ପଞ୍ଚମୁଖି ହନୁମାନ ମନ୍ଦିରରେ ତ୍ରୟୋଦଶ ବାର୍ଷିକ ଉତ୍ସବ
ପଞ୍ଚମୁଖି ହନୁମାନ ମନ୍ଦିରରେ ତ୍ରୟୋଦଶ ବାର୍ଷିକ ଉତ୍ସବ #ଜଗତପୁର(ଏନ୍.ଏମ୍.): ଜଗତପୁର ଗୋଲେଇଛକ ପାଶ୍ୱର୍ ପଞ୍ଚମୁଖି ହନୁମାନ ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ ଓ ଯଜ୍ଞ ଚାରିଦିନ ବ୍ୟାପି ମହାସମାରୋହରେ ପାଳିତ ହୋଇଯାଇଛି । ଗତ ସୋମବାର ସକାଳୁ ହନୁମାନ ଚାଳିଶା ପାଠ, ଅଙ୍କୁରାରୋପଣ କରାଯାଇ ମଙ୍ଗଳବାର ଦିନ କଳସ ଯାତ୍ରା, ସୂର୍ଯ୍ୟପୂଜା, ଗୋପୂଜା ଓ ପ୍ରଭୁ ବଜରଙ୍ଗଙ୍କର ହନୁମାନ ଷୋଡଶ ଉପଚାର ପୂଜା, ଅଗ୍ନି ସ୍ଥାପନ, ଆରତୀ କରାଯାଇଥିଲା । ଏହି ଅବସରରେ ଗୀତା ଯଜ୍ଞ, ଶ୍ରୀ…
