୫ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର

୫ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର

୫ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟାର ସାମାଧାନ ନେଇ ୫ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଦାନ କରାଯାଇଛି । ଏ ନେଇ ଉତ୍କଳ ସାମ୍ବାଦିକ ସଂଘ କଟକ ଜିଲ୍ଲା ଶାଖା ସଭାପତି ସତ୍ୟବ୍ରତ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ କଟକ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ଉଲ୍ଲେଖ ପାଞ୍ଚ ଦଫା ଦାବି ମଧ୍ୟରେ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପିତା ମାତାଙ୍କୁ ସାମିଲ କରିବା, ୩୦ବର୍ଷ ବୟସ ନିଜ ପିଲାଙ୍କୁ ସାମିଲ କରିବା, ରାଜ୍ୟରେ ପ୍ରେସ ଏକାଡେମୀ ଗଠନ, ଅବସର କାଳୀନ ଭତ୍ତା, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଉଲ୍ଲେଖ ରହିଛି । ତେବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଂଘର ଆହ୍ୱାନ କ୍ରମେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏହି ଦାବିପତ୍ର ପ୍ରଦାନ କରାଯାଉଛି । ଆଗାମୀ ୨ ମାସ ମଧ୍ୟରେ ସରକାର ଯଦି ଉପରୋକ୍ତ ଦାବି ଗୁଡିକ ଉପରେ ବିଚାର ନକରନ୍ତି ତେବେ ରାଜ୍ୟ ସଂଘ ନେତୃତ୍ୱରେ ରାଜ୍ୟର ସମସ୍ତ ସାମ୍ବାଦିକ ମାନେ ସାମ୍ବାଦିକ ମାନଙ୍କ ସ୍ୱାର୍ଥ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି କଟକ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ସତ୍ୟ ବ୍ରତ ଦାସ ଓ ସଂଘର ସମସ୍ତ କର୍ମକର୍ତ୍ତା ମନେ ଚେତାବନୀ ଦେଇଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଟ ସାମ୍ବାଦିକ ତପନ କୁମାର ସାହୁ, ବିଭୁତି ଭୂଷଣ ଖଟୁଆ, ସଞ୍ଜୀବ ତିୱାରୀ, ଶିବବ୍ରତ ଦାସ, ସୁରେନ୍ଦ୍ର ସାହୁ, ପରୀକ୍ଷିତ ଲେଙ୍କା, କୁନା ନାୟକ, ବିଜୟ କୁମାର ପଣ୍ଡା ପ୍ରମୁଖ ସାମିଲ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ