ଗାନ୍ଧିଜୀ ବିଦ୍ୟାପୀଠର ୨୦୦୭ ବ୍ୟାଚ ବନ୍ଧୁ ମିଳନ

ଗାନ୍ଧିଜୀ ବିଦ୍ୟାପୀଠର ୨୦୦୭ ବ୍ୟାଚ ବନ୍ଧୁ ମିଳନ

ଗାନ୍ଧିଜୀ ବିଦ୍ୟାପୀଠର ୨୦୦୭ ବ୍ୟାଚ ବନ୍ଧୁ ମିଳନ


#ଚୌଦ୍ୱାର(ଏନ୍‌.ଏମ୍‌.): ବିପଦ ସମୟରେ ଯିଏ ପାଖରେ ଛିଡ଼ା ହୋଇଥାଏ ସେହି ପ୍ରକୃତ ବନ୍ଧୁ । ସେହିଭଳି ବନ୍ଧୁର ମହତ୍ତ୍ୱକୁ ଆହୁରି ଅତି ନିବିଡ କରିବା ପାଇଁ କୟଳପଡ଼ା ଗାନ୍ଧିଜୀ ବିଦ୍ୟାପୀଠର ୨୦୦୭ ମସିହା ବ୍ୟାଚର ସବୁଠୁ ‘ନିଆରା ଆମ ସାଙ୍ଗ ଗ୍ରୁପ’ ସହପାଠୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଚୌଦ୍ୱାର ଥାନା ଅର୍ନ୍ତଗତ କୟଳପଡ଼ା ପଞ୍ଚାୟତ ନୂଆପାଟଣା ଗ୍ରାମ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହପାଠୀମାନେ ସପରିବାରେ ଯୋଗଦେଇ ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିବା ସହ ପୁରୁଣା ଦିନର ଅଭୁଲା ସ୍ମୃତିର ରୋମନ୍ଥନ କରିଥିଲେ । ଏହି ଅବସରରେ ନିମନ୍ତ୍ରିତ ଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଯୋଗଦେଇ ଆଗାମୀ ଦିନମାନଙ୍କରେ ସମାଜ ଓ ଦେଶ ପାଇଁ ନିଜକୁ ସାମିଲ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଳକା ପାଲ, ବେବିନା ଜେନା, ବିଜୟଲକ୍ଷ୍ମୀ ଜେନା, ସସ୍ମିତା ପ୍ରତାପଦେବ, ବାସୁଦେବ ନାୟକ, ମିଥୁନ ଦାସ, ଅଜୟ ନାୟକ, ପିତାମ୍ବର ନାୟକ, ସ୍ମୃତିରଞ୍ଜନ ତ୍ରିପାଠୀ, ଉମେଶ ଚନ୍ଦ୍ର ନାୟକ, ବିପ୍ଳବ ନାୟକ, ଜ୍ୟୋତି ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ