ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ସାଧୁତାର ଶପଥ ପାଠ
କଟକ (ଏନ୍.ଏମ୍.): ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ସାଧୁତାର ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ନିର୍ଦ୍ଦେଶକ ଯଶୋବନ୍ତ କୁମାର ଜେଠୱାଙ୍କ ଅଧ୍ୟକ୍ଷତା କରି ଭିଜିଲାନ୍ସ ନିର୍ଦ୍ଦେଶାଳୟ, ସେଲ ଡିଭିଜନର ଅଧିକାରୀ ଓ କର୍ମଚାରୀମାନଙ୍କୁ ସମସ୍ତ କାର୍ଯ୍ୟରେ ସାଧୁତା ଓ ସ୍ୱଚ୍ଛତା ଅବଲମ୍ବନ ପୂର୍ବକ ଜୀବନର ପ୍ରତ୍ୟେକସ୍ତରରୁ ଦୁର୍ନୀତି ଦୂର କରିବା ପାଇଁ ବିନା ଦ୍ୱିଧାରେ କାର୍ଯ୍ୟ କରିବାକୁ ଶପଥ ପାଠ କରାଇଥିଲେ । ସେହିଭଳି ପ୍ରତ୍ୟେକ କ୍ଷେତ୍ରରେ ନ୍ୟାୟ ପରାୟଣତା ଓ ଶାସନ ବିଧି ନିୟମର ଅନୁପାଳନ କରିବାକୁ ପରାମର୍ଶ ଦେଇଥିଲେ । ଶ୍ରୀ ଜେଠୱା ଏହି ଅବସରରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ଅଧିକାରୀମାନେ ନିଷ୍ଠାପୂର୍ବକ କାର୍ଯ୍ୟ କରିବା ଏବଂ ଆତ୍ମନିର୍ଭର ଓଡିଶା ଗଠନ ନିମନ୍ତେ ଦୁର୍ନୀତି ବିରୋଧରେ ସଂଗ୍ରାମ ଜାରି ରଖିବାକୁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଆଇ.ଜି. ଭିଜିଲାନ୍ସ ସଂଜୟ କୁମାର କୌଶଲ, ଆଇନ ପରାମର୍ଶଦାତା ଶ୍ୟାମ ସୁନ୍ଦର ଦାଶଙ୍କ ସମେତ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟର ବହୁ ବରିଷ୍ଠ ପଦାଧିାକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।