୨୫ ନୁହେଁ ୩୦୦ ଲୋକଙ୍କୁ ଅନୁମତି ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ କ୍ୟାଟରିଂ ବ୍ୟବସାୟୀ

୨୫ ନୁହେଁ ୩୦୦ ଲୋକଙ୍କୁ ଅନୁମତି ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ କ୍ୟାଟରିଂ ବ୍ୟବସାୟୀ

୨୫ ନୁହେଁ ୩୦୦ ଲୋକଙ୍କୁ ଅନୁମତି ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ କ୍ୟାଟରିଂ ବ୍ୟବସାୟୀ


ଭୁବନେଶ୍ୱର(ଏନ୍‌.ଏମ୍‌.): ବିବାହ, ବ୍ରତ ତଥା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ପାଇଁ ୨୫ ନୁହେଁ ୩୦୦ ଲୋକଙ୍କୁ ଅନୁମତି ଦେବା ଦାବିରେ ଆଜି କ୍ୟାଟରିଂ ବ୍ୟବସାୟୀ ସଂଘ ଓହ୍ଲାଇଛି ରାଜରାସ୍ତାକୁ । ରାସ୍ତାରେ ହାଣ୍ଡି, ଡେକଚି, କଢ଼େଇ ରଖି ପେଟପାଟଣା ପାଇଁ ରାଜଧାନୀରେ ଚାଲିଛି ଜୋରଦାର ବିକ୍ଷୋଭ ପ୍ରଦର୍ଶନ । ଦୀର୍ଘ ୨ ବର୍ଷ ଧରି ବେକାର ବସିବା ପରେ ଶେଷରେ ସ୍ଥିତି ଅସମ୍ଭାଳ ହେବାରୁ ଆଜି ଭୁବନେଶ୍ୱର ଲୋୟର ପିଏମଜି ଠାରେ ଟେଣ୍ଟ, କ୍ୟାଟରିଂ, ଫୁଲ, ଲାଇଟ୍ ଆଣ୍ଡ ସାଉଣ୍ଡ ଆସୋସିଏସନର ସଦସ୍ୟମାନେ ଧାରଣାରେ ବସିଛନ୍ତି । କରୋନା କଟକଣା କୋହଳ ହେବା ପରେ ମଲ, ସିନେମା ହଲ, ପାର୍କ ସବୁ ଖୋଲି ସାରିଲାଣି । ହେଲେ କ୍ୟାଟରିଂ ବ୍ୟବସାୟୀଙ୍କ ପାଇଁ କୌଣସି ସୁଫଳ ମିଳିଲା ନାହିଁ । ଦୀର୍ଘ ଦିନ ଧରି ବ୍ୟବସାୟ ହରାଇବା ପରେ ସେମାନଙ୍କ ପକ୍ଷେ ୨ଓଳି ଖାଇବା ଯୋଗାଡ଼ କରିବା କଷ୍ଟକର ହୋଇ ପଡ଼ିଛି । ତେଣୁ ୩୦୦ ଲୋକଙ୍କ ପାଇଁ ଅନୁମତି ଦେବାକୁ ଏପରି ଭାବେ ଆଜି ସରକାରଙ୍କୁ ନିଜ ଦୁଃଖ ଜଣାଇଛନ୍ତି ଟେଣ୍ଟ, କ୍ୟାଟରିଂ, ଫୁଲ, ଲାଇଟ୍ ଆଣ୍ଡ ସାଉଣ୍ଡ ଆସୋସିଏସନର ସଦସ୍ୟ ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ କମିଥିବା ବେଳେ ପର୍ଯ୍ୟାୟ କ୍ରମେ ବିଭିନ୍ନ ଅନୁଷ୍ଠାନକୁ ଖୋଲିବାକୁ ଅନୁମତି ମିଳୁଛି । ହେଲେ ବିବାହ, ବ୍ରତ, ଶୁଦ୍ଧି କ୍ରିୟାରେ ୨୫ଲୋକ ଏକତ୍ରିତ ହୋଇ ପାରିବେ ବୋଲି ଅନୁମତି ଦିଆଯାଇଥିବାରୁ କ୍ୟାଟରିଂ ବ୍ୟବସାୟ ବାଧାପ୍ରାପ୍ତ ହୋଇଛି । ଏନେଇ ସଂଘର କର୍ମକର୍ତ୍ତା କହିଛନ୍ତି, ୨ ବର୍ଷ ହେଲା ଆମେ ବେକାର ହୋଇ ବସିଛୁ । ୫ ହଜାର ମାଲିକକୁ ଷ୍ଟାଫ ସଂଖ୍ୟା ୧୦ଲକ୍ଷ । ୧୦ଲକ୍ଷ ପରିବାରଙ୍କୁ ଆମେ ପୋଷୁଛୁ । କିନ୍ତୁ ଏବେ ନିଜେ ଚଳିବା କଷ୍ଟକର ହୋଇ ପଡ଼ିଲାଣି । ତେଣୁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟରେ ୨୫ ପରିବର୍ତ୍ତେ ୩୦୦ ଲୋକଙ୍କୁ ଅନୁମତି ଦିଅନ୍ତୁ । ଅଗଷ୍ଟ ୧୫ ଭିତରେ ପରିମଶନ ମିଳିଲେ କିଛି ବୁକିଂ କରିପାରିବେ ବୋଲି ସଂଘ ପକ୍ଷରୁ ନିବେଦନ କରାଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ