୩ ଦିନ ଧରି ନିଖୋଜ ପରେ କୂଅରୁ ବାହାରିଲା ମୃତଦେହ

୩ ଦିନ ଧରି ନିଖୋଜ ପରେ କୂଅରୁ ବାହାରିଲା ମୃତଦେହ

୩ ଦିନ ଧରି ନିଖୋଜ ପରେ କୂଅରୁ ବାହାରିଲା ମୃତଦେହ


#ପାଟଣାଗଡ଼(ଏନ୍‌.ଏମ୍‌.): ୩ ଦିନ ହେଲା ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇ ଆଉ ଘରକୁ ଫେରି ନଥିଲେ ଯୁବକ । ପତ୍ନୀ ଚାରିଆଡ଼େ ସ୍ୱାମୀକୁ ଖୋଜି ବୁଲୁଥିଲେ ହେଲେ ପତ୍ତା ପାଉ ନଥିଲେ । ଶେଷରେ ଗାଁର ଏକ କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ୍ । ଏପରି ଏକ ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଲାରମ୍ଭା ଥାନା ଫଟାମୁଣ୍ଡା ଗାଁରେ ଘଟିଛି । ମୃତକ ଜଣକ ହେଲେ ଫଟାମୁଣ୍ଡା ଗ୍ରାମର ଉଜ୍ୱଳ ବରିହା । ଉଜ୍ୱଳ ଗତ ୭ ତାରିଖରେ ଗାଁ ନିକଟରେ ହେଉଥିବା ଏକ ବିବାହ ଉତ୍ସବକୁ ଯାଇଥିଲେ । ସେଠାରୁ ସେ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ଚାରି ଆଡ଼େ ଖୋଜିବା ପରେ ବି ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ । ଏନେଇ ପରିବାର ପକ୍ଷରୁ ପୁଲିସକୁ ବି ଅବଗତ କରାଯାଇଥିଲା । ପୁଲିସ୍ ବିଭିନ୍ନ ଆଡ଼େ ଖୋଜାଖୋଜି କରିବା ପରେ ଗତକାଲି ଗାଁରେ ଥିବା ବିରାଟ ସାହୁଙ୍କ କୂଅରୁ ମୃତଦେହ ଉଦ୍ଧାର ହୋଉଛି । ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ଉଜ୍ୱଳଙ୍କୁ ହତ୍ୟା ପରେ କୂଅରେ ଫିଙ୍ଗା ଯାଇଥିବା ତାଙ୍କ ପତ୍ନୀ ମହନୀ ବରିହା ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ, ଗତ ୭ ତାରିଖରେ ଗାଁର ୩ ଜଣ ଘରକୁ ଆସି ମୋ’ ସ୍ୱାମୀଙ୍କୁ ବିବାହ ଉତ୍ସବକୁ ଯିବାକୁ ଡାକିଥିଲେ । ମୋ’ ସ୍ୱାମୀ ମନା କରିବା ପରେ ବି ସେମାନେ ଜୋରଜବରଦସ୍ତ ତାଙ୍କୁ ବାଇକ୍ ଯୋଗେ ନେଇ ଯାଇଥିଲେ । ଏହାପରେ ମୋ’ ସ୍ୱାମୀଙ୍କ ପତ୍ତା ମିଳି ନଥିଲା । ସେମାନେ ହିଁ ମୋ’ ସ୍ୱାମୀଙ୍କୁ ଜୋରଜବଦସ୍ତ ମଦ ପିଆଇ ହତ୍ୟା କରି କୂଅରେ ପକାଇ ଦେଇଥିବା ମହନୀ ସନ୍ଦେହ କରିଛନ୍ତି । ଉକ୍ତ ୩ ଜଣଙ୍କ ସହ ତାଙ୍କ ପରିବାରର ପୂର୍ବରୁ ବିବାଦ ଲାଗି ରହିଥିଲା । ସେମାନେ ରାଗ ରଖି ଉଜ୍ଜଳଙ୍କୁ ମାରି ଦେଇଛନ୍ତି ବୋଲି ମହନୀ କହିଛନ୍ତି । ତେବେ ପୁଲିସ୍ ଖାନତଲାସୀ ଆରମ୍ଭ କରିଥିବା ବେଳେ କାହାକୁ ଏଯାଏ ଗିରଫ କରି ନଥିବା ଜଣାଯାଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ