ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ପ୍ରି-ବଜେଟ ପରାମର୍ଶ ବୈଠକ
ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ପ୍ରି-ବଜେଟ ପରାମର୍ଶ ବୈଠକ #ଭୁବନେଶ୍ୱର(ଏନ୍.ଏମ୍.): ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଗତ ବର୍ଷ ପରି ସମାଜର ବିଭିନ୍ନ ବର୍ଗ ଯଥା ବିଶେଷଜ୍ଞ, ବ୍ୟବସାୟୀ ତଥା ଶିଳ୍ପଦ୍ୟୋଗୀଙ୍କ ପ୍ରତିନିଧି ଏବଂ କୃଷକମାନଙ୍କ ସହିତ ପ୍ରାକ୍ ବଜେଟ୍ ପରାମର୍ଶ କରିଛନ୍ତି । ସକାଳ ୧୧ଟାରୁ ୧ ଘଟିକା ପର୍ଯ୍ୟନ୍ତ ତଥା ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଏହା ଅନୁଷ୍ଠିତ ହୋଇଥିଲା । ପ୍ରଥମ ଅଧିବେଶନରେ ପୂର୍ବତନ ଅର୍ଥ ମନ୍ତ୍ରୀଙ୍କ ସମେତ…
