ହ୍ୟାକରଙ୍କ କବଜାରେ ସିଏମସି ମେୟରଙ୍କ ଅଫିସିଆଲ୍ ଫେସବୁକ ପେଜ

ହ୍ୟାକରଙ୍କ କବଜାରେ ସିଏମସି ମେୟରଙ୍କ ଅଫିସିଆଲ୍ ଫେସବୁକ ପେଜ

ହ୍ୟାକରଙ୍କ କବଜାରେ ସିଏମସି ମେୟରଙ୍କ ଅଫିସିଆଲ୍ ଫେସବୁକ ପେଜ

News by Smruti ranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): ସମ୍ପ୍ରତି ସାଇବର ଅପରାଧୀଙ୍କ ପ୍ରାଦୂର୍ଭାବ ବଢ଼ିବାରେ ଲାଗିଥିବାବେଳେ ବହୁ ନାମୀ ଦାମୀ ଲୋକଙ୍କ ସୋସିଆଲ ଆକାଉଣ୍ଟସ ହ୍ୟାକ ହେଉଥିବା ଦେଖିବାକୁ ମିଳିଛି । ଏପରିକି ବହୁ ବରିଷ୍ଠ ଅଧିକାରୀମାନଙ୍କ ସୋସିଆଲ ଆକାଉଣ୍ଟସ ହ୍ୟାକ ହୋଇ ଫଲୋର କିମ୍ବା ଫ୍ରେଣ୍ଡସମାନଙ୍କୁ ଟଙ୍କା ମଗାଯାଉଥିବାବେଳେ ଏବେ ହ୍ୟାକରମାନେ ସୋସିଆଲ ଆକାଉଣ୍ଟସକୁ ହ୍ୟାକ କରି ଅଶ୍ଳୀଳ ଭିଡିଓ ଲିଙ୍କ ଛାଡ଼ିବା ଭଳି ଘଟଣା ଦେଖିବାକୁ ମିଳିଛି । ଆଜି ସଏମସି ମେୟର ସୁବାସ ସିଂହଙ୍କ ଅଫିସିଆଲ୍ ଫେସବୁକ ପେଜକୁ କେହି ହ୍ୟାକ କରିଥିବା ଜଣାପଡ଼ିଛି । ଏପରିକି ତାଙ୍କ ଆକାଉଣ୍ଟକୁ ବ୍ୟବହାର କରାଯାଇ ଅଶ୍ଳୀଳ ଭିଡିଓ ଲିଙ୍କ ଭାଇରାଲ ହୋଇଥିବା ଦେଖିବାକୁ ମିଳୁଛି । ଏନେଇ ମେୟର ଶ୍ରୀ ସିଂହ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ଗତକାଲି ରାତିରୁ ତାଙ୍କ ସୋସିଆଲ୍ ମିଡିଆ ପେଜ୍ ହାଇଜ୍ୟାକ୍ ହୋଇଯାଇଛି । ଏପରିକି ଏହି ଆକାଉଣ୍ଟକୁ ସେ ବନ୍ଦ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରୁନାହିଁ । ତେଣୁ ସେ ବାଧ୍ୟ ହୋଇ ସାଇବର କ୍ରାଇମ୍‌ରେ ଅଭିଯୋଗ କରିଛନ୍ତି । ଏହି ପେଜକୁ ବ୍ଲକ୍ କରିବା ଲାଗି ମେୟର ଶ୍ରୀ ସିଂହ ସମସ୍ତଙ୍କୁ ନିବେଦନ କରିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ