ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ବରିଷ୍ଠ ସେବାୟତଗଣ

ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ବରିଷ୍ଠ ସେବାୟତଗଣ ନିମନ୍ତ୍ରଣ ରକ୍ଷା କରି ସେବାୟତଙ୍କୁ ଗୁଆ ଓ ଚାଉଳ ଦେଲେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ପାଇଁ ପୁରୀ ବାସୀ ତଥା ସେବାୟତ ମାନଙ୍କ ତ୍ୟାଗ ଅତୁଳନୀୟ: ୫-ଟି ଅଧ୍ୟକ୍ଷ #ଭୁବନେଶ୍ୱର(ଏନ୍‌.ଏମ୍‌.): ନବୀନ ନିବାସରେ ଥିଲା ଆଜି ଏକ ଆଧ୍ୟାତ୍ମିକ ପରିବେଶ । ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହେଉଥିଲା ପୁରା ପରିସର । ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟଗଣ, ବରିଷ୍ଠ ସେବାୟତଗଣ, ଶ୍ରୀମନ୍ଦିର ପ୍ରଶାସନ…

Read More

କଟକରେ ଚୌଦ୍ୱାର-କଟକ ପକ୍ଷରୁ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ

କଟକରେ ଚୌଦ୍ୱାର-କଟକ ପକ୍ଷରୁ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ #କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କ ନେତୃତ୍ୱରେ ଚୌଦ୍ୱାରସ୍ଥିତ ବିରୁପା ଛକ ଓ ଯୋବ୍ରା ଆନ୍ନିକଟ ଠାରେ ସ୍ଥାପିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ତେବେ ବିଜୁ ବାବୁଙ୍କୁ ମାତ୍ର ୧୮ବର୍ଷ ବୟସ…

Read More

ବର୍ଣ୍ଣାଢ୍ୟ ପରିବେଶରେ ବାସୁଦେବପୁର ବିଜେଡିର ପ୍ରତିଷ୍ଠା ଦିବସ

ବର୍ଣ୍ଣାଢ୍ୟ ପରିବେଶରେ ବାସୁଦେବପୁର ବିଜେଡିର ପ୍ରତିଷ୍ଠା ଦିବସ #ଭଦ୍ରକ(ଏନ୍‌.ଏମ୍‌.): ବହୁ ଆଡମ୍ବରରେ ଧୁମ୍‌ଧାମରେ ବାସୁଦେବପୁର ବିଜେଡି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ବାସୁଦେବପୁର ବିଜେଡି ପକ୍ଷରୁ ପୂର୍ବାହ୍ନରେ ବିଭିନ୍ନ ସ୍ଥାନରେ ଗଣ ଦୌଡ ଆୟୋଜିତ ହୋଇଥିଲା । ସମସ୍ତ ଜୋନ ସହ ପୌର ପରିଷଦ ରେ ମଧ୍ୟ ଗଣଦୌଡ ଆୟୋଜିତ ହୋଇ ଯାଇଛି । ସେହିପରି ସ୍ଥାନୀୟ ଆର୍ତୁଙ୍ଗ ପଞ୍ଚାୟତ ବିଦ୍ୟାଳୟରେ ବୃକ୍ଷ ରୋପଣ ଓ ସ୍ୱାସ୍ଥ୍ୟ କେନ୍ଦ୍ରରେରେ ଫଳ ବଣ୍ଟନ କାର୍ଯ୍ୟ କର୍ମ…

Read More

ଅଯୋଧ୍ୟାର ଶ୍ରୀରାମଙ୍କ ଅକ୍ଷତକୁ ଭବ୍ୟ ସ୍ୱାଗତ

ଅଯୋଧ୍ୟାର ଶ୍ରୀରାମଙ୍କ ଅକ୍ଷତକୁ ଭବ୍ୟ ସ୍ୱାଗତ #ଭଦ୍ରକ(ଏନ୍‌.ଏମ୍‌.): ଜାନୁଆରୀ ୨୨ ଅଯୋଧ୍ୟା ଠାରେ ହେବ ପୁଭୁ ଶ୍ରୀରାମଙ୍କ ମନ୍ଦିରର ପ୍ରତିଷ୍ଠା ଉତ୍ସବ । ଏଥି ପାଇଁ ଜାନୁଆରୀ ୧ ରୁ ୧୫ ପର୍ଯ୍ୟନ୍ତ ହେବ ସମଗ୍ର ଗାଁ ଗାଁ ରେ ନିମନ୍ତ୍ରଣ ଅଭିଯାନ । ଏହି ଅଭିଯାନରେ ଅକ୍ଷତ, ନିମନ୍ତ୍ରଣ ଓ ରାମ ଲାଲାଙ୍କ ଫଟୋକୁ ନେଇ ଘରକୁ ଘର ବୁଲିବେ ରାମ ଭକ୍ତ । ଏହି ଅଭିଯାନ ନିମନ୍ତେ ବାସୁଦେବପୁରରେ ଆଜି ପହଞ୍ଚିଛି ଅକ୍ଷତ କଳସ…

Read More

ସାଧୁବଟ ଆବାସିକ ବିଦ୍ୟାମନ୍ଦିରର ୧୩ତମ ବାର୍ଷିକ ଉତ୍ସବ

ସାଧୁବଟ ଆବାସିକ ବିଦ୍ୟାମନ୍ଦିରର ୧୩ତମ ବାର୍ଷିକ ଉତ୍ସବ #ନିଶ୍ଚିନ୍ତକୋଇଲି(ଏନ୍‌.ଏମ୍‌.): କଟକ ଜିଲ୍ଲା ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନସ୍ଥ ବ୍ରାହ୍ମଣଖଣ୍ଡ ସିଲୋ ଠାରେ ଥିବା ସାଧୁବଟ ଆବାସିକ ବିଦ୍ୟାମନ୍ଦିର (ଗୁରୁକୁଳ)ର ୧୩ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବାଶିଷ ରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରଫେସର ବୈଷ୍ଣବ ଚରଣ ପଟ୍ଟନାୟକ ଯୋଗଦେଇ ଗୁରୁକୁଳ ଶିକ୍ଷା ଛାତ୍ରର ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା…

Read More

ଜଗତପୁର ନାବାଳକ ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ଗିରଫ, ଦା ଓ କାଠଫାଳିଆ ଜବତ କଲା ପୁଲିସ

ଜଗତପୁର ନାବାଳକ ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ଗିରଫ, ଦା ଓ କାଠଫାଳିଆ ଜବତ କଲା ପୁଲିସ #ଜଗତପୁର(ଏନ୍‌.ଏମ୍‌.): ବହୁ କଳ୍ପନା ଜଳ୍ପନାର ଅନ୍ତଘଟାଇ କମିଶନରେଟ ପୁଲିସ ନରହନ୍ତା ଯୁବକକୁ ଗିରଫ କରିଛି । ବହୁ ଚର୍ଚ୍ଚିତ ଜଗତପୁର ମଧ୍ୟକଚ୍ଛ ପୋଖରୀ ହୁଡ଼ାରେ ନାବାଳକ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ । ଏହି ହତ୍ୟାକାଣ୍ଡ ପଛରେ ସମସ୍ତେ ମୃତ ନାବାଳକର ବାପାଙ୍କୁ ସନ୍ଦେହ କରୁଥିବାବେଳେ ପୁଲିସର ଅନ୍ଦାଜ କିନ୍ତୁ ଥିଲା ଭିନ୍ନ । ତେବେ ପ୍ରକୃତ ଅଭିଯୁକ୍ତକୁ…

Read More

ଯୋଗାଣ ଅଧିକାରୀ ପରିବହନ ଠିକାଦାର ଅସାଧୁ ମେଣ୍ଟ: ଶୋଷଣ ହେଉଛନ୍ତି ଖୁଚୁରା ବିକ୍ରେତା

ଯୋଗାଣ ଅଧିକାରୀ ପରିବହନ ଠିକାଦାର ଅସାଧୁ ମେଣ୍ଟ: ଶୋଷଣ ହେଉଛନ୍ତି ଖୁଚୁରା ବିକ୍ରେତା #କଟକ(ଏନ୍‌.ଏମ୍‌.): କଟକ ମହାନଗର ଅଞ୍ଚଳରେ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ପରିବହନ ଠିକାଦାରମାନେ ଯୋଗାଣ ବିଭାଗ ଅଧିକାରୀଙ୍କ ସହାୟତାରେ କ୍ରମାଗତ ଭାବେ ଧାର୍ଯ୍ୟ ଓଜନ ଠାରୁ କମ୍ ପରିମାଣର ସାମଗ୍ରୀ ପହଞ୍ଚାଣ କରି ଆସୁଥିଲେ । ଏ ସମ୍ପର୍କରେ ଖୁଚୁରା ବିକ୍ରେତା ମାନେ ବାରମ୍ବାର ଅଭିଯୋଗ କରିବା ପରେ କଟକ ରିଟେଲ ଡିଲର୍ସ ଆସୋସିଏସନ୍ ପକ୍ଷରୁ ଏ ସମ୍ବଦ୍ଧ ରେ ବିଭିନ୍ନ ସମୟରେ…

Read More

ମା’ ସରସ୍ୱତୀ ଶିକ୍ଷା ମନ୍ଦିରର ବାର୍ଷିକ କ୍ରୀଡ଼ା ଉତ୍ସବ

ମା’ ସରସ୍ୱତୀ ଶିକ୍ଷା ମନ୍ଦିରର ବାର୍ଷିକ କ୍ରୀଡ଼ା ଉତ୍ସବ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଦରଘା ବଜାର, ହାତୀପୋଖରୀଛକ ସ୍ଥିତ ମା’ ସରସ୍ୱତୀ ଶିକ୍ଷା ମନ୍ଦିରର ଅଷ୍ଟାଦଶ ବାର୍ଷିକ ଖେଳକୁଦ ସମାରୋହ ସ୍ଥାନୀୟ ସୟିଦ ସେମିନାରୀ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପରିଚାଳନା ସମିତି ସଭାପତି ବଂଶୀଧର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ଶିକ୍ଷା ବିସ୍ତାର ସମିତି, ଓଡ଼ିଶାର ସଭାପତି ରାଜ କିଶୋର ବେହେରା ଅଷ୍ଟାଦଶ ବାର୍ଷିକ କ୍ରୀଡ଼ାକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟଅତିଥି…

Read More

ବକେୟା ପାଉଣା ନମିଳିବାରୁ “କସ୍ ବୋର୍ଡ଼ ଇଣ୍ଡଷ୍ଟ୍ରି’ ସମ୍ମୁଖରେ ଶ୍ରମିକଙ୍କ ଗଣଧାରଣା ୯୫ ଦିନରେ

ବକେୟା ପାଉଣା ନମିଳିବାରୁ “କସ୍ ବୋର୍ଡ଼ ଇଣ୍ଡଷ୍ଟ୍ରି’ ସମ୍ମୁଖରେ ଶ୍ରମିକଙ୍କ ଗଣଧାରଣା ୯୫ ଦିନରେ #କଟକ(ଏନ୍‌.ଏମ୍‌.): ଜଗତପୁର ଶିଳ୍ପାଞ୍ଚଳସ୍ଥିତ କସ୍ ବୋର୍ଡ ଇଣ୍ଡଷ୍ଟ୍ରିରେ କାର୍ଯ୍ୟରତ ଶ୍ରମିକମାନଙ୍କର ବକେୟା ଦରମା, ଗ୍ରାଚ୍ୟୁଟି, ବୋନସ୍ ସମେତ ଅନ୍ୟାନ୍ୟ ଶ୍ରମ ଆଇନ ମୁତାବକ ସୁବିଧା ସୁଯୋଗ ପ୍ରଦାନ କରାଯାଇ ନଥିବାରୁ ଏ ସମ୍ବନ୍ଧରେ କର୍ମଚାରୀମାନେ ଉକ୍ତ କମ୍ପାନୀର ମାଲିକ, ଲେବର କମିଶନର ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଲିଖିତ ଜଣାଇ ଦିଆଯାଇଥିବା ସତ୍ତ୍ୱେ ଉକ୍ତ କମ୍ପାନୀର ମାଲିକ ସମସ୍ତ ଶ୍ରମିକମାନଙ୍କୁ ଆଇନଗତ…

Read More

କଲରାବାଙ୍କ ଉଚ୍ଚ ବିଦ୍ୟାଳୟ ରୌପ୍ୟ ଜୟନ୍ତୀ ସମାରୋହ

କଲରାବାଙ୍କ ଉଚ୍ଚ ବିଦ୍ୟାଳୟ ରୌପ୍ୟ ଜୟନ୍ତୀ ସମାରୋହ #କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଆଦର୍ଶ ଗ୍ରାମ କଲରାବାଙ୍କ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ(୨୫ ବର୍ଷ) ସମାରୋହ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଓଡିଶା ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ରାଜ୍ୟର ଆଦିବାସୀ ଓ ଅଧ୍ୟୁଷିତ ଅଞ୍ଚଳରେ ଆଦର୍ଶ ଗ୍ରାମ କଲରାବାଙ୍କ ଭଳି ସମସ୍ତ ପ୍ରକାର ସୁବିଧା, ସୁଯୋଗ ସୃଷ୍ଟି କରିବାକୁ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଆହ୍ୱାନ ଦେଇଥିଲେ । ସମ୍ମାନିତ…

Read More

ଓଡ଼ିଶାକୁ ଫେରିଲା କରୋନା: ଗତ ୨୪ ଘଣ୍ଟାରେ ଜଣେ କରୋନା ପଜିଟିଭ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ

ଓଡ଼ିଶାକୁ ଫେରିଲା କରୋନା: ଗତ ୨୪ ଘଣ୍ଟାରେ ଜଣେ କରୋନା ପଜିଟିଭ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ #ଭୁବନେଶ୍ୱର(ଏନ୍‌.ଏମ୍‌.): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତ ୩ ତାରିଖରେ ଶେଷ ଥର ପାଇଁ ଓଡ଼ିଶାରେ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ । ପରେ ୨୦ ଦିନର ବ୍ୟବଧାନ…

Read More

ଜଗତପୁର ଗୋଲେଇଛକ ଠାରେ ମୋ ବସରେ ଅଗ୍ନିକାଣ୍ଡ : ସମସ୍ତ ଯାତ୍ରୀ ସୁରକ୍ଷିତ

ଜଗତପୁର ଗୋଲେଇଛକ ଠାରେ ମୋ ବସରେ ଅଗ୍ନିକାଣ୍ଡ : ସମସ୍ତ ଯାତ୍ରୀ ସୁରକ୍ଷିତ #ଜଗତପୁର(ଏନ୍‌.ଏମ୍‌.): ଆଜି ସଂଧ୍ୟାବେଳେ କଟକ ଜଗତପୁର ଗୋଲେଇ ଛକ ଠାରେ ୮୧ ନମ୍ବର ରୁଟରେ ଯାତାୟତ କରୁଥିବା ମୋ ବସରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ତେବେ ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ଇଞ୍ଜିନରୁ ପ୍ରଥମେ ଧୂଆଁ ବାହାରିଥିବା ଦେଖିବାକୁ ମିଳିଥିଲା । ତେବେ ‘ଓଡି ୦୫ ଡବ୍ଲୁ ୬୫୩୨’ ନମ୍ବର ବିଶିଷ୍ଟ ଏହି ବସଟି ସଂଧ୍ୟା ୫ଟା ୨୦…

Read More