮.୬୫ ଫୁଟରେ ପହଞ୍ଚିଛି । ହୀରାକୁଦରେ ୨୮ଟି ଗେଟ୍ ଖୋଲା ଯାଇଥିଲେ ବି ମୁଣ୍ଡଳିରେ ସ୍ଥିତି ନିରାପଦ ରହି ଥିବା କୁହାଯାଉଛି । ତେବେ ହୀରାକୁଦ ଜଳ ଭଣ୍ଡାରରେ ଏବେ ୫ଲକ୍ଷ ୧୯ହଜାର ୯୬୬କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୫ଲକ୍ଷ ୨୪ହଜାର ୬୨୫କ୍ୟୁସେକ ଜଳ ନିଷ୍କାସିତ ହେଉଛି । ସେହିଭଳି ଖଇରମାଳ ଠାରେ ୬ଲକ୍ଷ ୩୮ହଜାର କ୍ୟୁସେକ, ବରମୂଳ ୪ଲକ୍ଷ ୮୨ହଜାର ୨୫୦ କ୍ୟୁସେକ ଜଳ ନିଷ୍କାସିତ ହେଉଥିବାବେଳେ ମୁଣ୍ଡଳୀ ଠାର ୫ଲକ୍ଷ ୮୨ହଜାର ୮୬୫କ୍ୟୁସେକ ଜଳ ନିଷ୍କାସନ ହେଉଛି । ଏଠାରେ ବିପଦ ସଂକେତ ୯୭.୨୫ ଫୁଟ୍ ଥିବାବେଳେ ବର୍ତ୍ତମାନ ଜଳ ପତ୍ତନ ଏହାର ବହୁ ତଳେ ରହିଛି । ଅର୍ଥାତ ବ୍ୟାରେଜର ଉପର ମୁଣ୍ଡରେ ଏବେ ୮୮.୬୦ଫୁଟ ଥିବାବେଳେ ତଳ ମୁଣ୍ଡରେ ୮୬.୭୦ ଫୁଟ ରହିଛି । ବ୍ୟାରେଜର ସମସ୍ତ ଗେଟ୍ ଖୋଲାଯାଇଛି । ସେହିଭଳି ମହାନଦୀର ଯୋବ୍ରା ଠାରେ ଉପର ମୁଣ୍ଡରେ ୨୦.୯୬ ମିଟର ଓ ତଳ ମୁଣ୍ଡରେ ୨୦.୭୦ ମିଟର ଜଳସ୍ତର ରହିଛି । ତେବେ ୨ଲକ୍ଷ ୯୯ହଜାର୫୭୦କ୍ୟୁସେକ ଜଳ ନିଷ୍କାସନ ହେଉଛି । ସେହିଭଳି ବିରୂପା ବ୍ୟାରେଜର ଉପର ମୁଣ୍ଡରେ ୨୦.୯୫ ମିଟର ଓ ତଳ ମୁଣ୍ଡରେ ୨୦.୭୦ ମିଟର ଜଳସ୍ତର ଥିବାବେଳେ ୪୨୧କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ଜଣାପଡ଼ିଛି । କଟକ ଜିଲ୍ଲା ମୁଣ୍ଡଳିରେ ଆଜି ସକାଳେ ଜଳ ସଂପଦ ବିଭାଗ ସଚିବ ଅନୁ ଗର୍ଗ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ଏହି ସମୟରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ.ଧୀରେନ ସାମଲ ଓ ମୁଣ୍ଡଳି ବ୍ୟାରେଜର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ଏଣୁ ୧୮ ତାରିଖ ସକାଳ ବେଳକୁ ମୁଣ୍ଡଳୀ ବ୍ୟାରେଜ ଦେଇ ୭ ଲକ୍ଷରୁ ସାଢ଼େ ୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି । ତେଣୁ ୧୦ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଲେ ମୁଣ୍ଡଳୀର ତଳ ମୁଣ୍ଡରେ ବିପଦ ଆସିବ ବୋଲି ଯନ୍ତ୍ରୀ କହିଥିବାବେଳେ ଏବେ ସେଭଳି ବିପଦ ନଥିବା କୁହାଯାଇଛି । ଅନ୍ୟପକ୍ଷରେ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦେଖି ୪ଟି ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଛି । ରାଜ୍ୟ ସରକାରଙ୍କ ଅନୁରୋଧ ପରେ ମୁଣ୍ଡଳୀ ସେଣ୍ଟରରୁ ଏହି ଟିମ୍ ପଠାଯାଇଛି । ଯବାନମାନେ ରିଲିଫ୍‌, ଉଦ୍ଧାର ଓ ଥଇଥାନ କାମରେ ନିୟୋଜିତ ହେବେ । ଗତ ୧୪ ତାରିଖରେ ଗୋଟିଏ ଟିମ୍ ଭଦ୍ରକ ଯାଇଥିବା ବେଳେ ପୁଣି ୩ଟି ଟିମ୍ କେନ୍ଦ୍ରାପଡ଼ା, କଟକ ଓ ପୁରୀ ଯାଇଛନ୍ତି । ପ୍ରତି ଟିମରେ ୨୫ ଜଣ ଲେଖାଏଁ ଯବାନ ଅଛନ୍ତି ଏହା ସହିତ ବାଲେଶ୍ୱର ଜିଲ୍ଲାରେ ଥିବା ଏନଡିଆରଏଫ୍ ରାପିଡ ରେସ୍ପନ୍ସ ସେଣ୍ଟରରେ ଥିବା ଗୋଟିଏ ଟିମ୍ ବାଲେଶ୍ୱରରେ ମୁତୟନ କରାଯାଇଛି । ମୁଣ୍ଡଳୀରେ ଆହୁରି ଅଧିକ ଟିମ୍ ମଧ୍ୟ ପ୍ରସ୍ତୁତ ହୋଇ ଅଛନ୍ତି । ଆବଶ୍ୟକ ହେଲେ ସେମାନଙ୍କୁ ମଧ୍ୟ ମୁତୟନ କରାଯିବ ବୋଲି ଏନଡିଆରଏଫ୍ ପକ୍ଷରୁ କୁହାଯାଇଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ