“ଜଗତପୁର ଆଞ୍ଚଳିକ ସାମାଜିକ ସଂଗଠନ’ ପକ୍ଷରୁ ଏସିପି ଓ ଆଇଆଇସିଙ୍କୁ ସମ୍ବର୍ଦ୍ଧନା

“ଜଗତପୁର ଆଞ୍ଚଳିକ ସାମାଜିକ ସଂଗଠନ’ ପକ୍ଷରୁ ଏସିପି ଓ ଆଇଆଇସିଙ୍କୁ ସମ୍ବର୍ଦ୍ଧନା

“ଜଗତପୁର ଆଞ୍ଚଳିକ ସାମାଜିକ ସଂଗଠନ’ ପକ୍ଷରୁ ଏସିପି ଓ ଆଇଆଇସିଙ୍କୁ ସମ୍ବର୍ଦ୍ଧନା


ଜଗତପୁର(ଏନ୍‌.ଏମ୍‌.): ‘ଜଗତପୁର ଆଞ୍ଚଳିକ ସାମାଜିକ ସଂଗଠନ’ ପକ୍ଷରୁ ସଭାପତି ହରିହର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜଗତପୁର ୪୮ନଂ ୱାର୍ଡ ଅଫିସ ଠାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ସଭାରେ କଟକ କମିଶନରେଟ ପୋଲିସର ଜୋନ-୧ ଏସିପି ଅମରେନ୍ଦ୍ର ପଣ୍ଡା ରାଷ୍ଟ୍ରପତି ପୁରସ୍କାର ପାଇଁ ଯୋଗ୍ୟବିବେଚିତ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଜଗତପୁର ଥାନାର ଆଇଆଇସି ରବିନ୍ଦ୍ରନାଥ ମେହେରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ପୁଲିସ ଓ ପବ୍ଲିକ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିବା ସହ ଆସାମାଜିକ ବ୍ୟକ୍ତିଙ୍କ ପ୍ରତି ପୋଲିସ ଶକ୍ତ ହେବା ଆବଶ୍ୟକ । ଏଥିସହିତ ଭୌଗଳିକ ଦୃଷ୍ଟିରୁ ୯୧ବର୍ଗ କିମି ଅଞ୍ଚଳ ଜଗତପୁର ଥାନାରେ ଅଧିକ କର୍ମଚାରୀ ନିଯୁକ୍ତ ସହ ଅଧିକ ପିସିଆର ଭ୍ୟାନର ଆବଶ୍ୟକଥିବା ଦାବି କରାଯାଇଥିଲା । ଉଭୟ ପୁଲିସ ଅଫିସରଙ୍କ କାର୍ଯ୍ୟଦକ୍ଷତାକୁ ସଭାରେ ପ୍ରଶଂସା କରାଯିବାସହ ପୁଷ୍ପମାଲ୍ୟ,ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନୀତ ତଥା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ପୂର୍ବତନ କର୍ପୋରେଟର ନୀରୋଦ ଚନ୍ଦ୍ର ପଣ୍ଡା ସିଏମସି ୱାର୍ଡ ଅଫିସର ପିତାମ୍ବର ମଲ୍ଲିକ ଯୋଗଦେଇ ଥିଲେ । ସଂଗଠନର ସଂଯୋଜକ ମାନସ ପରିଡା ସଭା ସଞ୍ଚାଳନ କରିବା ସହ ସଂଗଠନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିର୍ମଳ ଚନ୍ଦ୍ର ପଣ୍ଡା, ଅଲେଖ ଚନ୍ଦ୍ର ବେହେରା, ଜ୍ଞାନେନ୍ଦ୍ର ସ୍ୱାଇଁ, ବନବିହାରୀ ଦଳାଇ, ମହେନ୍ଦ୍ର ମହାନ୍ତି, ତୀର୍ଥାନନ୍ଦ ପଣ୍ଡା, ସଚ୍ଚିଦାନନ୍ଦ ଶୁକ୍ଳ, ଅଭିମନ୍ୟୁ ବେହେରା, ଗୋବର୍ଦ୍ଧନ ସାହୁ, ହେମରାଜ ବିଶ୍ୱାଳ, ମୁରଲୀଧର ତରାଇ, ଶିବ ପ୍ରଧାନ, ରଶ୍ମୀକାନ୍ତ ସାମଲ, ମାଧବାନନ୍ଦ ବିଶ୍ୱାଳ, ଯୁବନେତା ନାଗେଶ୍ୱର ବେହେରା, ଶ୍ରୀନିବାସ ଦଳାଇ, ଜେ. କାମେଶ୍ୱର ରାଓ, ରମେଶ ଚନ୍ଦ୍ର ଶରଣ, ଲଳିତ ଭୂୟାଁ, ପ୍ରୀତିରଞ୍ଜନ ଜେନା, ରବିନ୍ଦ୍ର ପରିଡା, ଅରୁଣ ଭୂୟାଁ, ନଗେନ୍ଦ୍ର ମହାପାତ୍ର, ମୁରଲୀ ମଲ୍ଲିକ, ଅର୍ଜୁନି ନାୟକ, ବିରଞ୍ଚି ସାମଲ, ଇତିଶ୍ରୀ ପଣ୍ଡା, ଭାଗ୍ୟଲଷ୍ମୀ ମହାପାତ୍ର, ଦେବାନନ୍ଦ ବେହେରା, ଲଷ୍ମୀଧର ଶୁକ୍ଳ ପ୍ରମୁଖ ଯୋଗଦେବା ସହ ଜଗତପୁର ଅଞ୍ଚଳର ବହୁ ପୂଜାକମିଟି, ସାହି କମିଟି, ବରିଷ୍ଠ ନାଗରିକ ସଙ୍ଘ, ବସ୍ତି ସଙ୍ଘ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଉଭୟ ପୋଲିସ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଯୁବ ସଂଗଠକ ଚିତ୍ତରଞ୍ଜନ ମହାନ୍ତି ଧନ୍ୟବାଦ ଦେଇଥିଲେ ।

ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି