୨୦୨୪ ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି : ୩ବର୍ଷରୁ ଅଧିକ ଦିନ ଥିବା ଅଫିସରଙ୍କ ବଦଳି ପାଇଁ ନିର୍ଦ୍ଦେଶ

#ନୂଆଦିଲ୍ଲୀ(ଏଜେନ୍ସି): ୨୦୨୪ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି । ଆଗାମୀ ଜୁନ ମଧ୍ୟରେ ଦେଶର ୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଇଲେକ୍ସନ୍ କମିଶନ୍‌ଙ୍କ ଚିଠି ହୋଇଛି । ଏହି ୪ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ ଓ ମୁଖ୍ୟ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଦ୍ୱାରା ଅବଗତ କରାଯାଇଛି । ନିର୍ବାଚନ ପାଇଁ ଅଫିସରଙ୍କ ବଦଳି ନେଇ ଚିଠି ଯୋଗେ ମୁଖ୍ୟ ନିର୍ବାଚନ କମିଶନ୍ ଦେଇଛନ୍ତି । କୌଣସି ଜିଲ୍ଲାରେ ୩ ବର୍ଷରୁ ଅଧିକ ସମୟ କୌଣସି ଅଧିକାରୀ ରହି ପାରିବେ ନାହିଁ । ୨୦୨୪ ଲୋକସଭା ନିର୍ବାଚନ ସହ ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ, ଓଡିଶା ଏବଂ ସିକ୍କିମରେ ବିଧାନସଭା ନିର୍ବାଚନ ହେବ । ଏନେଇ ଏବେ ଠାରୁ ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ, ଓଡିଶା, ଏବଂ ସିକ୍କିମରେ ଜୁନ୍ -୨୦୨୪ ବିଧାନସଭା ନିର୍ବାଚନ ପାଇଁ ଅଫିସରଙ୍କୁ ନିଯୁକ୍ତି ଓ ବଦଳି କରାଯାଉ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ