୩୦ ଦିନ ମଧ୍ୟରେ ପେନସନ ଓ ଭବିଷ୍ୟନିଧି ମଞ୍ଜୁରୀ ଆଦେଶ ପତ୍ର ମିଳିବ : ପ୍ରଧାନ ମହାଲେଖାକାର

୩୦ ଦିନ ମଧ୍ୟରେ ପେନସନ ଓ ଭବିଷ୍ୟନିଧି ମଞ୍ଜୁରୀ ଆଦେଶ ପତ୍ର ମିଳିବ : ପ୍ରଧାନ ମହାଲେଖାକାର

୩୦ ଦିନ ମଧ୍ୟରେ ପେନସନ ଓ ଭବିଷ୍ୟନିଧି ମଞ୍ଜୁରୀ ଆଦେଶ ପତ୍ର ମିଳିବ : ପ୍ରଧାନ ମହାଲେଖାକାର

News by Dillip Kumar Muduli (BBSR)

ଭୁବନେଶ୍ୱର (ଏନ୍‌.ଏମ୍‌.): ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ) ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ପେନସନ ଓ ଭବିଷ୍ୟନିଧି ଅଦାଲତ ଏ. ଜି. ସମ୍ମିଳନୀ କକ୍ଷ ଠାରେ ଆଜି ଆୟୋଜିତ ହୋଇଯାଇଛି । ବରିଷ୍ଠ ଉପ -ମହାଲେଖାକାର ଶ୍ରୀରାଜ ଅଶୋକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଦାଲତରେ ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା ଯୋଗଦେଇ ଏ. ଜି କାର୍ଯ୍ୟାଳୟରେ ପେନସନ ଓ ଭବିଷ୍ୟନିଧି କାଗଜପତ୍ର ପହଞ୍ଚିବାର ୩୦ ଦିନ ମଧ୍ୟରେ ପେନସନ ମଞ୍ଜୁରୀପତ୍ର ତତ୍କାଳ ପେନସନରମାନଙ୍କ ନିକଟକୁ ପଠାଇବାକୁ ନିର୍ଦେଶ ଦିଆ ଯାଇଅଛି ବୋଲି ପ୍ରକାଶ କରିଥିଲେ । ବହୁ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ କାଗଜ ଜିଲ୍ଲାସ୍ତରରେ ଥିବା ପେନସନ ମଞ୍ଜୁରକର୍ତ୍ତାମାନଙ୍କ ନିକଟରେ ପଡି ରହିବା ଯୋଗୁଁ ପେନସନ ମଞ୍ଜୁର ବିଳମ୍ବିତ ହେଉଥିବାରୁ ଆସନ୍ତା ମାସରୁ ଜିଲ୍ଲାସ୍ତରୀୟ ପେନସନ ଅଦାଲତମାନ ଆୟୋଜନ କରାଯିବା ସହ ସେହିଠାରେ ସେମାନଙ୍କର ମଞ୍ଜୁରୀପତ୍ର ପ୍ରଦାନ କରାଯିବ । ଏହା ପୂର୍ବରୁ ପରୀକ୍ଷା ମୂଳକଭାବେ ମୟୁରଭଞ୍ଜ ଓ ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଅଦାଲତରେ ବହୁତ ପେନସନ ଅଭିଯୋଗ ଶୁଣାଣି କରାଯାଇ ସେହିଠାରେ ପେନସନ ମଞ୍ଜୁର କରାଯାଇଥିଲା । ଉଭୟ ଜିଲ୍ଲାର ଜିଲ୍ଲା ପ୍ରଶାସନର ସକ୍ରିୟ ସହଯୋଗ ଯୋଗୁଁ ବହୁ ପେନସନର ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ପାଇ ପାରିଥିଲେ । ଏଥି ପାଇଁ ରାଜ୍ୟସରକାରଙ୍କ ବିଭିନ୍ନ ବିଭାଗ, ଜିଲ୍ଲାସ୍ତରୀୟ ପେନସନ ମଞ୍ଜୁରକର୍ତ୍ତା ଓ ପେନସନରମାନଙ୍କ ସକ୍ରିୟ ସହଯୋଗ ରହିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ । ପେନସନ କାଗଜ ପତ୍ର ଅବସରର ୬ ମାସ ପୂର୍ବରୁ ଏ. ଜି କାର୍ଯ୍ୟାଳୟକୁ ପଠାଇବାକୁ ନିୟମଥିଲେ ମଧ୍ୟ ଏହି ସମୟ ମଧ୍ୟରେ କେହି ପଠାଉ ନାହାନ୍ତି ଯାହା ଫଳରେ ସରକାରୀଙ୍କ ଅବସର ପୁର୍ବରୁ ସେମାନେ ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ଅବସର ପୁର୍ବରୁ ପାଇ ପାରୁନାହାନ୍ତି । ଏହି ଅଦାଲତରେ ଉପ -ମହାଲେଖାକାର (ପ୍ରଶାସନ) କିଶୋର ରେଡ୍ଡୀ ପୋଲୁ, ପ୍ରଧାନ ମହାଲେଖାକାରଙ୍କ ସଚିବ ସୁଚିତ୍ରା ଭଟ୍ଟ, ବରିଷ୍ଠ ଲେଖା ଅଧିକାରୀ ମନୋରଞ୍ଜନ ପାଣିଗ୍ରାହୀ, ଚାର ଓରାମ, ଅକ୍ଷୟ ମହାନ୍ତି, ପ୍ରଦୀପ ସେଠୀ ଗୌର ଚନ୍ଦ୍ର ସାହୁ ଅଦାଲତ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅଦାଲତରେ ୮୫ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ଆବେଦନ ଉପରେ ଶୁଣାଣି କରାଯାଇ ପେନସନ ଓ ଭବିଷ୍ୟନିଧି ମଞ୍ଜୁରୀପତ୍ର ପଠାଇବାକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନ ମହାଲେଖାକାର ନିର୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ପୁରୁଷୋତ୍ତମ ବଳ, ସହକାରୀ ଲେଖା ଅଧିକାରୀ କଲ୍ୟାଣ କୁମାର ପଣ୍ଡା, ଶରତ ନାୟକ, ବିଜୟ କୁମାର ନାୟକ, ଚନ୍ଦ୍ର ଶେଖର ବେହେରା ଓ ବବିତା ସେଠୀ ସଂଯୋଜନା କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ