୨୦୨୪ ନିର୍ବିାଚନକୁ ଦୃଷ୍ଟିରେ ରଖି ୩ ନିଲମ୍ବିତ ବିଜେଡି କର୍ମୀଙ୍କୁ କୋଳେଇଲେ ବିଧାୟକ
News by Kanhu Charana Panda (Jagatpur)
ଜଗତପୁର(ଏନ୍.ଏମ୍): ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଏମସି ୪୮ନମ୍ବର ୱାର୍ଡରେ ପୌର ର୍ନିବାଚନ ସମୟରେ ଦଳ ବିରୋଧି କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ୩ ଜଣ କର୍ମୀଙ୍କୁ ବିଜେଡି ନିଲମ୍ବିତ କରିଥିବାବେଳେ ଆଜି ସେମାନଙ୍କ ଉପରେ ନିଲମ୍ବନ ପ୍ରତ୍ୟାହାର କରାଯାଇଛି । ଚଳିତ ବର୍ଷ ହୋଇଥିବା ପୌରନିର୍ବାଚନରେ ନିଜ ଦଳର କର୍ପୋରେଟର ପ୍ରାର୍ଥୀଙ୍କୁ ହରାଇବା ପାଇଁ ଏହି କର୍ମୀ ଉଦ୍ୟମ କରିଥିବା ଭଳି ସଂଗୀନ ଅଭିଯୋଗ ସେମାନଙ୍କ ବିରୋଧରେ ଆସିଥିଲା । ଫଳରେ ପ୍ରାର୍ଥୀମାନେ ବହୁ କଷ୍ଟରେ ଜନମତ ସୃଷ୍ଟି କରି ବିଜୟୀ ହେବାପରେ ଏ ନେଇ ଉପସ୍ଥିତ କର୍ମକର୍ତ୍ତାଙ୍କ ନିକଟରେ ଫେରାଦ ହୋଇଥିଲେ । ଫଳରେ ଦଳ ପକ୍ଷରୁ ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ତଦନ୍ତ କରି ସତ୍ୟାସତ୍ୟ ଜଣାପଡ଼ିବା ପରେ ସେମାନଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ହେଲେ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ତଥା ଦଳକୁ କନ୍ଦଳମୁକ୍ତ କରିବା ପାଇଁ ନିଲମ୍ବିତ କର୍ମୀଙ୍କୁ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ସୁପାରିସ କ୍ରମେ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇଛି । ବିଜୁ ଜନତା ଦଳର କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟଙ୍କ ନିର୍ଦ୍ଦେଶରେ ୩ ବିତାଡିତ କର୍ମିଙ୍କୁ ଦଳ ପୁଣି ଥରେ ସେମାନଙ୍କୁ କୋଳେଇ ନେଇଛି । ଆସନ୍ତା ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ନିଲମ୍ବତ ବା ବିତାଡିତ କ୍ରର୍ମିଙ୍କୁ କୋଳେଇ ନିଆଯାଇ ଥିବା ଘଟଣା ରାଜନୈତିକ ମହଲରେ ଖୁବ ଚର୍ଚ୍ଚା ହେଉଛି । ବିଜୁ ଜନତା ଦଳର ୩ ନିଲମ୍ବିତ କର୍ମି ହେଉଛନ୍ତି ତ୍ରିଲୋଚନ ପଣ୍ଡା, ଇତିଶ୍ରୀ ପଣ୍ଡା ଓ ରୁଦ୍ର ମହାପାତ୍ରଙ୍କୁ ଆସନ୍ତା ନିର୍ବାଚନକୁ ଆଖି ଆଗରେ ରଖି ଏହି ଭଳି ନିଷ୍ପତି ନିଆଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ୨୦୨୪ ର୍ନିବାଚନରେ କୌଣସି ପ୍ରକାର ଚୌଦ୍ୱାର କଟକ ବିଧାନସଭା ଆସନ ହାତେଇବାକୁ ଦଳ ଜୋରଦାର ଲାଗିପଡିଛି । ସେଥିପାଇଁ ନିଲମ୍ବିତ କର୍ମି ମାନଙ୍କୁ ଦଳ ପୁଣି ଏକଜୁଟ କରୁଛି । ସେଥିପାଇଁ ବିଧାୟକ ସୌଭିକ ବିଶ୍ୱାଳ ପ୍ରାଣ ମୁର୍ଚ୍ଛା ଉଦ୍ୟମ ମଧ୍ୟ ଜାରିରଖିବା ସହ ଦଳରୁ ନିଲମ୍ବିତ କର୍ମୀମାନଙ୍କୁ ପୁଣି ବିଜୁ ଜନତା ଦଳ କୋଳେଇ ନେଇଥିବା କଥା କଟକ ନଗର ବିଜେଡି ସଭାପତି ମଧୁସୂଦନ ସାହୁ ସୂଚନା ଦେଇଛନ୍ତି । ତେବେ ଏମାନେ ଆଗାମୀ ଦିନରେ ଦଳର କିଭଳି ବିଶ୍ୱସନୀୟତା ରକ୍ଷା କରିବେ ତାହା ସମୟ କହିବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି ।