ହେତୁବାଦୀ ମାନଙ୍କ ବିରୋଧରେ ଏତେଲା ଦେଲା ଓଡ଼ିଶା ସୁରକ୍ଷା ସେନା
#ଭୁବନେଶ୍ୱର(ଏନ୍.ଏମ୍.): ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ ହେତୁବାଦୀ ମାନଙ୍କ ବିରୋଧରେ ଏତେଲା ଦାୟର କରାଯାଇଛି । ଏତେଲାରେ ଲେଖାଯାଇଛି ଯେ ଭୁବନେଶ୍ୱର ଠାରେ ସୂର୍ଯ୍ୟପରାଗ ସମୟରେ ଧର୍ମ, ସଂସ୍କୃତି ଓ ପରମ୍ପରାରେ ଦ୍ୱନ୍ଦ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏବଂ ଧାର୍ମିକ ଭାବନାକୁ ଆଘାତ କରି ହେତୁବାଦୀମାନେ ଆମିଷ ଗଣଭୋଜିର ଆୟୋଜନ କରିଥିଲେ । ଏହି ଭୋଜି ଦ୍ୱାରା ସେ ବିଭିନ୍ନ ଗଣମାଧ୍ୟମ ଜରିଆରେ ଆମ୍ଭ ମହାନ ସଂସ୍କୃତି ଓ ପରମ୍ପରାକୁ ତାତ୍ସଲ୍ୟ କରିଛନ୍ତି । ସେମାନଙ୍କ ଏଭଳି ଆୟୋଜନ ଓ ବିଭିନ୍ନ ଗଣ ମାଧ୍ୟମରେ ଦେଇଥିବା ବାର୍ତ୍ତା ଆମ ଧର୍ମୀୟ ଭାବନାକୁ ଆଘାତ ଦେଇଛି । ଏହି ହେତୁବାଦୀ ସଙ୍ଘଠନର କର୍ମୀମାନେ ହିନ୍ଦୁ ଧର୍ମ, ସଂସ୍କୃତି ଓ ପରମ୍ପରାକୁ ଘୋର ନିନ୍ଦା କରିଛନ୍ତି । ସେମାନେ କହିଛନ୍ତି ସନାତନ ଧର୍ମ ବୋଲି କିଛି ନାହିଁ ଏ ସବୁ ଭାଣ୍ଡାମି, ପାଗଳାମି । ଆହୁରି ମଧ୍ୟ କହିଛନ୍ତି ଏ ସବୁ ଶାସ୍ତ୍ର ପୁରାଣ ସବୁ ମିଛ, ଜ୍ୟୌର୍ତିବିଦମାନଙ୍କ ଗଣନା ସବୁ ମିଛ, ଖାଲି ଲୋକଙ୍କୁ ଭୁଆଁ ବୁଲେଇବା ଛଡ଼ା ଆଉ କିଛି ନୁହେଁ । ତେଣୁ ଓଡିଶା ସୁରକ୍ଷା ସେନା ପକ୍ଷରୁ ହେତୁବଦୀମାନଙ୍କର ଏଭଳି ମନ୍ତବ୍ୟ ଓ ଧର୍ମ ବିରୋଧୀ କାର୍ଯ୍ୟକୁ ଘୋର ନିନ୍ଦା କରିବା ସହ ସେମାନଙ୍କ ବିରୁଦ୍ଧରେ ଡି.ସି.ପି ଭୁବନେଶ୍ୱରଙ୍କ ନିଟକରେ ଅଭିଯୋଗ କରିଛନ୍ତି । ହିନ୍ଦୁ ଧର୍ମ ସଂସ୍କୃତି ରକ୍ଷା ପାଇଁ ଓଡ଼ିଶା ସୁରକ୍ଷା ସେନା ପ୍ରତିବଦ୍ଧ । ହଜାର ହଜାର ବର୍ଷର ସନାତନ ଧର୍ମ, କାହିଁ କେଉଁ ପୁରାଣ ଯୁଗରୁ ଆମେ ମାନି ଆସିଛୁ । ତେଣୁ ହେତୁବାଦୀମାନେ ଏହାକୁ ନଷ୍ଟ କରିବାକୁ ଚକ୍ରାନ୍ତ ଚଳାଇଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ ହେତୁବାଦୀମାନଙ୍କ ବିରୁଦ୍ଧରେ ଆଇନର ଆଶ୍ରୟ ନେଇଛନ୍ତି । ଏବଂ ଦାବି କରିଛନ୍ତି ଯେ, ଏପରି ଧର୍ମ ବିଦ୍ରୋହୀ ଲୋକଙ୍କ ବିରୁଦ୍ଧରେ ଦୃଢ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ଯେପରି କି ଭବିଷ୍ୟତରେ ଆଉ କେହି ଏପରି ଧର୍ମ, ସଂସ୍କୃତି ଓ ପରମ୍ପରା ବିରୁଦ୍ଧରେ ଆଙ୍ଗୁଳି ନିର୍ଦ୍ଦେଶ କରିବେ ନାହିଁ ।