କଟକରେ ପୁଲିସକୁ ବଡ଼ ଧରଣର ସଫଳତା: ୧.୧୫୯ କେଜି ବ୍ରାଉନ୍ ସୁଗର ଜବତ, ୬ ଗିରଫ

କଟକରେ ପୁଲିସକୁ ବଡ଼ ଧରଣର ସଫଳତା: ୧.୧୫୯ କେଜି ବ୍ରାଉନ୍ ସୁଗର ଜବତ, ୬ ଗିରଫ

କଟକରେ ପୁଲିସକୁ ବଡ଼ ଧରଣର ସଫଳତା: ୧.୧୫୯ କେଜି ବ୍ରାଉନ୍ ସୁଗର ଜବତ, ୬ ଗିରଫ


କଟକ (ଏନ୍‌. ଏମ୍‌.): କଟକରେ ୧ କେଜି ୧୫୯ ଗ୍ରାମ୍ ବ୍ରାଉନ୍ ସୁଗର ଜବତ କରିବା ନେଇ କମିଶନରେଟ ପୁଲିସକୁ ଏକ ବଡ଼ଧରଣର ସଫଳତା ମିଳିପାରିଛି । ଏହି ବ୍ରାଉନସୁଗର କାରବାରରେ ସମ୍ପୃକ୍ତ ଥିବା ୬ ଜଣଙ୍କୁ ପୁଲିସ ଗିରଫ କରିଛି । ଏ ନେଇ ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ବ୍ରାଉନସୁଗର କାରବାର ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇ ଗତକାଲି କଟକ ଲାଲବାଗ ଥାନା ପୁଲିସ୍ ଓ ସ୍ପେଶାଲ୍ ସ୍କ୍ୱାଡର ଏକ ମିଳିତ ଟିମ୍ ଚଢ଼ାଉ କରି ଏହି ସଫଳତା ପାଇଥିଲେ ।
ପୁଲିସ୍ କମିଶନରଙ୍କ ସୂଚନା ଅନୁଯାୟୀ, ଗିରଫ ହୋଇଥିବା ଏହି ୬ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ଜଗତସିଂହପୁରର ହୋଇଥିବା ବେଳେ ଜଣେ ପୁରୀର ଓ ଅନ୍ୟ ଜଣେ କଟକର ଲାଲବାଗ୍ ଥାନା ଅଞ୍ଚଳର ବାସିନ୍ଦା । ସେମାନଙ୍କ ନାଁରେ ବହୁ ଅପରାଧିକ ମାମଲା ମଧ୍ୟ ରହିଛି । ସେହିପରି ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଠାରୁ ପୂର୍ବରୁ ମଧ୍ୟ ବ୍ରାଉନ୍ ସୁଗର ଜବତ କରାଯାଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ଜବତ ବ୍ରାଉନ୍ ସୁଗରକୁ ଜଗତସିଂହପୁର ଓ ପୁରୀ ଆଦି ସ୍ଥାନକୁ ପଠାଇଥାନ୍ତେ । ସେମାନେ ଜଳେଶ୍ୱରରୁ ବ୍ରାଉନ୍ ସୁଗର ଆଣି କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଆଦି ଅଞ୍ଚଳକୁ ପଠାଇଥାନ୍ତି । ଅଭିଯୁକ୍ତମାନଙ୍କର ଏହି କାରବାର ସଂପର୍କରେ ଅଧିକ ତଦନ୍ତ କରାଯିବ । ସିପି କହିଛନ୍ତି, ଏତେ ପରିମାଣରେ ବ୍ରାଉନ୍ ସୁଗର ଜବତ ହେବା ନିଶ୍ଚିତ ଭାବେ କଟକ ପୁଲିସ୍ ପାଇଁ ଏକ ବଡ଼ ସଫଳତା । ଗତ ୫ ମାସ ମଧ୍ୟରେ କଟକ ପୁଲିସର ଡ୍ରଗ୍ସ ବିରୋଧୀ ଅଭିଯାନ ବେଶ୍ ଜୋରଦାର ରହିଛି । ଆଉ ଏହି ସମୟ ମଧ୍ୟରେ ୪ କେଜି ୨୮୦ ଗ୍ରାମ୍ ବ୍ରାଉନ୍ ସୁଗର ଜବତ ହୋଇଛି । ଗତ ୫ ମାସରେ କଟକ ଓ ଭୁବନେଶ୍ୱରରୁ ମିଶାଇ ୬ କେଜି ୩୦୦ ଗ୍ରାମରୁ ଅଧିକ ବ୍ରାଉନ୍ ସୁଗର ଜବତ କରାଯାଇଛି । କଟକ ଓ ଭୁବନେଶ୍ୱରକୁ ଡ୍ରଗ୍ସ ମୁକ୍ତ କରିବା ପାଇଁ କମିଶନରେଟ୍ ପୁଲିସର ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ସିପି କହିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ