ୟସ ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାକୁ ଯିବେ ଓଡ଼୍ରାଫ ଟିମ୍‌

ୟସ ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାକୁ ଯିବେ ଓଡ଼୍ରାଫ ଟିମ୍‌

ଭୁବନେଶ୍ୱର (ଏନ୍‌.ଏମ୍‌.): ସାମୁଦ୍ରିକ ଝଡ଼ ୟସ ବାତ୍ୟା ମୁକାବିଲା ପାଇଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଶାସନ ପକ୍ଷରୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ଯିବେ ଏନଡିଆରଏଫ୍, ଓଡ୍ରାଫ ଓ ଅଗ୍ନିଶନ ବିହାନୀ ଟିମ୍ ପଠାଯିବ । ସ୍ୱତନ୍ତ୍ର ରିଳିଫ କମିଶନଋଙ୍କ କାର୍ଯ୍ରାଳୟ ସୂତି୍ରରୁ ଜଣାପଡ଼ିଛି ଯେ, ୨୨ଟି ଏନଡିଆରଏଫ୍ ଟିମରୁ ବାଲେଶ୍ୱର ଜିଲ୍ଲାକୁ ୭ଟି ଟିମ୍ ଯିବେ । ସେହିପରି ଭଦ୍ରକକୁ ୪, କେନ୍ଦ୍ରାପଡ଼ାକୁ ଯିବେ ୩ଟି ଟିମ୍, ଯାଜପୁରକୁ ୨ଟି, ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାରେ ଏନଡିଆରଏଫର ଗୋଟିଏ ଲେଖାଏ ଟିମ୍ ମୁତୟନ ରହିବେ । ସେହିପରି ଜରୁରୀ କାର୍ୟ୍ୟ ପାଇଁ ୪ଟି ଟିମ୍ ମୁଖ୍ୟାଳୟରେ ରହିବ । ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଆସନ୍ତାକାଲି ଅପରାହ୍ନ ସୁଦ୍ଧା କାର୍ୟ୍ୟସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ