ସଂଯୋଗ ଉତ୍କର୍ଷ ସମ୍ମାନ ୨୦୨୨: ୧୮୦ ପ୍ରତିଭାଧର ସମ୍ବର୍ଦ୍ଧିତ

ସଂଯୋଗ ଉତ୍କର୍ଷ ସମ୍ମାନ ୨୦୨୨: ୧୮୦ ପ୍ରତିଭାଧର ସମ୍ବର୍ଦ୍ଧିତ

ସଂଯୋଗ ଉତ୍କର୍ଷ ସମ୍ମାନ ୨୦୨୨: ୧୮୦ ପ୍ରତିଭାଧର ସମ୍ବର୍ଦ୍ଧିତ

News by Smrutiranjan Tripathy (Cuttack)

ବାରଙ୍ଗ(ଏନ୍‍.ଏମ୍‍.): ସାମାଜିକ ଗଣମାଧ୍ୟମ ଚାନେଲ ସଂଯୋଗ ଟୁଡେ ପକ୍ଷରୁ ପ୍ରଥମ ସଂଯୋଗ ଉତ୍କର୍ଷ ସମ୍ମାନ ପ୍ରଦାନ ଉତ୍ସବ ଭୁବନେଶ୍ୱର ନନ୍ଦନକାନନ ସ୍ଥିତ ତିଳୋତ୍ତମା ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି , ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତା ପ୍ରତିପାଦନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ପରିପ୍ରେକ୍ଷୀରେ ସମ୍ମାନିତ କରାଯାଇଥିବା ବେଳେ , ଆୟୋଜିତ ସମାରୋହ କୁ ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଶୁଭ ଉଦଘାଟନ କରିଥିଲେ , ମୁଖ୍ୟ ଅତିଥି ଭାବେ ଭୁବନେଶ୍ଵର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ମୁଖ୍ୟ ବକ୍ତା ଭାବେ ବାଙ୍କୀ ଯୁବ ବିଧାୟକ ଦେବି ରଞ୍ଜନ ତ୍ରିପାଠୀ ଯୋଗଦେଇ ନିଜ ବକ୍ତବ୍ୟରେ ଆଜିର ସମୟରେ ସାମାଜିକ ଗଣମାଧ୍ୟମ ର ଭୂମିକା ଉପରେ ଆଲୋଚନା କରିବା ସହ ଏହାର ସଦଉପଯୋଗ କରି ଆଜି ବହୁତ କିଛି ସମସ୍ୟା ର ସମାଧାନ ହୋଇପାରୁଥିବା ପ୍ରକାଶ କରିବା ସହ ସୁନ୍ଦର ଏବଂ ନିରପେକ୍ଷ ଖବର ପ୍ରସାରଣ ପାଇଁ ଆଜି ସଂଯୋଗ ଟୁଡେ ପରିଚିତ ହୋଇପାରିଛି ବୋଲି ମତପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତା ପ୍ରତିପାଦନ କରିଥିବା ୧୮୦ ଜଣଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା , ସଂଯୋଗ ଟୁଡେ ପକ୍ଷରୁ ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ସବର ସାଥୀ ବରିଷ୍ଠ ସମାଜସେବୀ ଜାଗମରା ନିବାସି ବିଜୟ ଜେନା ଙ୍କୁ ସଂଯୋଗ ଟୁଡେ ଏକ୍ସିଲେନ୍ସି ଆୱାର୍ଡ଼ ପ୍ରଦାନ କରାଯାଇଥିଲା, ସାମ୍ବାଦିକତା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ମହେନ୍ଦ୍ର ବେଉରା , ରାଜନୈତିକ କ୍ଷେତ୍ରରେ ଅଭିମନ୍ୟୁ ବେହେରା , ସମାଜସେବା କ୍ଷେତ୍ରରେ ବସନ୍ତ ମହାପାତ୍ର , ଉଦ୍ୟୋଗ କ୍ଷେତ୍ରରେ ପପିନ ମହାପାତ୍ର , ମାତୃ ମଙ୍ଗଳ କ୍ଷେତ୍ରରେ ସ୍ୱପ୍ନା ରାଉତ ଆଦି ଙ୍କୁ ସମ୍ମାନିତ କରାଯାଇଥିବାବେଳେ , କାର୍ଯ୍ୟକ୍ରମ କୁ ସୁରେଶ ମହାନ୍ତି ପରିଚାଳନା କରିଥିଲେ , କାର୍ଯ୍ୟକ୍ରମ ରେ ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁବାଷ ଚନ୍ଦ୍ର ପାତ୍ର , ଗୋଡିସାହି ମନୋରମା ମୋଟର ଅଧ୍ୟକ୍ଷା ଜୟଶ୍ରୀ ବେହେରା, ବାରଙ୍ଗ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ଦଳାଇ , ଖୋର୍ଦ୍ଧା ୩୦ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ବବିତା ରାଉତ , କଟକ ଜିଲ୍ଲା ପରିଷଦ ସ୍ଥାୟୀ କମିଟି ଅଧ୍ୟକ୍ଷ ଆଶିଷ କୁମାର ସାହୁ , କଟକ ଜିଲ୍ଲା ପରିଷଦ ସ୍ଥାୟୀ କମିଟି ସଦସ୍ୟ ସୁମିନା ପ୍ରଦାନ , କଟକ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଆକୁଳାନନ୍ଦ ମନ୍ତ୍ରୀ , ବିଏମସି ଶିକ୍ଷା କମିଟି ଅଧ୍ୟକ୍ଷ ମିହିର କୁମାର ରାଉତ , ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି ସନ୍ତୋଷ କୁମାର ନାଥ , କୁନାଲ ରାଉତ , ସୂର୍ଯ୍ୟ କାନ୍ତ ନନ୍ଦ , ପରିବେଶବିତ୍ ଚିନ୍ମୟ ପାତ୍ର , ଉଦ୍ୟୋଗପତି ଡଃ ଅର୍ଜୁନ ମହାରଣା , କଟକ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସନାତନ ବେହେରା , ବାରଙ୍ଗ ବ୍ଲକ ପୂର୍ବତନ ଅଧ୍ୟକ୍ଷ ରମାକାନ୍ତ ରାଉତ , ବାରଙ୍ଗ ବିଜେଡି କାର୍ଯ୍ୟ କାରି ସଭାପତି ଅଶୋକ ରାଉତ , କର୍ପୋରେଟର ମିନା ସାହୁ ,  ବିରଞ୍ଚି ନାଏକ , ବରିଷ୍ଠ ମୁରବି ବିଜୟ ପଣ୍ଡା , ଉଦ୍ୟୋଗପତି ସେକ ମିରାଜ ଉଲ ହକ , ଆକାଡେମିକ୍ସ ସ୍କୁଲ ପ୍ରତିଷ୍ଠାତା ପ୍ରଭାତ କୁମାର ତ୍ରିପାଠୀ , ପ୍ରସନ୍ନ କୁମାର ସାହୁ , ଭୋଳା ନାଥ ମହାରଣା , ବଳରାମ ଦାସ , ହୋମଫିଲ୍ସ ଡାଇରେକ୍ଟର ବାଣିକଣ୍ଠ ଦଳାଇ ,  ନିର୍ମଳ ରାଉତ , ଆଦି ସମ୍ମାନନୀୟ ଅତିଥି ଙ୍କ ସହ ବହୁ ବୁଦ୍ଧିଜୀବୀ , ରାଜନୈତିକ ଓ ସାମାଜିକ କର୍ମୀ ମାନେ ଯୋଗଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ସଂଯୋଗ ଟୁଡେ ପରିବାର ପକ୍ଷରୁ ପରିଚାଳିତ କରାଯାଇଥିବା ବେଳେ ଶେଷରେ ଚାନେଲ ର ପ୍ରତିଷ୍ଠାତା ସୁଧୀର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ