ହ୍ୱାଟସ ଆପ ହ୍ୟାକିଂରୁ ସୁରକ୍ଷା ପାଇଁ କ୍ରାଇମବ୍ରାଞ୍ଚର ପରାମର୍ଶବଳୀ

ହ୍ୱାଟସ ଆପ ହ୍ୟାକିଂରୁ ସୁରକ୍ଷା ପାଇଁ କ୍ରାଇମବ୍ରାଞ୍ଚର ପରାମର୍ଶବଳୀ

ହ୍ୱାଟସ ଆପ ହ୍ୟାକିଂରୁ ସୁରକ୍ଷା ପାଇଁ କ୍ରାଇମବ୍ରାଞ୍ଚର ପରାମର୍ଶବଳୀ


କଟକ(ଏନ୍‌.ଏମ୍‌.): ଓଡ଼ିଶାରେ ପ୍ରଥମଥର ପାଇଁ ଏ ପ୍ରକାର ହ୍ୱାଟସଆପ୍ ହ୍ୟାକିଂ ଘଟଣା ସାମନାକୁ ଆସିଥିବାବେଳେ ଏହାକୁ ରୋକିବାକୁ ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ପରାମର୍ଶବଳୀ ଜାରି କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ, ପ୍ରଥମେ ନିଜ ହ୍ୱାଟ୍ସଆପ ଆକାଉଣ୍ଟର ଟୁ ଷ୍ଟେପ୍ ଭେରିଫିକେସନକୁ କାର୍ଯ୍ୟକ୍ଷମ କରନ୍ତୁ । ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲିବା ପରେ ସେଟିଂ ଅପସନ କ୍ଲିକ୍ କରନ୍ତୁ । ପରେ ଆକାଉଣ୍ଟ ଅପ୍ସନ୍ କ୍ଲିକ୍ କରି ଟୁ ଷ୍ଟେପ୍ ଭେରିଫିକେସନ୍ ଅପସନ କ୍ଲିକ କରନ୍ତୁ । ଏହାପରେ ଏନାବୁଲ ଅପସନ କ୍ଲିକ୍ କରି ୬ ସଂଖ୍ୟା ବିଶିଷ୍ଟ ଗୋପନୀୟ ପିନ୍ ନମ୍ବର ଦେଇ ଓକେ କରନ୍ତୁ । ପରେ ସମାନ ପିନ୍ ଆଉଥରେ ଭରନ୍ତୁ । ଏହାପରେ ନିଜ ଇ-ମେଲ୍ ଆଉଡି ଦିଅନ୍ତୁ । ପରେ ପରବର୍ତ୍ତୀ ଅପ୍‌ସନ୍ କ୍ଲିକ୍ କଲାପରେ ପୁଣି ସମାନ ଇ-ମେଲ୍ ଆଇଡି ଲେଖନ୍ତୁ । ସେଭ୍ ଅପସନ୍ କ୍ଲିକ୍ କରି ଡନ୍ ଅପସନ୍ କ୍ଲିକ କରନ୍ତୁ । ଏହାପରେ ଆପଣଙ୍କ ହ୍ୱାଟସଆପରେ ଟୁ ଷ୍ଟେପ୍ ଭେରିଫିକେସନ୍ କାର୍ଯ୍ୟକ୍ଷମ ହୋଇଗଲା । ତେବେ ହ୍ୱାଟସଆପକୁ ଆସୁଥିବା କୌଣସି ପ୍ରକାର ଅଜଣା ଲିଙ୍କ୍ କ୍ଲିକ୍ କରନ୍ତୁ ନାହିଁ । କିମ୍ବା କୌଣସି ବ୍ୟକ୍ତିଙ୍କୁ ନିଜର ଓଟିପି ଦିଅନ୍ତୁ ନାହିଁ । ଅନଲାଇନରେ ଯେଉଁ ବ୍ୟକ୍ତି ଆପଣଙ୍କୁ ଟଙ୍କା ମାଗୁଛନ୍ତି, ସମ୍ପୃକ୍ତ ବ୍ୟକ୍ତି ଆପଣଙ୍କ ପରିଚିତ ନାଁ ହ୍ୟାକର ତାଙ୍କୁ ଥରେ ଫୋନ୍ କରି ସୁନିଶ୍ଚିତ ହୁଅନ୍ତୁ । ଏଭଳି ପରାମର୍ଶବଳୀ ଆଜି କ୍ରାଇମବ୍ରାଞ୍ଚ ସାଇବର୍ ସେଲ୍ ପକ୍ଷରୁ ଜାରି କରାଯାଇଥିବା ସୂଚନା ମିଳିଛି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି