ତିରିଂ ତହସିଲ ରାମବେଡା ନଦୀଘାଟରୁ ଝାଡଖଣ୍ଡକୁ ଚୋରା ବାଲି ଚାଲାଣ ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ତିରିଂ ତହସିଲ ରାମବେଡା ନଦୀଘାଟରୁ ଝାଡଖଣ୍ଡକୁ ଚୋରା ବାଲି ଚାଲାଣ ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ତିରିଂ ତହସିଲ ରାମବେଡା ନଦୀଘାଟରୁ ଝାଡଖଣ୍ଡକୁ ଚୋରା ବାଲି ଚାଲାଣ ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

News by Akshya Kumar Biswal (Rairangpur)

#ରାଇରଙ୍ଗପୁର(ଏନ୍‌.ଏମ୍‌.): ଦିନକୁ ଦିନ ଚୋରା ବାଲି ମାଫିଆଙ୍କ ପ୍ରାଦୁର୍ଭାବ ହୁ ହୁ ହୋଇ ବଢି ଚାଲିଛି । ଦିବାରାତ୍ର ପ୍ରଶାସନ ଓ ପୋଲିସ ଜଣାତରେ ଚୋରା ବାଲି ଚାଲାଣ ବାହାର ରାଜ୍ୟକୁ ଭାରିଯାନ ଦ୍ୱାରା ବେଧଡକ ଭାବେ ହେଉଥିବା ଅଭିଯୋଗ ହେଉଛି । ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ତହସିଲ ଅଧିନସ୍ଥ ରାମ୍ୱେଡା ରାଜସ୍ୱ ଗ୍ରାମ ସନ୍ନିକଟ ରାମବେଡା ନଦୀଘାଟର ବାଲି ଉତ୍ତୋଳନ ପାଇଁ ଚଳିତ ବର୍ଷ ନିଲାମ ହୋଇନାହିଁ । ଯାହାର ସୁଯୋଗ ନେଇଛନ୍ତି ଆନ୍ତଃ ରାଜ୍ୟ ବାଲି ମାଫିଆ ରାକେଟ । ପ୍ରଶାସନ ଜାଣିଶୁଣି ନୀରବ ଦ୍ରଷ୍ଟା ଚାଲିଛି । ରାତିସାରା ଭାରିଯାନ ଦ୍ୱାରା ବାହାର ରାଜ୍ୟକୁ ବାଲି ଚୋରା ଚାଲାଣ କରାଯାଉଛି । ବାଲି ଚୋରା ଚାଲାଣ ଦ୍ୱାରା ସରକାରଙ୍କର କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ହେଉଛି । ଅନ୍ଧାର ରାତିରେ ଭାରିଯାନ ଦ୍ୱାରା ବାଲି ଚୋରା ଚାଲାଣ ଯୋଗୁଁ ରାସ୍ତାଘାଟ ନଷ୍ଟ, ଧନ ଜୀବନ କ୍ଷୟକ୍ଷତି, ଛୋଟ ବଡ଼ ଦୁର୍ଘଟଣା ଘଟୁଛି ଗ୍ରାମବାସୀମାନେ ଅଭିଯୋଗ କଲେ ମାଫିଆମାନେ ଗ୍ରାମବାସୀଙ୍କୁ ଧମକ ଚମକ ଦେଉଛନ୍ତି । ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏହାକୁ ନେଇ ରାମ୍ୱେଡା ଗ୍ରାମବାସୀମାନେ ତିରିଂ ତହସିଲଦାର ଚାରୁଲତା ସିଂଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କଲେ ମଧ୍ୟ କିଛି ସୁଫଳ ନମିଳିବାରୁ ଆଜି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ସରୋଜ ଦାସଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଲଘୁଖଣିଜ ଦ୍ରବ୍ୟ ଚୋରା ଚାଲାଣ ରୋକିବା ଉପରେ ଅଙ୍କୁଶ ଲଗାଇବା ସହ ମାଫିଆମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ନିବେଦନ କରାଯାଇଛି । ଉପଜିଲ୍ଲାପାଳ ଶ୍ରୀ ଦାସ ଏହାଉପରେ ବିହିତ ପଦକ୍ଷେପ ନେବେ ବୋଲି କହିଥିଲେ । ଦାବିପତ୍ର ପ୍ରଦାନ ସମୟରେ ମୟୂରଭଞ୍ଜ ଜିଲ୍ଲାର କଂଗ୍ରେସ ଦଳିତ ସେଲ ସଭାପତି ଭାଗିରଥି ପାତ୍ର,ରାମ୍ୱେଡା ଗ୍ରାମର ସମାଜସେବୀ ମୁରୁମ କାଲୁଣ୍ଡିଆ, ମାନସିଂହ କାଲୁଣ୍ଡିଆ, କୃଷ୍ଣଚନ୍ଦ୍ର କାଲୁଣ୍ଡିଆଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ଆଗକୁ ଯଦି ବେଧଡକ ଚୋରା ବାଲି ଚାଲାଣ ବନ୍ଦ ନହୁଏ ତାହାହେଲେ ଆଗାମୀ ଦିନରେ ରାସ୍ତା ଅବରୋଧ କରିବାକୁ ବାଧ୍ୟ ହେବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ