୧୪୦କୋଟି ଟଙ୍କାର ଋଣ ଫାଙ୍କୁଛି କମ୍ପାନୀ: ଜଗତପୁର ଶିଳ୍ପାଞ୍ଚଳରେ ସିବିଆଇ ଚଢାଉ
କଟକ(ଏନ୍.ଏମ୍.): ଜଗତପୁର ଶିଳ୍ପାଞ୍ଚଳରରେ ଥିବା ଏକ କମ୍ପାନୀ ନକଲି କାଗଜପତ୍ର ଦେଇ ୨ଟି ବ୍ୟାଙ୍କରୁ କୋଟିକୋଟି ଟଙ୍କା ଋଣ ନେଇ ନଶୁଝିବା ଘଟଣାରେ ଆଜି ସଂପୃକ୍ତ କମ୍ପାନୀ ଉପରେ ସିବିଆଇ ଚଢଉ କରିଛି । ଏସ୍ ଆର୍ ଆଲକୋଭେଦ ପ୍ରାଇଭେଟ ଲିମିଟେଡ୍ ନାମକ ଏକ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ରଞ୍ଜନ କୁମାର ପାଢି ପ୍ରଥମେ ୭୭ କୋଟି ଟଙ୍କା ଋଣ ନେଇ ନ ଶୁଝିବାରୁ ତାହା ୧୪୦ କୋଟି ଟଙ୍କାରେ ପହଞ୍ôଚ ଥିଲା । ବ୍ୟାଙ୍କ କର୍ତ୍ତୃପକ୍ଷ ଲୋନ ଟଙ୍କା ଆଦାୟ କରିନପାରି ସିବିଆଇ ନିକଟରେ ଅଭିଯୋଗ କରିଥିଲେ । ଫଳରେ ଆଜି ସିବିଆଇର ଏକ ତଦନ୍ତକାରୀ ଦଳ ଋଣକାରୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଜଗତପୁର ଶିଳ୍ପାଞ୍ଚଳରେ ଅନୁସଧାନ ଚଳାଇଛି । କମ୍ପାନୀ ଆରମ୍ଭ କରିବାକୁ ପାଇଁ କମ୍ପାନୀ ପରିଚାଳନା ନର୍ଦ୍ଦେଶକ ରଞ୍ଜନ କୁମାର ପାଢି, ସାଇନା କର ସହ ଅନ୍ୟ ୩ ଜଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଆହ୍ଲାବାଦ ବ୍ୟାଙ୍କରୁ ଋଣ ନେଇଥିଲେ । ଏହା ମଧ୍ୟରେ ୮ ବର୍ଷ ବିତିଗଲାଣି । କମ୍ପାନୀ ମାଲିକ ଲୋନ୍ ଶୁଝିବା ନାଁ ଧରୁ ନାହାନ୍ତି । ଏପରିକି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଧରାଛୁଆଁ ବି ଦେଉନାହାନ୍ତି । ଫଳରେ ବ୍ୟାଙ୍କ ଲୋନ୍ ପରିମାଣ ୭୭ କୋଟିରୁ ଆସି ୧୪୦କୋଟିରେ ପହଞ୍ôଚଲାଣି । ଶେଷରେ କମ୍ପାନୀ ଠାରୁ ଲୋନ୍ ଟଙ୍କା ଫେରସ୍ତ ପାଇବା ଆଶାରେ ଉଭୟ ବ୍ୟାଙ୍କ କର୍ତ୍ତୃପକ୍ଷ ସିବିଆଇ ଦ୍ୱାରସ୍ତ ହୋଇଥିଲେ । କଟକ ଜଗତପୁର ଫେଜ-୨ ଶିଳ୍ପାଞ୍ଚଳର ପ୍ଲଟ ନମ୍ବର ୫୩ରେ ଥିବା ସମ୍ପୃକ୍ତ କମ୍ପାନୀ ଏସ୍ ଆର୍ ଆଲକୋଭେଦ ପ୍ରାଇଭେଟ ଲିମିଟେଡ୍ ଉପରେ ସିବିଆଇ ଟିମ୍ ଚଢ଼ାଉ କରିଛି ।
ଘଟଣାରୁ ପ୍ରକାଶ ଯେ, ୨୦୧୩ ମସିହାରେ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏସ୍ ଆର୍ ଆଲକୋଭେଦ ପ୍ରାଇଭେଟ ଲିମିଟେଡ୍ ପାଇଁ କମ୍ପାନୀ କର୍ତ୍ତୃପକ୍ଷ କଟକର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୪୦ କୋଟି ଟଙ୍କାର ଋଣ ନେଇଥିବାବେଳେ ଭୁବନେଶ୍ୱରସ୍ଥିତ ଆଲାହାବାଦ ବ୍ୟାଙ୍କରୁ ୩୩ କୋଟି ଟଙ୍କା ଋଣ ନେଇଥିଲେ । ଦୁଇଟି ବ୍ୟାଙ୍କରୁ ମୋଟ ୭୭ କୋଟି ଲୋନ୍ ନେଇଥିଲେ । ଋଣ ପାଇଁ କମ୍ପାନୀ କର୍ତ୍ତୃପକ୍ଷ ପକ୍ଷରୁ କଟକ ସଇତାନବଗିଚାସ୍ଥିତ ୨ ମହଲା ଘର ସହ ଜଗତପୁର ଶିଳ୍ପାଞ୍ଚଳରେ ଥିବା କମ୍ପାନୀକୁ ବନ୍ଧକ ରଖାଯାଇଥିଲା । ଋଣ ପାଇଁ କଲିକତାର ନଇନା ଦେବୀ ସପ୍ଲାୟର ଏବଂ ଚନ୍ଦ୍ର ଆଇରନ ଆଣ୍ଡ ଟ୍ରେଡ ନାମକ କମ୍ପାନୀ ଗ୍ୟାରେଣ୍ଟର ପଡିଥିଲେ । ଋଣ ନେବା ପରେ ଲୋନ୍ ଶୁଝିବାକୁ ଆଉ ସଂସ୍ଥା କର୍ତ୍ତୃପକ୍ଷ ଇଛାପ୍ରକାଶ କରିନଥିଲେ । ବ୍ୟାଙ୍କର ବାରମ୍ବାର ନୋଟିସ୍ ସତ୍ତ୍ୱେ କମ୍ପାନୀ କର୍ଣ୍ଣପାତ କରିନଥିଲା । ଋଣ ନେବାର ୮ ବର୍ଷ ବିତି ସାରିଥିବା ବେଳେ ୨୦୨୧ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବ୍ୟାଙ୍କର ଲୋନ୍ ଓ ନନ୍ ପେମେଣ୍ଟ ଆକାଉଣ୍ଟ ସୁଧ, ମୂଳ ମିଶି ୧୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ପହଞ୍ଚିସାରିଛି । ଟଙ୍କା ଆଦାୟ କରିବାରେ ବ୍ୟାଙ୍କ ବିଫଳ ହେବାରୁ ଏବେ ୨ ବ୍ୟାଙ୍କ କର୍ତ୍ତୃପକ୍ଷ ସିବିଆଇରେ ଅଭିଯୋଗ କରିଛନ୍ତି । ଋଣ ସଂସ୍ଥାର ୫ ଡାଇରେକ୍ଟରଙ୍କ ନାଁରେ ମାମଲା ରୁଜୁ ହୋଇଛି । କମ୍ପାନୀ କର୍ତ୍ତୃପକ୍ଷ ମିଥ୍ୟା କାଗଜପତ୍ର ସହ କ୍ୟାଙ୍କ କର୍ମଚାରୀଙ୍କ ସହାୟତା ବ୍ୟାଙ୍କରୁ ଋଣ ନେଇଥିବା ସନ୍ଦେହ କରାଯାଉଛି । ସିବିଆଇ ତତ୍କାଳୀନ ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚରା ଆରମ୍ଭ କରିଥିବା ଜଣାପଡିଛି ।