୫୦୪ଟି ସେଣ୍ଟରରେ ୧୫ହଜାର ଦେବେ ମାଟ୍ରିକ ପରୀକ୍ଷା

୫୦୪ଟି ସେଣ୍ଟରରେ ୧୫ହଜାର ଦେବେ ମାଟ୍ରିକ ପରୀକ୍ଷା

୫୦୪ଟି ସେଣ୍ଟରରେ ୧୫ହଜାର ଦେବେ ମାଟ୍ରିକ ପରୀକ୍ଷା


କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଅଫଲାଇନ ମାଟ୍ରିକ ପରୀକ୍ଷା ଲାଗି ସେଣ୍ଟର ତାଲିକା ଘୋଷଣା କରାଯାଇଛି । ସମସ୍ତ ବର୍ଗରେ ମୋଟ ୧୫ ହଜାର ୧୫୧ ଜଣ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିବାବେଳେ ସେମାନଙ୍କ ଲାଗି ୫୦୪ଟି ସେଣ୍ଟର କରାଯାଇଥିବା ବୋର୍ଡ କାର୍ଯ୍ୟକାର୍ଯ୍ୟଳୟ ସୂତ୍ରରୁ ଜଣାପଡିଛି ।
ମାଟ୍ରିକ ପରୀକ୍ଷା ରେଗୁଲାରରେ ୬ ହଜାର ୫୯୭ ଜଣ ପରୀକ୍ଷା ଦେବା ଲାଗି ଫର୍ମ ପୂରଣ କରିଥିବା ବେଳେ ସେମାନଙ୍କ ଲାଗି ୨୭୮ ସେଣ୍ଟର ଘୋଷଣା କରାଯାଇଛି । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟରେ ୮ ହଜାର ୪୯୩ଜଣ ପରୀକ୍ଷା ଦେବାକୁ ଥିବା ବେଳେ ୨୨୨ଟି ସେଣ୍ଟର କରାଯାଇଥିବା ବେଳେ ମଧ୍ୟମ ଲାଗି ୬୧ ଜଣ ଛାତ୍ରଛାତ୍ରୀ ଲାଗି ୪ଟି ସେଣ୍ଟର କରାଯାଇଛି । ଅନ୍ୟପକ୍ଷରେ ଅଫଲାଇନରେ ମାଟ୍ରିକ ରେଗୁଲାର, ରାଜ୍ୟ ମୁକ୍ତ ବିଦ୍ୟାଳୟ, ମଧ୍ୟମା ପରୀକ୍ଷା ଦେବା ଲାଗି ଛାତ୍ରଛାତ୍ରୀମାନେ ସେମାନଙ୍କ ଆଡମିଟ କାର୍ଡ ବୋର୍ଡ ୱେବସାଇଟରେ ପାଇପାରିବେ । ଛାତ୍ରଛାତ୍ରୀମାନେ ସେମାନଙ୍କର ସ୍କୁଲ କୋର୍ଡ ଦେଇ ଆଡମିଟକାର୍ଡ ଡାଉନଲୋଡ କରିପାରିବେ । ପତ୍ରବିନିମୟ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ସେମାନଙ୍କ ନାମ ସହ ଅଭିଭାବକ ନାମ ଦେଇ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ଚଳିତ ବର୍ଷ ରାଜ୍ୟ ମୁକ୍ତ ବିଦ୍ୟାଳୟର ନୂତନ ଛାତ୍ରଛାତ୍ରୀ ଏବଂ ପତ୍ରବିନିମୟ ପାଠ୍ୟକ୍ରମର ରେଗୁଲାର ଛାତ୍ରଛାତ୍ରୀ, ଯେଉଁମାନେ ଅଫଲାଇନରେ ପରୀକ୍ଷା ଲାଗି ଫର୍ମ ପୂରଣ କରିନାହାନ୍ତି ସେମାନେ ମଧ୍ୟ ସେଣ୍ଟରର ନାମ ଦେଇ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ତେବେ ପରୀକ୍ଷା ଲାଗି ସମସ୍ତ ସୂଚନା ବୋର୍ଡ ୱେବସାଇଟରେ ସ୍କୁଲ ପାଇପାରିବେ । ସମସ୍ତ ସ୍କୁଲ ସହ ବୋର୍ଡର ବିଭିନ୍ନ ତଥ୍ୟ ବୋର୍ଡ ୱେବସାଇଟରେ ପାଇ ପାରିବେ । ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ଫର୍ମପୂରଣ ଓ ପରୀକ୍ଷା, ବିଭିନ୍ନ ସେଣ୍ଟର, ପରୀକ୍ଷା ଲାଗି ଚିହ୍ନଟ ହୋଇଥିବା ସେଣ୍ଟର, ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା, ବିଭିନ୍ନ ବିଷୟବସ୍ତୁ ଏବଂ ପରୀକ୍ଷା ସମ୍ପର୍କରେ ସବିଶେଷ ବିବରଣୀ ବୋର୍ଡ ୱେବସାଇଟରେ ଉପଲବ୍ଧ ରହିଛି ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରାଯାଇଛି ।
ସୂଚନାଯୋଗ୍ୟ ଯେ, ମାଟ୍ରିକ ପରୀକ୍ଷା ଲାଗି ଫର୍ମପୂରଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଟାବୁଲେସନ ରେଜିଷ୍ଟ୍ରର(ଟିଆର) ଏବଂ ମାଇଗ୍ରେସନ ପ୍ରମାଣପତ୍ର ଆସନ୍ତା କାଲି ଠାରୁ ମିଳିବ । ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ କାର୍ଯ୍ୟାଳୟକୁ ଛାତ୍ରଛାତ୍ରୀଙ୍କ ଟିଆର ଏବଂ ମାଇଗ୍ରେସନ ପ୍ରମାଣପତ୍ର ପଠାଯାଇଛି । ଜିଲ୍ଲାରେ ଡିଇଓଙ୍କ କାର୍ଯ୍ୟାଳୟ ବ୍ୟତୀତ ଜିଲ୍ଲା ମୁଖ୍ୟାଳୟରେ ଥିବା ଅନ୍ୟ ସ୍କୁଲଗୁଡିକରେ ଏହି ପ୍ରମାଣପତ୍ର ମିଳିପାରିବ । ପ୍ରଧାନ ଶିକ୍ଷକମାନେ ଫର୍ମପୂରଣ କରିଥିବା ଛାତ୍ରଛାତ୍ରୀଙ୍କ ସ୍କୁଲ ପରିଚୟ ପତ୍ର ଦେଖାଇ ସମ୍ପୃକ୍ତ ସ୍କୁଲ ଏବଂ ଡିଇଓଙ୍କ କାର୍ଯ୍ୟାଳୟରୁ ପ୍ରମାଣପତ୍ର ଓ ଟିଆର ନେଇପାରିବେ । ଅନ୍ୟପକ୍ଷରେ ଆସନ୍ତା ୨୩ ତାରିଖଠାରୁ ରାଜ୍ୟ ମୁକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଟିଆର ଏବଂ ମାଇଗ୍ରେସନ ପ୍ରମାଣପତ୍ର ମଧ୍ୟ ମିଳିବ । ମଧ୍ୟମା ଛାତ୍ରଛାତ୍ରୀଙ୍କୁ ଗୋଟିଏ ସପ୍ତାହ ପରେ ଏହା ପ୍ରଦାନ କରାଯିବ ବୋଲି ବୋର୍ଡ ସ୍ପଷ୍ଟ କରିଛି । ଯେଉଁ ଛାତ୍ରଛାତ୍ରୀମାନେ ମାଟ୍ରିକ ପରିକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ସେମାନଙ୍କୁ ମାଟ୍ରିକ ଅଫଲାଇନ ପରୀକ୍ଷା ଶେଷ ହେବା ପରେ ବୋର୍ଡ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରିବା ନିମନ୍ତେ ଦିନ ଧାର୍ଯ୍ୟ କରାଯିବ । ପତ୍ର ବିନିମୟ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ବୋର୍ଡର ଜୋନାଲ କାର୍ଯ୍ୟାଳୟରୁ ମାଇଗ୍ରେସନ ପ୍ରମାଣପତ୍ର ଏବଂ କୋର୍ସ ଲିଭିଙ୍ଗ ପ୍ରମାଣପତ୍ର ପାଇପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରକଶଯୋଗ୍ୟ ଯେ, ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ପ୍ରାୟ ୬ଲକ୍ଷ ୨୯ ହଜାର ୯୧୯ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିଲେ । ସେଥିମଧ୍ୟରୁ ୬ଲକ୍ଷ ୯ହଜାର ୨୯୯ଜଣ ପାସ ହୋଇଥିଲେ । ଅସନ୍ତଷ୍ଟ ଛାତ୍ରଛାତ୍ରୀଙ୍କ ଲାଗି ଆସନ୍ତା ୩୦ ତାରିଖଠାରୁ ଅଫଲାଇନରେ ପରୀକ୍ଷା ଦେବେ । ଏହି ପରୀକ୍ଷା ଲାଗି ମୋଟ ୧୫ ହଜାର ୧୧୫ଜଣ ଫର୍ମପୂରଣ କରିଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି