୬୦ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ କ୍ରୀଡ଼ା ଚାମ୍ପିୟନସିପ-୨୦୨୧: କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କଲେ ଆଥେଲେଟ୍ ପାର୍ବତୀ

୬୦ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ କ୍ରୀଡ଼ା ଚାମ୍ପିୟନସିପ-୨୦୨୧: କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କଲେ ଆଥେଲେଟ୍ ପାର୍ବତୀ

କଟକ (ଏନ୍.ଏମ୍.): ଆସନ୍ତା ଜୁନ୍ ୧୫ ତାରିଖରେ ପଞ୍ଜାବର ପତିଆଲାଠାରେ ହେବାକୁ ଥିବା ଇଣ୍ଡିଆନ୍ ଗ୍ରାଣ୍ଡ ପ୍ରିକ୍ସ-୪ ଓ ସିନିୟର ଇଣ୍ଟର ଷ୍ଟେଟ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଆନ୍ତର୍ଜାତୀୟ ଆଥେଲେଟ ପାର୍ବତୀ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଛନ୍ତି । ପାର୍ବତୀ ତିନି ଦଶନ୍ଧି ଧରି ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେଇ ସଫଳତା ହାସଲ କରିଛନ୍ତି । ସେ ୧୯୯୦ମସିହାଠାରୁ ଜୁନିୟର ଆଥେଲେଟ୍ରୁ ଯାତ୍ରା ଆରମ୍ଭ କରି ଏପର୍ଯ୍ୟନ୍ତ ସୁଦ୍ଧା ତାଙ୍କର କ୍ରୀଡ଼ାଯାତ୍ରାକୁ ଜାରି ରଖିଛନ୍ତି । ଏବେ ସେ ଭାରତୀୟ ରେଳ ବିଭାଗରେ ଟିଟିଆଇ ଭାବେ କାର୍ଯ୍ୟକରୁଛନ୍ତି । ପାର୍ବତୀ ପ୍ରଥମ ମହିଳା ଭାବେ ଓଡ଼ିଶାରୁ ଡିସ୍କସ୍ ଥ୍ରୋରେ ଭାରତପାଇଁ ୨୦୧୦ ମସିହାରେ ଏସିଆନ୍ ଅଲ୍ଷ୍ଟାର ମିଟ୍ ଓ ଏସିୟାନ୍ ଗ୍ରାଣ୍ଡ ପ୍ରିକ୍ସରେ ଭାଗନେଇଛନ୍ତି । ସେହିପରି ଜୁନିୟର, ସିନିୟର, ଇଷ୍ଟଜୋନ୍, ସ୍କୁଲ୍ମିଟ୍ରେ ଭାଗନେଇ ଅନେକ ପଦକ ହାସଲ କରିଛନ୍ତି । ଆଗକୁ ସେ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି ସେ ଅଭ୍ୟାସ କରିବା ଅବସରରେ ପ୍ରକାଶ କରିଛନ୍ତି ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ