ମାର୍ଚ୍ଚ ୭ରେ ଏକକ ବିଷୟ ଓ ପ୍ରଥମ ଷାଣ୍ମାସିକ ଭାଷା ପରୀକ୍ଷା

ମାର୍ଚ୍ଚ ୭ରେ ଏକକ ବିଷୟ ଓ ପ୍ରଥମ ଷାଣ୍ମାସିକ ଭାଷା ପରୀକ୍ଷା

ମାର୍ଚ୍ଚ ୭ରେ ଏକକ ବିଷୟ ଓ ପ୍ରଥମ ଷାଣ୍ମାସିକ ଭାଷା ପରୀକ୍ଷା
୨୧ଟି କେନ୍ଦ୍ରରେ ପରୀକ୍ଷା ଦେବେ ୩୬୦୪ ଛାତ୍ରଛାତ୍ରୀ

File Photo

କଟକ(ଏନ୍‌.ଏମ୍‌.): ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଅଷ୍ଟମ ଶ୍ରେଣୀ (୮ମ ଷ୍ଟାଣ୍ଡର୍ଡ) ଛାତ୍ରଛାତ୍ରୀଙ୍କ ଓଡିଆ ବିଷୟରେ ପ୍ରଥମ ଷାଣ୍ମାସିକ ଭାଷା ପରୀକ୍ଷା(ଏଚଏଲଟି) ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ଦଶମ ଶ୍ରେଣୀ(୧୦ମ ଷ୍ଟାଣ୍ଡାର୍ଡ) ଛାତ୍ରଛାତ୍ରୀଙ୍କ ପ୍ରଥମ ଏକକ ବିଷୟ (ଏସଏସ) ପରୀକ୍ଷା ଉକ୍ତ ଦିନ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଏଚଏଲଟି ପରୀକ୍ଷା ଲାଗି ୫୯୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦବୋକୁ ଥିବା ବେଳେ ଏକକ ବିଷୟରେ ୩୦୧୩ଜଣ ଛାତ୍ରଛାତ୍ରୀ ଏକକ ବିଷୟରେ ପରୀକ୍ଷା ଦେବେ । ଏହି ଦୁଇଟି ପରୀକ୍ଷା ଲାଗି ରାଜ୍ୟର ୨୧ ପରୀକ୍ଷା କେନ୍ଦ୍ରରେ କରାଯାଇଛି । ସକାଳ ୮ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ଏକକ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ । ସେହିଭଳି ଏଚଏଲଟିର ଲିଖିତ ପରୀକ୍ଷା ସକାଳ ୮ଟାରୁ ୯ଟା ମଧ୍ୟରେ ଶେଷ ହେବା ପରେ ମୌଖିକ ପରୀକ୍ଷା ୧୦ଟାରୁ ଆରମ୍ଭ ହେବ । ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନେ ସୋମବାର ଠାରୁ ବୋର୍ଡ ୱେବସାଇଟରୁ ଆଡମିଟ କାର୍ଡ ପାଇପାରିବେ ବୋଲି ଉପ ସଭାପତି ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି