୪ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ କଫ୍ ସିରପ୍ ମନା, ଲାଗିଲା ବ୍ୟାନ୍‌

୪ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ କଫ୍ ସିରପ୍ ମନା, ଲାଗିଲା ବ୍ୟାନ୍‌

୪ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ କଫ୍ ସିରପ୍ ମନା, ଲାଗିଲା ବ୍ୟାନ୍‌


#ନୂଆଦିଲ୍ଲୀ(ଏଜେନ୍ସି): ୪ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ ଏଣିକି କଫ ସିରପ୍ ଦେବା ମନା । ଭାରତର ଡ୍ରଗ ରେଗୁଲେଟର ଚାରି ବର୍ଷରୁ କମ୍ ବୟସ୍କ ପିଲାଙ୍କୁ କଫ ସିରପ ଦେବା ଉପରେ ବ୍ୟାନ୍ ଲଗାଇଛନ୍ତି । ସାରା ବିଶ୍ୱରେ କଫ୍ ସିରପ ଯୋଗୁ ୧୪୧ ଛୋଟ ପିଲାଙ୍କ ମୃତ୍ୟୁ ହେପା ପରେ ଭାରତ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଚାରି ବର୍ଷରୁ କମ୍ ପିଲାମାନଙ୍କଠାରେ ଥଣ୍ଡାକୁ ରୋକିବା ପାଇଁ ଦିଆଯାଇଥିବା ଔଷଧ-ମିଶ୍ରଣ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି । ଯେଉଁ ମେଡିସିନ୍ ବ୍ୟାନ୍ ହୋଇଛି ସେଥିରେ କାଶ ଓ ଥଣ୍ଡା ମେଡିସିନ୍ ସାମିଲ ଅଛି । ଏଥିସହ ଔଷଧଗୁଡିକ ଉପରେ ସଠିକ୍ ଭାବରେ ଲେବଲ୍ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଏଟର୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ନବଜାତ ଶିଶୁ ଏବଂ ଶିଶୁମାନଙ୍କ ମଧ୍ୟରେ ଅନୁମୋଦିତ ଅସ୍ୱୀକୃତ ଆଣ୍ଟି ଡ୍ରଗ୍ ଫର୍ମୁଲେଶନକୁ ନେଇ ଚିନ୍ତା ପ୍ରକଟ ହେବା ପରେ ଏହି ପରାମର୍ଶ ଦିଆଯାଇଛି । ୨୦୧୯ ଠାରୁ ଭାରତରେ ଘରୋଇ ଉତ୍ପାଦିତ କଫ ସିରପ ଯୋଗୁ ଶିଶୁ ମୃତ୍ୟୁ ପରେ ଏହି ନିର୍ଦ୍ଦେଶନାମା ଆସିଛି । ଗତ ବର୍ଷ ମଧ୍ୟଭାଗରୁ ଗାମ୍ବିଆ, ଉଜବେକିସ୍ତାନ ଏବଂ କାମେରୁନରେ ଭାରତରେ ପ୍ରସ୍ତୁତ ହୋଇଥିବା କଫ ସିରପ ଯୋଗୁ ୧୪୧ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରାଯାଇଥିଲା । ଏହା ପରେ ଭାରତରୁ ଫାର୍ମାସ୍ୟୁଟିକାଲ ରପ୍ତାନୀର ଗୁଣବତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଙ୍ଗଠନ ତଥା ସିଡିଏସ୍‌ସିଓ ଡିସେମ୍ବର ୧୮ ରେ ଏକ ନିର୍ଦ୍ଦେଶ ଜାରି କରି ବୁଧବାର ସର୍ବସାଧାରଣରେ ପ୍ରକାଶ କରି ଔଷଧ ଉତ୍ପାଦନକାରୀଙ୍କୁ ସେମାନଙ୍କ ଉତ୍ପାଦ ଉପରେ ସତର୍କ ଲେବଲ ଲଗାବାକୁ ଚେତାବନୀ ଦେଇଛି । ଏଥିରେ ୪ ବର୍ଷରୁ କମ ବୟସରେ ବ୍ୟବହାର କରାଯିବା ଉଚିତ ନୁହେଁ ଲେଖିବାକୁ କହିଛନ୍ତି । କଫ ସିରପ୍‌?ରେ ସାଧାରଣତଃ କ୍ଲୋରଫେନିରାମାଇନ ମେଲେଟ ଏବଂ ଫିନାଇଲଫ୍ରାଇନ ରହିଥାଏ । ଯାହା ସାଧାରଣ ଥଣ୍ଡା ଲକ୍ଷଣକୁ ଦୂର କରିବା ପାଇଁ ସିରପ କିମ୍ବା ଟାବଲେଟରେ ବ୍ୟବହୃତ ହୁଏ । ବିଶେଷ ଭାବରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଞ୍ଚ ବର୍ଷରୁ କମ ପିଲାମାନଙ୍କଠାରେ କାଶ ଏବଂ ଥଣ୍ଡା ଲକ୍ଷଣର ଚିକିତ୍ସା ପାଇଁ ଓଭର-ଦି-କାଉଣ୍ଟର କାଶ ସିରପ କିମ୍ବା ଔଷଧ ବ୍ୟବହାର କରିବାକୁ ସୁପାରିଶ କରେ ନାହିଁ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ସ୍ୱାସ୍ଥ୍ୟ