ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଜୁଲାଇରେ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା ହେବ- ବୋର୍ଡ଼

ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଜୁଲାଇରେ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା ହେବ- ବୋର୍ଡ଼

ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଜୁଲାଇରେ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା ହେବ- ବୋର୍ଡ଼


କଟକ (ଏନ୍‌.ଏମ୍‌.): ଚଳିତ ବର୍ଷ ମାଟ୍ରିକ୍ ରେଜଲ୍ଟକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ପ୍ରକାଶ କରିଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ଜୁଲାଇ ମାସରେ ଅଫଲାଇନ୍ ପରୀକ୍ଷା କରିବାକୁ ପ୍ରସ୍ତୁତ ହୋଇଛି । ଯେଉଁ ଛାତ୍ରଛାତ୍ରୀମାନେ ସେମାନଙ୍କ ନମ୍ବରକୁ ନେଇ ଅସନ୍ତୁଷ୍ଟ ଥିବେ, ସେମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ । ଅଫଲାଇନ୍ ପରୀକ୍ଷା ପାଇଁ ଜୁଲାଇ ୫ ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ । ୧୦ ଦିନ ମଧ୍ୟରେ ଫର୍ମ ଫିଲ୍‌ଅପ୍ ଶେଷ କରିବାକୁ ବୋର୍ଡ ନିର୍ଦ୍ଦେଶ ଦେଇଛନ୍ତି । ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଜୁଲାଇ ମାସରେ ପରୀକ୍ଷା କରି ଶୀଘ୍ର ରେଜଲ୍ଟ ପ୍ରକାଶ କରାଯିବ । ତା’ହେଲେ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କ ପାଇଁ ଯୁକ୍ତ ଦୁଇରେ ନାମ ଲେଖାରେ ସମସ୍ୟା ହେବନି । ଅନ୍ୟପକ୍ଷରେ ମାଟ୍ରିକ୍ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଦେଖା ଦେଇଥିବା ଅସନ୍ତୋଷ ଓ ଦ୍ୱନ୍ଦ୍ୱକୁ ଆଜି ବୋର୍ଡ ପକ୍ଷରୁ ଦୂର କରିବା ପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏଥିରେ ବୋର୍ଡ ସଭାପତି ରାମାଶିଷ ହାଜରା କହିଥିଲେ ଯେ ମୂଲ୍ୟାୟନ ପଦ୍ଧତି ନେଇ ସବୁ କିଛି ତଥ୍ୟ ବୋର୍ଡ ୱେବସାଇଟରେ ଥିଲା । ସ୍ୱତନ୍ତ୍ର କୋର୍ କମିଟି ଗଠନ କରି ମୂଲ୍ୟାୟନର ତର୍ଜମା ହୋଇଛି । ୪ ବର୍ଷର ପ୍ରଦର୍ଶନକୁ ବିଚାର କରି ମୂଲ୍ୟାୟନ ହୋଇଛି । ମୂଲ୍ୟାୟନ ବେଳେ ୨୦୧୭, ୨୦୧୮, ୨୦୧୯, ୨୦୨୦ ବର୍ଷର ପ୍ରଦର୍ଶନ ବିଚାର କରାଯାଇଛି । ନିର୍ଦ୍ଦିଷ୍ଟ କିଛି ସ୍କୁଲରୁ ଆସିଥିବା ଅଭିଯୋଗ ନେଇ ମଧ୍ୟ ବୋର୍ଡ ସଭାପତି ସ୍ପଷ୍ଟୀକରଣ ଦେଇଥିଲେ । ତେବେ କିଛି ସ୍କୁଲ୍ କିପରି ନମ୍ବର ବଢ଼ାଇ ଦେଇଥିଲେ, ତାହା ସେ ପ୍ରକାଶ କରିଥିଲେ । ବିଗତ ବର୍ଷ ତୁଳନାରେ ସେମାନେ ଯଥେଷ୍ଟ ମାର୍କ ବଢ଼ାଇ ଦେଇଥିଲେ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ, ମାଟ୍ରିକ୍ ରେଜଲ୍ଟକୁ ନେଇ ରାଜ୍ୟର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ସେହି ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ଼ ପକ୍ଷରୁ ଅଫଲାଇନ ପରୀକ୍ଷା ବ୍ୟବସ୍ଥା ହୋଇଥିବା ବୋର୍ଡ଼ କର୍ତ୍ତୃପକ୍ଷ କହିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି