କ୍ଷତିଗ୍ରସ୍ତ ବସ୍ତିବାସିନ୍ଦାଙ୍କୁ ଆର୍ଥିକ ସହାୟତା ଓ ମୌଳିକ ସମସ୍ୟାର ସମାଧାନ ଦାବିରେ ମୋ କଟକ ସୁରକ୍ଷା ମଞ୍ଚର ବିକ୍ଷୋଭ

କ୍ଷତିଗ୍ରସ୍ତ ବସ୍ତିବାସିନ୍ଦାଙ୍କୁ ଆର୍ଥିକ ସହାୟତା ଓ ମୌଳିକ ସମସ୍ୟାର ସମାଧାନ ଦାବିରେ ମୋ କଟକ ସୁରକ୍ଷା ମଞ୍ଚର ବିକ୍ଷୋଭ

କ୍ଷତିଗ୍ରସ୍ତ ବସ୍ତିବାସିନ୍ଦାଙ୍କୁ ଆର୍ଥିକ ସହାୟତା ଓ ମୌଳିକ ସମସ୍ୟାର ସମାଧାନ ଦାବିରେ ମୋ କଟକ ସୁରକ୍ଷା ମଞ୍ଚର ବିକ୍ଷୋଭ

News by Smrutiranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): କଟକ ସହରରେ ବସ୍ତିବାସିନ୍ଦାମାନଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଥିଲେ ମଧ୍ୟ ସେମାନେ ସୁରକ୍ଷିତ ନଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାର କଟକ ସହରକୁ ସ୍ୱଛ, ସୁନ୍ଦର କରିବାପାଇଁ ସହରରେ ବାସ କରୁଥିବା ବସ୍ତିବାସିନ୍ଧାଙ୍କୁ ସହରର ଉପକଣ୍ଠ ସ୍ଥାନରେ ଯଥା କଟକ ଜଗତପୁର ନିମପୁର ଓ ଅନ୍ୟାନ୍ୟ ଅଞ୍ଚଳରେ ଥଇଥାନ ବ୍ୟବସ୍ଥା କରିଛନ୍ତି । ଗତ ୧୯ତାରିଖ ଦିନ ଭୟଙ୍କର କାଳବୈଶାଖି ପବନ ବର୍ଷାରେ କେତେକ ଆଜବେଷ୍ଟସ୍ ଘର ଉଡିଯାଇଛି, କେତେକ ଘର କାନ୍ଥ, ଆଜବେଷ୍ଟସ୍ ଫାଟି ଯାଇଛି । ଘରର ଆସବାବପତ୍ର, ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି । ବିଦ୍ୟୁତ ଓ ପିଇବା ପାଣିର ସମସ୍ୟା ଦେଖାଯାଇଛି । ଯାହାଦ୍ୱାରା ବସ୍ତିବାସିନ୍ଦାଙ୍କ ପରିବାର ପ୍ରଚଣ୍ଡ ରୌଦ୍ରତାପରେ ଖୋଲା ଆକାଶତଳେ ରାସ୍ତା କଡରେ ଛୋଟଛୋଟ ଶିଶୁଙ୍କୁ ଧରି ମହିଳାମାନେ ଅସୁରକ୍ଷିତ ଭାବେ ଜୀବନ ବିତାଉଛନ୍ତି । ଏହି ଅଞ୍ଚଳରେ ଥିବା ବସ୍ତିବାସିନ୍ଦା ପେଟପାଟଣା ପାଇଁ ଦୈନନ୍ଦିନ ମୂଲ ଲାଗି ଚଳୁଥିବା ବେଳେ ବର୍ତ୍ତମାନ ଘରଦ୍ୱାର ଭାଙ୍ଗି ଯାଇଥିବାରୁ କାମଧନ୍ଦା କରିବା ପାଇଁ ଘର ଛାଡି ବାହାରକୁ ଯାଇ ପାରୁନାହାନ୍ତି । ଯାହାଦ୍ୱାରା ଅତି ଦୟନୀୟ ଅବସ୍ଥାରେ ଭୋକ ଉପାସରେ ଦିନ କାଟୁଥିବା ଦେଖା ଦେଇଛି । କାଳବୈଶାଖି ହେବା ପରଠାରୁ ଆଜି ପର୍ଯ୍ୟନ୍ତ କେତେକ କ୍ଷତିଗ୍ରସ୍ତଙ୍କୁ କେବଳ ଜରି ଖଣ୍ଡେ ଦେଇ ସିଏମସି ନିଜର କାର୍ଯ୍ୟ ସାରିଦେଇଛି ଯାହାଦ୍ୱାରା ସମସ୍ତ କ୍ଷତିଗ୍ରସ୍ତ ସରକାରୀ ସହାୟତା ଆଜି ପର୍ଯ୍ୟନ୍ତ ପାଇ ପାରିନାହାଁନ୍ତି । କ୍ଷତିଗ୍ରସ୍ତ ବସ୍ତିବାସିନ୍ଦାଙ୍କୁ ତୁରନ୍ତ ଆର୍ôଥକ ସହାୟତା ଓ ମୌଳିକ ସମସ୍ୟାର ସମାଧାନ ଦାବିରେ ମୋ କଟକ ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏପରିକି ବସ୍ତିବାସିନ୍ଦାଙ୍କ ଥଇଥାନ କରାଯାଇଥିବା ଅଞ୍ଚଳରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଥିବାବେଳେ ଶୁଦ୍ଧ ପାନୀୟଜଳ ସେମାନଙ୍କ ପାଇଁ ସାତ ସପନ ପାଲଟି ଯାଇଛି । ଫଳରେ ବହୁ ସଂକ୍ରାମକ ରୋଗର ଶିକାର ହେଉଥିବା ଅଭିଯୋଗ ହେଉଛି । ପୁନଶ୍ଚ ଉକ୍ତ ଅଞ୍ଚଳରେ ଲାଗିଥିବା ଆଲୋକବତୀ ଜଳୁନାହିଁ, ରାସ୍ତାରେ ଲାଗିଥିବା ଆଲୋକ ଖୁଣ୍ଟ ଅତି ନିମ୍ନମାନର କାର୍ଯ୍ୟ ଯୋଗୁଁ ପବନ ବହିଲେ ଖୁଣ୍ଟ ହଲୁଛି ଏବଂ ପଡିଯିବାର ସମ୍ଭାବନା ଯଥେଷ୍ଟ ଅଧିକ ରହୁଛି । ବସ୍ତିବାସିନ୍ଧାଙ୍କ ଘରକୁ ସ୍ଥାନୀୟ ଠିକାଦାର ତଥା ଦଳୀୟ କର୍ମୀଙ୍କ ମାଧ୍ୟମରେ ନିମ୍ନମାନର କାର୍ଯ୍ୟ କରିଥିବା ଯୋଗୁଁ ଆଜି ଏ ଦଶା ଭୋଗିବାକୁ ପଡୁଛି ଅଭିଯୋଗରେ ଦର୍ଶାଯାଇଛି । ଏହି ବିକ୍ଷୋଭ ସମାବେଶରେ ମଞ୍ଚ ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ, ସିଏମସି କର୍ପୋରେଟର ଜେ. କାମେଶ୍ୱର ରାଓ, ବିଶିଷ୍ଟ ସମାଜସେବୀ ଅଶୋକ ମହାନ୍ତି, ଗଣେଶ ରାଉତ, ବିଷ୍ଣୁ ନାୟକ, କାଞ୍ଚନ ନାୟକ, ସିଦ୍ଧାର୍ଥ ନାୟକ, ସୁନୀଲ ନାୟକ, ପ୍ରତିମା ନାୟକ, ଆରତୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବସ୍ତିବାସିନ୍ଧାଙ୍କ ଦାବୀ ତୁରନ୍ତ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ