୫ ବର୍ଷ ଧରି ଫେରାର ଥିବା ଡି. ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଦୀଲୁ ଗିରଫ

୫ ବର୍ଷ ଧରି ଫେରାର ଥିବା ଡି. ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଦୀଲୁ ଗିରଫ

୫ ବର୍ଷ ଧରି ଫେରାର ଥିବା ଡି. ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଦୀଲୁ ଗିରଫ


କଟକ (ଏନ୍‌.ଏମ୍‌.): ଗ୍ୟାଙ୍ଗଷ୍ଟାର ଡି. ବ୍ରଦର୍ସ (ଧଳସାମନ୍ତ ଭ୍ରାତାଦ୍ୱୟ)ଙ୍କ ଘନିଷ୍ଠ ସହଯୋଗୀ ଦୀଲୁ ଓରଫ ପ୍ରଦୀପ କୁମାର ସାହୁକୁ କଟକ କମିଶନରେଟ ପୁଲିସ ଗିରଫ କରିଛି । ତା ନାମରେ ଅନେକ ଅପରାଧିକ ମାମଲା ରହିଥିବାବେଳେ ଦୀର୍ଘ ୫ ବର୍ଷ ଧରି ଦୀଲୁ ପୁଲିସ ଆଖିରେ ଧୁଳି ଦେଇ ଫେରାର ଥିଲା । ଦୀଲୁ ୨୦୧୬ ମସିହାର ବହୁ ଚର୍ଚ୍ଚିତ ଦୀପୁ ଓ ଓମ୍ ହତ୍ୟାକାଣ୍ଡର ଅଭିଯୁକ୍ତ ବୋଲି କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି । କଟକ ଡିସିପି ପ୍ରତୀକ ସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସ୍ପେଶାଲ୍ ଟିମ୍ ଦୀଲୁକୁ ରାୟଗଡ଼ାରୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ସମୟରେ ଦୀଲୁ ପାଖରୁ ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଗୁଳି ଓ ୩ଟି ମୋବାଇଲ୍ ଫୋନ୍ ଜବତ କରାଯାଇଥିବା ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଶ୍ରୀ ପ୍ରିୟଦର୍ଶୀ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନେୀରେ ଦୀଲୁ ସମ୍ପର୍କରେ ସୂଚନା ଦେଇଛନ୍ତି । ତାଙ୍କ କହିବାନୁଯାୟୀ, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଦୀଲୁ ଧଳସାମନ୍ତ ଭ୍ରାତାଦ୍ୱୟଙ୍କ ଟେଣ୍ଡର କାମ ବୁଝାବୁଝି କରୁଥିଲା । ତା’ ନାଁରେ ଚାଉଳିଆଗଞ୍ଜ ଥାନାରେ ୪ଟି ମାମଲା ରହିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ