୩୭୮ ଜଣ ଓଏଏସଙ୍କୁ ମିଳିଲା ଆଶ୍ୱସ୍ତି: ନିଯୁକ୍ତି ବୈଧତା କଲେ ହାଇକୋର୍ଟ

୩୭୮ ଜଣ ଓଏଏସଙ୍କୁ ମିଳିଲା ଆଶ୍ୱସ୍ତି: ନିଯୁକ୍ତି ବୈଧତା କଲେ ହାଇକୋର୍ଟ

୩୭୮ ଜଣ ଓଏଏସଙ୍କୁ ମିଳିଲା ଆଶ୍ୱସ୍ତି: ନିଯୁକ୍ତି ବୈଧତା କଲେ ହାଇକୋର୍ଟ


କଟକ (ଏନ୍‌.ଏମ୍‌.): ରାଜ୍ୟର ୩୭୮ ଜଣ ଓଏଏସ୍‌ଙ୍କ ନିଯୁକ୍ତିକୁ ବୈଧତା କଲେ ହାଇକୋର୍ଟ । ହାଇକୋର୍ଟଙ୍କ ଏହି ରାୟ ପ୍ରକାଶ ପାଇବା ପରେ ଏହି ପ୍ରାର୍ଥୀମାନେ ଆଶ୍ୱସ୍ତି ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ୨୦୦୬ ମସିହାରେ ଏହି ୩୭୮ ଜଣ ଓଏଏସ୍ ଭାବେ ନିଯୁକ୍ତି ପାଇଥିଲେ । ତେବେ ସେମାନଙ୍କ ନିଯୁକ୍ତିକୁ ଚୂଡ଼ାନ୍ତ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରି ନଥିବା କିଛି ପ୍ରାର୍ଥୀ ଚ୍ୟାଲେଞ୍ଜ କରିଥିଲେ । ଏହି ପ୍ରାର୍ଥୀମାନଙ୍କ ଆବେଦନ ଉପରେ ବିଚାର କରି ସ୍ୟାଟ୍ ସମସ୍ତ ୩୭୮ ଜଣ ଯାକ ଓଏଏସ୍ ଅଧିକାରୀଙ୍କ ନିଯୁକ୍ତିକୁ ରଦ୍ଦ କରି ଦେଇଥିଲେ । ସ୍ୟାଟ୍‌ଙ୍କ ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ହାଇକୋର୍ଟ ପ୍ରଥମେ ସ୍ୟାଟ୍‌ଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଥିଲେ । ଆଉ ଆଜି ମାମଲାର ଚୂଡ଼ାନ୍ତ ଶୁଣାଣି କରି ଏହି ୩୭୮ ଜଣ ଓଏଏସ୍‌ଙ୍କ ନିଯୁକ୍ତିକୁ ବୈଧ ଘୋଷଣା କରିଥିବା ଜଣାପଡ଼ିଛି । ତେବେ କୋର୍ଟ ସ୍ୟାଟ୍‌ଙ୍କ ନିର୍ଦ୍ଦେଶକୁ ରଦ୍ଦ କରି ସେମାନଙ୍କ ନିଯୁକ୍ତିକୁ ବୈଧ ଘୋଷଣା କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି